ରାଜ୍ଯସ୍ଥିତ ହାଇଟେକ୍ ମେଡିକାଲ୍ ଓ କଲେଜ୍, ଭୁବନେଶ୍ଵର,ଓଡ଼ିଶା ଠାରେ ତା,୨୫/୦୩/୨୦୨୬ରିଖ ଠାରୁ ତା,୨୯/୦୩/୨୦୨୬ରିଖ ପର୍ଯ୍ୟନ୍ତ ଜାତୀୟସ୍ତର ର ଶିକ୍ଷା ତଥା ତାଲିମ ଶିବିର,୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ର ତିରିଶ ଟି ଜିଲ୍ଲା ର ପ୍ରତିଯୋଗୀଙ୍କ ସହିତ ଭାରତର ବିଭିନ୍ନ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ,ଗୁଜୁରାଟ,ତ୍ରିପୁରା,ଜମ୍ମୁକଶ୍ମୀର,ତେଲେଙ୍ଗାନା ଆଦି ରାଜ୍ୟଗୁଡ଼ିକରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ମାନବ ଜୀବନ ର ଅନେକ ପ୍ରକରର ଶିକ୍ଷାକୁ ନେଇ ନୈତିକ,ଆଧ୍ୟାତ୍ମିକ,ବୌଦ୍ଧିକ,ଶାରୀରିକ,ବୈଷୟିକ ଏପରିକି,ଛାତ୍ର ଜୀବନର ଅନେକ ଉପାଦେୟ ଚଥ୍ୟ କୁ ନେଇ ପ୍ରଶିକ୍ଷଣ ଦିଆଯାଇଥାଏ।କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶେଷ ପ୍ରତିଯୋଗିତା ଦଳଗତ ସଙ୍ଗୀତ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲା ର ବିଭିନ୍ନ କ୍ଷେତ୍ର ରେ ନାଁ ରଖିଥିବା ବିଦ୍ୟାଳୟ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ାର ଛାତ୍ରୀଗଣ ଜୁନିୟର ରେଡକ୍ରସ ସମ୍ପର୍କିତ ହିନ୍ଦୀ ଭାଷାର ଦେଶାତ୍ମବୋଧକ ସମବେତ କଣ୍ଠ ସଙ୍ଗୀତ ଗାନ କରି ଜାତୀୟସ୍ତର ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସଫଳତା ଅର୍ଜନ କରିଛନ୍ତି ଏବଂ ମଞ୍ଚସ୍ଥ ମହାମାନ୍ୟ ଅତିଥିଗଣ ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁ,ଷ୍ଟେଟ୍ ଜୁନିୟର ରେଡକ୍ରସ ଅଫିସର,ଭୁବନେଶ୍ଵର,ଶ୍ରୀଯୁକ୍ତ ପାଣିଗ୍ରାହୀ,ଜିଏମ୍,ହାଇଟେକ୍ ମେଡିକାଲ୍ କଲେଜ୍,ଭୁବନେଶ୍ଵର,ଶ୍ରୀଯୁକ୍ତ ଲାବଣ୍ୟ ଶବର,କେସିୟର୍,ଷ୍ଟେଟ୍ ଜେଆରସି,ଓଡ଼ିଶା,ଶ୍ରୀଯୁକ୍ତ ରମେଶଚନ୍ଦ୍ର ବେହେରା,ଷ୍ଟେଟ୍ ୟୁଥ୍ ରେଡକ୍ରସ ଅଫିସର,ଓଡ଼ିଶା ଆଦି ସମସ୍ତ ଅତିଥି ଙ୍କ ଠାରୁ ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଲାଇନପଡ଼ା,କନ୍ଧମାଳର ଛାତ୍ରୀଗଣ ଅର୍ଥାତ କନ୍ଧମାଳ ଟିମ୍ ସୁଶ୍ରୀ ଜସ୍ମିତା ବେହେରା,ସୁଶ୍ରୀ ଆକାଂକ୍ଷା ଜାନୀ,ସୁଶ୍ରୀ କାବେରୀ ମଲ୍ଲିକ, ସୁଶ୍ରୀ ଶ୍ରାବଣୀ ଗଣ୍ଡା,ସୁଶ୍ରୀ ସଲୋନୀ ଦିଗାଲ୍,ସୁଶ୍ରୀ ପ୍ରିୟଙ୍କା ପ୍ରଧାନ ଛଅ ଜଣ କୃତୀ ଛାତ୍ରୀ ସମ୍ବର୍ଦ୍ଧିତ ହୋଇଛନ୍ତି।ଯାହାକି ଆଜି ଆମ କନ୍ଧମାଳ ଜିଲ୍ଲା ଗୌରବାନ୍ୱିତ।ତା,୦୨/୦୪/୨୦୨୬ରିଖ ରେ ବିଦ୍ୟାଳୟ ତରଫରୁ କୃତୀ ଛାତ୍ରୀମାନଙ୍କୁ ସୁମଧୁର ସ୍ୱାଗତ ବାଦ୍ୟ-ସଙ୍ଗୀତ ଦ୍ୱାରା ସହର ପରିକ୍ରମା ସହିତ ମହାମାନ୍ୟ ଅତିଥି ଙ୍କ ଗହଣରେ ଭବ୍ୟ ସମ୍ବର୍ଦ୍ଧନା ରେ ସମ୍ବର୍ଦ୍ଧିତ କରାଯାଇଅଛି।ଉକ୍ତ ବିଶେଷ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ,ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ କନ୍ଧମାଳ ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟକୁମାର ପାତ୍ର।ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଜୁନିୟର ରେଡକ୍ରସ ଅଫିସର ଶ୍ରୀଯୁକ୍ତ ପ୍ରଶାନ୍ତକୁମାର ଦାଶ।ବିଦ୍ୟାଳୟ ର ଦୁଇଟି ଖମ୍ଭ ସଦୃଶ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀକୁମାର ପ୍ରଧାନ,ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା, ବରିଷ୍ଠ ଗଣିତ ଶିକ୍ଷକ ତଥା କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଜୁନିୟର ରେଡକ୍ରସ ପରାମର୍ଶଦାତା ଶ୍ରୀଯୁକ୍ତ ସୁଶୀଲକୁମାର ପାରାସେଠ,ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରତାପକିଶୋର ବେହେରା,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବାଳକୃଷ୍ଣ କହଁର ଆଦି ସମସ୍ତ ଅତିଥି ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ପାତ୍ର ସାର୍ ମହୋଦୟ ତାଙ୍କ ଅଭିଭାଷଣ ରେ କହିଥିଲେ,”ଛାତ୍ର ଜୀବନ ର ସାଧନା ଭବିଷ୍ୟତ ରେ ସବୁବେଳେ ଆଲୋକିତ ରାସ୍ତା ଦେଖାଇଥାଏ।” ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦାଶ ସାର୍ ମହୋଦୟ ତଙ୍କ ଅଭିଭାଷଣ ରେ କହିଥିଲେ,”ଜୁନିୟର ରେଡକ୍ରସ”ଆଦର୍ଶ ରେ “ଛାତ୍ର ଜୀବନର ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ ଅଟେ।”କାର୍ଯ୍ୟକ୍ରମ ର ସଭାପତି ଶ୍ରୀଯୁକ୍ତ ସାହାଣୀ ସାର୍ ମହୋଦୟ ତାଙ୍କ ବକ୍ତବ୍ୟ ରେ କହିଥିଲେ,”ବିଦ୍ୟାଳୟ ହିଁ ଛାତ୍ର-ଛାତ୍ରୀ ଙ୍କ ପ୍ରକୃଷ୍ଟ ସାଧନାର କେନ୍ଦ୍ର।”ଜୁନିୟର ରେଡକ୍ରସ ଚକାପାଦ କାଉନସିଲର ତଥା ଗଣିତ ଶିକ୍ଷକ ଶ୍ରୀଯୁକ୍ତ ପାରାସେଠ ସାର୍ ମହୋଦୟ ତାଙ୍କ ବକ୍ତବ୍ୟ ରେ ରଖିଥିଲେ,”ଜୁନିୟର୍ ରେଡକ୍ରସ ସଦାସର୍ବଦା ବିଶ୍ୱ ଐକ୍ୟ ଶକ୍ତି କୁ ମଜବୁତ କରାଏ।ଏହି ଭବ୍ୟ କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ ତରଫରୁ ଦଳଗତ ସଙ୍ଗୀତରେ ବିଶେଷ ସଫଳତା ଆଣିଥିବା ଛଅ ଜଣ କୃତୀ ଛାତ୍ରୀ ଙ୍କୁ ସମସ୍ତ ଅତିଥି ଙ୍କ ଦ୍ଵାରା ଭବ୍ୟ ସମ୍ବର୍ଦ୍ଧନା ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ସହିତ ଉକ୍ତ ଜାତୀୟସ୍ତର ର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ତରଫରୁ ଦାୟିତ୍ୱ ରେ ଥିବା ପିଏମଶ୍ରୀ ବି.ବି.ହାଇସ୍କୁଲ,ଲାଇନପଡ଼ାର ଗଣିତ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳକୁମାର ପାରାସେଠ,ପିଇଟି ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳକୁମାର କହଁର,ସଂସ୍କୃତ ଶିକ୍ଷିକା ଶ୍ରୀମତୀ ବାସନ୍ତୀ ପ୍ରଧାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଉକ୍ତ ଦଳଗତ ହିନ୍ଦୀ ଦେଶାତ୍ମବୋଧକ ଜୁନିୟର ରେଡକ୍ରସ ସମ୍ପର୍କିତ ସଙ୍ଗୀତ “ବନ୍ଦେ ଭାରତ ମାତା” ଗୀତ ଟିର ରଚନା,ସ୍ୱର ସଂଯୋଜନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ଏବଂ ରାଜ୍ୟ ସ୍ତରରୁ ଜାତୀୟସ୍ତରକୁ ପହଞ୍ଚାଇ କନ୍ଧମାଳ ଜିଲ୍ଲାକୁ ବିଶେଷ ସଫଳତା ର ପାହାଚ ରେ ପହଞ୍ଚାଇ ପାରିଥିବା ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ତଥା ଆକାଶବାଣୀ,ଦୂରଦର୍ଶନ କଳାକାର,ଜାତୀୟସ୍ତରର ଶାସ୍ତ୍ରୀୟ ଭଜନ ଗାୟକ,ରଚନାକାର,ସଙ୍ଗୀତ ନିର୍ଦ୍ଦେଶକ ଏବଂ ଜାତୀୟସ୍ତର ର ମଞ୍ଚ ଉଦ୍ଘୋଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଅଟନ୍ତି।
ତାଙ୍କର ଏବେ ସଡ଼କ ଦୁର୍ଘଟଣା ରେ ପୀଡ଼ିତ ରହି ଚିକିତ୍ସାଧୀନ ଅବସ୍ଥାରେ ଦୂର ରେ ଥାଇ ମଧ୍ୟ ସମସ୍ତ ଅତିଥି ଙ୍କୁ ସାଦର ପ୍ରଣାମ ଜଣାଇ ସମସ୍ତ ଛାତ୍ର-ଛାତ୍ରୀ ଏବଂ କୃତୀ ଛାତ୍ରୀ ଙ୍କୁ ଅନେକାନେକ ଶୁଭାଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଏବଂ ଶ୍ରୀ ପୁରୋହିତ ଏବଂ କୃତୀ ଛାତ୍ରୀ ଙ୍କୁ ମଧ୍ୟ ଆଦରଣୀୟ ପ୍ରଧାନ ଶିକ୍ଷକ ଶ୍ରୀ ସାହାଣୀ ସାରଙ୍କ ସମେତ ସମସ୍ତ ଅତିଥି,ଅଞ୍ଚଳବାସୀ ଏବଂ ସମସ୍ତ ଙ୍କ ତରଫରୁ ଶୁଭାଭିନନ୍ଦନ ଏବଂ ଶୁଭେଚ୍ଛା ପ୍ରଦାନ କରାଯାଇଅଛି।
କାର୍ଯ୍ୟକ୍ରମ ଟିକୁ ସୁପରିଚାଳନା କରିଥିଲେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ।ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା ,ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ତରଣୀ ହରିପାଲ ଓ ଅନନ୍ତ ମହାକୁର,ଶିକ୍ଷକ ଶ୍ରୀ ସ୍ମୃତିକାନ୍ତ ମହାରଥ,ଶ୍ରୀ ଶୁଭେନ୍ଦୁକୁମାର ସିଂ,ଶ୍ରୀ ବିଶ୍ୱଜିତ ଦାଶ,ଶ୍ରୀ ଚକାଡୋଳା ନାୟକ,ଶ୍ରୀଯୁକ୍ତ ଦିନେଶକୁମାର ସାହୁ,ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,ଶ୍ରୀମତୀ ସୁମିତ୍ରା ପ୍ରଧାନ,ମେଟ୍ରନ ଦିଦି ଶ୍ରୀମତୀ ପ୍ରତିମା ମଲ୍ଲିକ, ଶ୍ରୀମତୀ ତନ୍ମୟୀ ଦିଗାଳ,ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ,ଶ୍ରୀମତୀ ପ୍ରମୋଦିନୀ ନାୟକ ଆଦି ସମସ୍ତଙ୍କ ଉପସ୍ଥିତି ଏବଂ ବିଶେଷ ସହଯୋଗ ରହିଥିବା ସହିତ କାର୍ଯ୍ୟକ୍ରମ ଶେଷରେ ଶ୍ରୀଯୁକ୍ତ ବିକ୍ରମ ସାର୍ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣପୂର୍ବକ ସୁମିଷ୍ଟ ମିଷ୍ଟାନ୍ନ ବଣ୍ଟନ ସହିତ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।








