ଜିଲ୍ଲା ସ୍ତରୀୟ ମାସିକ ସତ୍ ସଙ୍ଗ କାର୍ଯ୍ୟକ୍ରମ, ଫୁଲବାଣୀ ୨୦୨୫

👇समाचार सुनने के लिए यहां क्लिक करें

ଫୁଲବାଣୀ,ତା ୦୪/ମଇ/୨୦୨୫ରିଖ,ରବିବାର ଦିନ ନଂ,୦୫ଜୋନ୍,ଫୁଲବାଣୀ ତରଫରୁ ତତ୍ତ୍ଵାବଧାରକ ଶ୍ରୀ ହରେକୃଷ୍ଣ ଲେଙ୍କା (ଯାଜକ) ଙ୍କ ତତ୍ତ୍ଵାବଧାନରେ କନ୍ଧମାଳ ଜିଲ୍ଲାସ୍ତରୀୟ ରବିବାସରୀୟ ମାସିକ ସତ୍ ସଙ୍ଗ କାର୍ଯ୍ୟକ୍ରମ ବଡ଼ ଧୁମଧାମ ରେ ଫୁଲବାଣୀସ୍ଥିତ ସତସଙ୍ଗ ବିହାର ଠାରେ ପାଳନ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଭକ୍ତି ର ସ୍ରୋତ ରେ ନିଜକୁ ସାମିଲ କରି କନ୍ଧମାଳ ଜିଲ୍ଲା ର ବିଭିନ୍ନ କୋଣ ଅନୁକୋଣ ରୁ ଆସି ଗୁରୁଭାଇ, ଗୁରୁମାଆମାନେ ଯୋଗଦେଇଥିଲେ। ଏସ.ପି.ଆର୍. ଶ୍ରୀ ବିଜୟକୁମାର ସାହୁ ଙ୍କ ପରିଚାଳନା ରେ ସମସ୍ତ କାର୍ଯ୍ୟ ପରିଚାଳନା ସହିତ କାର୍ଯ୍ୟକ୍ରମ ରେ ଭକ୍ତିରସାତ୍ମକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ
ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ମାନସ ସିଂ ଙ୍କ ସଙ୍ଗୀତ ପରିଚାଳନା ରେ କେନ୍ଦ୍ରର ଭଜନ ଗାୟିକା ବାସନ୍ତୀ ମାଆ,ପ୍ରମୋଦିନୀ ମାଆ,ପ୍ରଶାନ୍ତ ଭାଇ ଏବଂ ଆକାଶବାଣୀ,ଦୂରଦର୍ଶନରେ ସଙ୍ଗୀତ ପରିବେଷଣ କରିଥିବା ସଙ୍ଗୀତକାର,ଗୀତିକାର,ବିଶିଷ୍ଟ ଭଜନ ଗାୟକ, ସାହିତ୍ୟିକ,ଉତ୍ତମ ଉଦ୍ଘୋଷକ ତଥା ପି ଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ାର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ
ନିଜ ରଚନାରୁ ଭକ୍ତିଭାବଭରା ବାଙ୍ଗଲା ଭକ୍ତି ସଙ୍ଗୀତ,”ଜପୋ ଜପୋ ରେ ମନ, ରାଧା ଗୋବିନ୍ଦ ଚରନ୍, ଆଜ୍ ମନ ବୃନ୍ଦାବନ୍” ପରିବେଷଣ କରିଥିଲେ।କାର୍ଯ୍ୟକ୍ରମରେ ତବଲା ଓ ମୃଦଙ୍ଗ ବାଦନ କରିଥିଲେ, ବରିଷ୍ଠ ତବଲା ବାଦକ ଶ୍ରୀ ଶଙ୍କର୍ଷଣ ସାହୁ। କାର୍ଯ୍ୟକ୍ରମ ର ପର୍ଯ୍ୟାୟାନୁକ୍ରମେ ଯାଜନ ପ୍ରାରମ୍ଭ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ,ଗୁରୁଭାଇ ଶ୍ରୀ ଫକୀରଚରଣ ମୁଦୁଲି।ଭୁବନେଶ୍ୱର ରୁ ଆଗତ ଇଞ୍ଜିନିୟର ଶ୍ରୀ ପ୍ରଭାକର ଦାସ ଙ୍କ ଯାଜନ ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା।ଏହା ପରେ ଗରୁଭାଇ ଶ୍ରୀ ସୁରେଶଚନ୍ଦ୍ର ଦାସ ଙ୍କ ସହିତ ସମସ୍ତ ଗୁରୁଭାଇ ଗୁରୁମାଆମାନଙ୍କ ସାମୁହିକ କଣ୍ଠ ରେ ସମାପନ ସଙ୍ଗୀତ “ଜୟ ରାଧେ ଜୟ ରାଧେ” ପରିବେଷଣ ହୋଇଥିଲା। ଉକ୍ତ ଦିବ୍ୟ ଦିବସ ରେ ଏସ.ପି.ଆର୍.,ଶ୍ରୀ ନିରଞ୍ଜନ ପ୍ରଧାନ,ଶ୍ରୀ ସନନ୍ତକୁମାର ସାହାଣୀ,ଶ୍ରୀ ରବୀନ୍ଦ୍ର ପାଢ଼ୀ,ଶ୍ରୀ ଜଗବନ୍ଧୁ ପୁହାଣ,ଶ୍ରୀ ସୁରେଶଚନ୍ଦ୍ର ମହାନ୍ତି ଏହା ସହିତ ବିଶେଷ କର୍ମୀ ଭାବରେ ଥିଲେ,ଶ୍ରୀ ସାଧୁଚରଣ ପଣ୍ଡା,ଶ୍ରୀ ପଦ୍ମଚରଣ ମହାନ୍ତି,ଶ୍ରୀ ଲକ୍ଷ୍ମଣ ସାହୁ,ଶ୍ରୀ ଉପେନ୍ଦ୍ର ପ୍ରଧାନ,ଶ୍ରୀ ଗୌରାଙ୍ଗ ପୃଷ୍ଟି ଆଦି। କାର୍ଯ୍ୟକ୍ରମ ର ବିଶେଷ ସହଯୋଗୀ ଥିଲେ, ପି ଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା ର ପଞ୍ଚସଖା ଶିକ୍ଷା ସେତୁ ସଭାପତି ଶ୍ରୀ ରାଜେନ୍ଦ୍ରନାରାୟଣ ବେହେରା,
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ଜଗନ୍ନାଥ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଟଖଟିଆ,ବୌଦ୍ଧ ତଥା ସଙ୍ଗୀତକାର ଶ୍ରୀ ଆର୍ତ୍ତତ୍ରାଣ ପୁରୋହିତ।
ବିଶେଷ ସାଜସଜ୍ଜା ରେ ସମସ୍ତ ଙ୍କ ସହଯୋଗ ସହିତ କ୍ୟାମେରାମେନ୍,ଶ୍ରୀମାନ ସୋମନାଥ ସାହୁ ସହଯୋଗ କରିଥିଲେ।ଏହି ଜିଲ୍ଲାସ୍ତରୀୟ ସଦାଲୋଚନା କାର୍ଯ୍ୟକ୍ରମ ରେ ତିନିଶହରୁ ଚାରିଶହ ସଂଖ୍ୟା ପର୍ଯ୍ୟନ୍ତ ଗୁରଭାଇ, ଗୁରୁମାଆ ଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ର ସୁବ୍ୟବସ୍ଥା ସହିତ ସମସ୍ତ ଙ୍କ ବିଶେଷ ସହଯୋଗ ରେ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment