ତା,୧୨/୦୫/୨୦୨୬ରିଖ
ଗୀତିନଟ୍ୟ ସମ୍ରାଟ ଗଣକବି ବୈଷ୍ଣବ ପାଣି ଙ୍କ ଜନ୍ମସ୍ଥାନ ବନଗୁରିଆ,କୋଠପଦା,ମାହାଙ୍ଗା,କଟକ,ଓଡ଼ିଶା ର ବିଶିଷ୍ଟ ରାଜନେତା,ପାଣି ସାହିତ୍ୟିକ, ସଙ୍ଗୀତ ଗୁରୁ,ବିଶିଷ୍ଟ ସମାଜସେବୀ ଦିବଂଗତ ଧର୍ମପ୍ରାଣ ଶତାୟୁ ପୁରୁଷ ସ୍ୱର୍ଗତ ଶ୍ରୀ ନିତ୍ୟାନନ୍ଦ ବେହାରୀ ଙ୍କ ଦ୍ୱାଦଶାହ ତିଥି ରେ ବହୁ ମାନ୍ୟଗଣ୍ୟ ବରିଷ୍ଠ ଅତିଥି ଙ୍କ ଦ୍ୱାରା ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ବିଶିଷ୍ଟ ସାହିତ୍ୟିକ,ବରିଷ୍ଠ ସମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ ଅଖିଳେଶପଦ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ବିଶିଷ୍ଟ ଗୀତିକାର,ବରିଷ୍ଠ ପାଣି ସାହିତ୍ୟିକ ତଥା ଦୂରଦର୍ଶନ କଳାକାର ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମହାନ୍ତି,କଟକ,କୋଠପଦା ସରକାରୀ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ କିଶୋରଚନ୍ଦ୍ର ଦାଶ,କୋଠପଦା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ପ୍ରତାପକିଶୋର ନାୟକ,କଟକ, ଶିକ୍ଷାବିତ ଶ୍ରୀଯୁକ୍ତ ଅଲେଖଚନ୍ଦ୍ର ଦାସ,କଟକ,ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର,କଟକ,କବି ପ୍ରଶାନ୍ତ କର,କଟକ,ବରିଷ୍ଠ ସାହିତ୍ୟିକ ଡ.ଭାବଗ୍ରାହୀ ରାଉତ,କଟକ,ହିନ୍ଦୀ ଶିକ୍ଷକ,ସାହିତ୍ୟିକ, ଆକାଶବାଣୀ ତଥା ଦୂରଦର୍ଶନ କଳାକାର ସଙ୍ଗୀତକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ,ଫୁଲବାଣୀ,ବୌଦ୍ଧ,ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଅଫସର ତୁଲ୍ଲା,କଟକ,ପୂର୍ବତନ ସମିତି ସଭ୍ୟ ସୁବାସ ବେହେରା,ଶିକ୍ଷାବିତ୍ ଶ୍ରୀଯୁକ୍ତ ବାବାଜୀଚରଣ ମହାନ୍ତି,କଟକ,ସାହିତ୍ୟିକ ଶ୍ରୀଯୁକ୍ତ ଜୟଦେବ ମୁଦୁଲି,କୃଷ୍ଣଚନ୍ଦ୍ର ବାରିକ,ଅର୍ଜୁନ ବେହାରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହାରୀ ଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ ଓ ତାଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିଲେ।ଏହା ସହିତ ତାଙ୍କ ନାତି ନାତୁଣିମାନେ ମଧ୍ୟ ସ୍ୱର୍ଗତ ବେହାରୀ ଙ୍କ ନିମିତ୍ତ ଓ ତାଙ୍କ ଜୀବନାଦର୍ଶ କୁ ନେଇ କବିତା ଓ ଶପଥବାଣୀ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ପରେ ଗଣକବି ବୈଷ୍ଣବ ପାଣି ଙ୍କ ଅଣନାତି ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଆଚାର୍ଯ୍ୟ ଏବଂ ସମସ୍ତ ଅତିଥିଙ୍କ ଉପସ୍ଥିତି ରେ ଭକ୍ତିସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବୌଦ୍ଧ ଫୁଲବାଣୀ ରୁ ଆସିଥିବା ପ୍ରସିଦ୍ଧ ସଙ୍ଗୀତକାର ଓ ଶାସ୍ତ୍ରୀୟ ଭଜନ ଗାୟକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତଙ୍କ ନିଜସ୍ୱ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ “ହେ ପରମପିତା ପରମାତ୍ମା..”,
“କୁଞ୍ଜକାନନଚାରୀ” ,”ଜୟ ରାଧାମାଧବ” ଆଦି ସୁମଧୁର ଭାବମୟ ଭଜନ ସମର୍ପଣ ସହିତ ସ୍ଥାନୀୟ ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା।ଗାୟକ ଶ୍ରୀ ପୁରୋହିତ ଙ୍କ ସହିତ ତବଲା ବାଦନ କରିଥିଲେ ପ୍ରସିଦ୍ଧ ତବଲା ବାଦକ ଶ୍ରୀ ଶଙ୍କର୍ଷଣ ସାହୁ,କଟକ। ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ପାଞ୍ଚହଜାର ରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ପରିବାରର ଜ୍ୟେଷ୍ଠ ପୁତ୍ର ଶ୍ରୀଯୁକ୍ତ ନିରଞ୍ଜନ ବେହେରୀ,କନିଷ୍ଠ ପୁତ୍ର ଶ୍ରୀଯୁକ୍ତ କ୍ଷୀରୋଦଚନ୍ଦ୍ର ବେହାରୀ,ସମସ୍ତ ପରିବାରବର୍ଗ ତଥା ଅଞ୍ଚଳର ପ୍ରସିଦ୍ଧ ବ୍ୟକ୍ତିବିଶେଷ ଶ୍ରୀଯୁକ୍ତ ଭୀମସେନ ବେହେରୀ,ଶ୍ରୀଯୁକ୍ତ କାର୍ତ୍ତିକ ବେହାରୀ,ଶ୍ରୀଯୁକ୍ତ ଗଣେଶ ବେହାରୀ,ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ସାହୁ,ଶ୍ରୀଯୁକ୍ତ ଗୌତମ ପୃଷ୍ଟି,ଶ୍ରୀଯୁକ୍ତ ଲିଟୁ ସାହୁ,ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ବେହାରୀ,ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ବେହାରୀ, ସାଇଶ୍ରୀ ପ୍ରସାଦ,ଶ୍ରୀମତୀ ପ୍ରୀତିସ୍ମିତା ବେହାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ।