ଅଲାରନାଥ ଧାମ ଠାରେ ଭକ୍ତି ସଙ୍ଗୀତ ପରିବେଷଣ

👇समाचार सुनने के लिए यहां क्लिक करें

ଫୁଲବାଣୀ,କନ୍ଧମାଳ,ଓଡ଼ିଶା, ଶ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁ ଚତୁର୍ଦ୍ଧା ମୂରତିଙ୍କ ମହାଅନବସର ସମୟରେ ଶ୍ରୀଜଗନ୍ନାଥ ଧାମ‌ ପୁରୀସ୍ଥିତ ବ୍ରହ୍ମଗିରି,ପ୍ରଭୁ ଶ୍ରୀଶ୍ରୀ ଅଲାରନାଥ ଦେବଙ୍କ ଦିବ୍ୟ ଦର୍ଶନ ନିମିତ୍ତ ବିଶ୍ୱ ର କୋଣ ଅନୁକୋଣ ରୁ ଭକ୍ତ ଙ୍କ ସୁଅ ଛୁଟିଆସିଥାଏ।ଉକ୍ତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଲାରନାଥ ଦେବଙ୍କ ଅନବସର ମହୋତ୍ସବ,୨୦୨୬ ଅବସରରେ ତା,୦୮/୦୭/୨୦୨୬ରିଖ ଦିନ ପ୍ରସିଦ୍ଧ ନଟରାଜ କଳାମନ୍ଦିର, ଫୁଲବାଣୀ,କନ୍ଧମାଳ,ଓଡ଼ିଶା ତରଫରୁ ସନ୍ଧ୍ୟାକାଳୀନ ବିଶେଷ ଭକ୍ତି ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଆଦରଣୀୟ ଶ୍ରୀଯୁକ୍ତ ବିଡିଓ,ତହସିଲଦାର ମହୋଦୟ ଙ୍କ ସମେତ ସମସ୍ତ ଅଧିକାରୀ,ଦେଶ ବିଦେଶ ର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ,ଭକ୍ତଜନ,ବରିଷ୍ଠ ସଙ୍ଗୀତକାର,ମହାନ ସଙ୍ଗୀତପ୍ରେମୀ ଆଦି ସମସ୍ତଙ୍କ ଉପସ୍ଥିତି ରେ ଶ୍ରୀଶ୍ରୀ ଅଲାରନାଥ ଦେବଙ୍କ ଠାରେ ସମର୍ପିତ ହୋଇ ଭକ୍ତିଭାବଭରା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ବରିଷ୍ଠ କଳାକାର ତଥା ଆକାଶବାଣୀ ଦୂରଦର୍ଶନ କଳାକାର ସଙ୍ଗୀତକାର,ଗୀତିକାର ଓ କଣ୍ଠଶିଳ୍ପୀ କଳା ସମର୍ପଣ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ନିଜସ୍ଵ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ ଶ୍ରୀ ଶ୍ରୀ ଅଲାରନାଥ ଦେବଙ୍କ ମହିମା “ହେ ଅଲାରନାଥ ଦୀନବନ୍ଧୁ କରୁଣା କର ଦୀନଜନେ”ଗାନ କରିଥିଲେ। ପରେ ପରେ ନିଜ ସ୍ୱର୍ଗାତା ମାତା ତଥା ସୋନପୁର ରାଣୀଙ୍କ ଗାୟିକା ବିଷ୍ଣୁପ୍ରିୟା ଦେବୀ ଙ୍କ ରଚନାରୁ “ବାଜରେ ବୀଣା ମଧୁର ତାନେ”ଗାୟନ କରିବା ସହିତ “ଶ୍ରୀନାଥ ଜଗନ୍ନାଥ ଘୋଷ ରେ ମନ”ଗାୟନ କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ରେ ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ଙ୍କ ଦ୍ୱାରା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଗରୁଶ୍ରୀ ବିକ୍ରମ ସାମଲ୍,ଭୁବନେଶ୍ୱର ଗୁରୁ ଶ୍ରୀ ବିନୋଦଚନ୍ଦ୍ର ସାହୁ ଫୁଲବାଣୀ,କନ୍ଧମାଳ ଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବା ସହିତ “କୋଣାର୍କ” ଓ “ଭକ୍ତ ଦୀନକୃଷ୍ଣ ଦାସ” ନୃତ୍ୟନାଟିକା ବେଶ୍ ଆକର୍ଷଣୀୟ ହୋଇଥିଲା। ଏଥିରେ ଗୁରୁ ଶ୍ରୀ ବିକ୍ରମ ସାମଲ୍ ଓ ଗୁରୁ ଶ୍ରୀ ବିନୋଦଚନ୍ଦ୍ର ସାହୁ ସ୍ୱଅଭିନୟ ମଧ୍ୟ ରଖିଥିଲେ।ପରେ ପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଗରୁଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମସ୍ତ ଦର୍ଶକଙ୍କ ତରଫରୁ ବିଶେଷ ଅନୁରୋଧ କ୍ରମେ ପୁନଃ ମଞ୍ଚସ୍ଥ ହୋଇ ଭକ୍ତିରସାତ୍ମକ ରସ ରେ ସମସ୍ତଙ୍କୁ ବିଭୋର କରିଦେଇଥିଲେ। ବଂଶୀବାଦନ ରେ ଥିଲେ,ପୁରୀ ର ପ୍ରସିଦ୍ଧ ବଂଶୀବାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର,ପୁରୀ।ତବଲା ରେ ଥିଲେ, ପୁରୀର ଯୁବ ତବଲାବାଦକ ଶ୍ରୀ ଉଦିତନାରାୟଣ ବାରିକ,ପୁରୀ।ଶେଷରେ ଆଦରଣୀୟ ସମସ୍ତ ଅତିଥି ଙ୍କ ଦ୍ଵାରା ନଟରାଜ କଳାମନ୍ଦିର, ଫୁଲବାଣୀ ପ୍ରସିଦ୍ଧ ଅନୁଷ୍ଠାନକୁ ବିଶେଷ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯିବା ସହିତ ଆଦରଣୀୟ ତହସିଲଦାର ଙ୍କ ଦ୍ୱାରା ଧନ୍ୟବାଦଅର୍ପଣପୂର୍ବକ କାର୍ଯ୍ୟକ୍ରମ ର ସମାପ୍ତି ହୋଇଥିଲା।

SBP TV
Author: SBP TV

Leave a Comment