ତା ୧୬ ଓ ୧୭/୦୧/୨୦୨୬ରିଖ,ଦୁଇ ଦିନ ଧରି କନ୍ଧମାଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ,୨୦୨୬ ଫୁଲବାଣୀ ସହରସ୍ଥିତ କରୋନେସନ୍ ପଡ଼ିଆ ଠାରେ ବଡ଼ ଧୁମଧାମରେ ପାଳିତ ହୋଇଛି।କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେଶକୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସୁକାନ୍ତକୁମାର ପାଣିଗ୍ରାହୀ ଯୋଗଦେବା ସହିତ ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ,ଶ୍ରୀଯୁକ୍ତ ପ୍ରଫୁଲ୍ଲଚନ୍ଦ୍ର ପ୍ରଧାନ,ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ ଏବଂ ସମସ୍ତ ଅତିଥି ଙ୍କ କରକମଳରେ ଉତ୍କଳର ମଉଡ଼ମଣି ବିଶ୍ୱସମ୍ରାଟ ଶ୍ରୀ ଜଗନ୍ନାଥ ଙ୍କ ଚରଣ ରେ ଭକ୍ତିଅର୍ଘ୍ୟ ଦୀପ ପ୍ରଜ୍ଜ୍ୱଳନପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଜେଶକୁମାର ସ୍ଵାଇଁ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ଯ ସମ୍ପର୍କରେ ଏବଂ ଶୈକ୍ଷିକ ଭାବଧାରା ଉପରେ ବିଶେଷ ବାର୍ତ୍ତା ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ବିଦ୍ୟାର୍ଥୀ ଙ୍କ ନିମନ୍ତେ ସାଧନା ଓ ସିଦ୍ଧି ଉପରେ ଅନେକ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସୁକାନ୍ତକୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ଶୈକ୍ଷିକ,ନୈତିକ ଏବଂ ବୌଦ୍ଧିକ ଭାବନା କୁ ନେଇ ଅନେକ ଉପଦେଶାତ୍ମକ କଥା ଶୁଣିବାକୁ ମିଳିଥିଲା। ପରେ ପରେ ସମସ୍ତ ଅତିଥି ଜିଲ୍ଲା ର ୨୦ଟି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ରୁ ଆସିଥିବା ଷ୍ଟଲ୍ ଗୁଡ଼ିକୁ ପରିଦର୍ଶନ କରି ସମସ୍ତ ବିଦ୍ୟାର୍ଥୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଶୁଭାଭିନନ୍ଦନ ଜଣାଇଥିଲେ।ଦ୍ଵିତୀୟ ଦିବସ ଉତ୍ସବ ର ଉଦଯାପନୀ ଦିବସ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେଶକୁମାର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଆମ କନ୍ଧମାଳ ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ ଯୋଗଦାନ କରି ଛାତ୍ର-ଛାତ୍ରୀଙ୍କ ବିଦ୍ୟା ସାଧନା ନିମନ୍ତେ ଅନେକ ହୃଦୟସ୍ପର୍ଶୀ ବାର୍ତ୍ତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁଶଳଚନ୍ଦ୍ର ନାୟକ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶମ୍ଭୁନାଥ ନନ୍ଦୀ,ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରବୀଣକୁମାର ବାଣୁଆ,ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଗଦାଧର ପାତ୍ର,ଆଇ ଓ ବି ଶାଖା ପରିଚାଳକ ଶ୍ରୀଯୁକ୍ତ ଶୈଳେନ୍ଦ୍ରକୁମାର ବାରିକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୂପମା ଦୋରା,ଶ୍ରୀଯୁକ୍ତ ମାନସରଞ୍ଜନ ଦାସ,ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କହଁର,ଖଜୁରୀପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିନୋଦବିହାରୀ ଦିଗାଲ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ସୀମାଞ୍ଚଳ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଏହି ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବରେ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ ଛାତ୍ର-ଛାତ୍ରୀଙ୍କ ଦ୍ୱାରା ଅନେକ ମନୋରଞ୍ଚନ କାର୍ଯକ୍ରମ ସହିତ ଷ୍ଟଲଗୁଡ଼ିକରେ ବିଭିନ୍ନ ପ୍ରକାର ର ପ୍ରୋଜେକ୍ଟ,ସାହିତ୍ୟ ସୃଜନୀ,କୌଶଳୀ,କ୍ରୀଡ଼ାଙ୍ଗନା,ଜିଜ୍ଞାସା ଆଦି ବିଭିନ୍ନ ବିଭାଗ କୁ ନେଇ ସମସ୍ତଙ୍କୁ ଏକ ନୂତନ ଜ୍ଞାନ ର ଭାବଧାରା ଉପରେ ଆକୃଷ୍ଟ କରିଥିବା ଦେଖିବାକୁ ମିଳିଛି।ଏପରିକି ବିଭିନ୍ନ ପ୍ରକାର ଜିନିଷପତ୍ର ସାଙ୍ଗକୁ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରି କିପରି ରୋଜଗାରକ୍ଷମ ହୋଇ ସେଥିରୁ ଲାଭବାନ ହେବାକୁ ହୁଏ ଏହି ସମ୍ପର୍କରେ ମଧ୍ୟ ଷ୍ଟଲଗୁଡ଼ିକରେ ଦେଖିବାକୁ ମିଳିଥିଲା।
କାର୍ଯ୍ୟକ୍ରମରେ “ନାରୀ ଶିକ୍ଷା” ,ମୋ ବ୍ୟାଙ୍କ ଆକାଉଣ୍ଟ”
ଆଦି ନାଟକ ପ୍ରତିଯୋଗିତା,ଲୋକ ନୃତ୍ୟ ପ୍ରତିଯୋଗିତା,କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ ଙ୍କ ସମେତ ସମସ୍ତ ଅତିଥି ଙ୍କ ଦ୍ଵାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଦୁଇ ଦିନ ଧରି କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଓ ଉଦଯାପନୀ ସଙ୍ଗୀତ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା ର ଛାତ୍ର-ଛାତ୍ରୀଗଣ ଉତ୍ସବ ସମ୍ପର୍କିତ ରଚନା କୁ ନେଇ ସୁମଧୁର ଭାବେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଙ୍ଗୀତ ର ଭାବଧାରା ରେ ଆନନ୍ଦିତ ହୋଇ ଉଦ୍ଘାଟନୀ ଦିବସ ରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସୁକାନ୍ତକୁମାର ପାଣିଗ୍ରାହୀ ଏବଂ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଆଦରଣୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ ଛାତ୍ର -ଛାତ୍ରୀଙ୍କୁ ଏବଂ ସଙ୍ଗୀତ ରଚନା କରିଥିବା ଓ ସ୍ୱର ରେ ସଜାଇଥିବା ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଙ୍କୁ ପୁଷ୍ପ ବୃକ୍ଷ ଦ୍ଵାରା ସମ୍ମାନିତ କରିଥିଲେ। ଉକ୍ତ ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ
ଶିକ୍ଷକ ତଥା ନୃତ୍ୟ ଗୁରୁ ଶ୍ରୀଯୁକ୍ତ ବିନୋଦଚନ୍ଦ୍ର ସାହୁ ଏବଂ ଫୁଲବାଣୀ ର ପ୍ରସିଦ୍ଧ ଉଦ୍ଘୋଷକ ଶ୍ରୀ ଲୁଲୁ ଭାଇ ଉତ୍ସବ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମାନସରଞ୍ଜନ ଦାସଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣପୂର୍ବକ କମିଟିର ସମସ୍ତ ସଭ୍ୟ-ସଭ୍ୟାଙ୍କ ପୂର୍ଣ ସହଯୋଗରେ ଉକ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ବେଶ୍ ସଫଳତାର ସହିତ ସମାପନ ହୋଇଥିଲା।







