ଜାତୀୟସ୍ତରରେ କବାଡ଼ି ଖେଳି ସମ୍ବର୍ଦ୍ଧିତ ହେଲେ ସୁଶ୍ରୀ ପ୍ରତ୍ୟୁଷା କହଁର।

👇समाचार सुनने के लिए यहां क्लिक करें

ଫୁଲବାଣୀ,କନ୍ଧମାଳ,ଓଡ଼ିଶା, ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ,ଓଡ଼ିଶା ୭୭ତମ ସାଧାରଣତନ୍ତ୍ର ଦିବସ ଅବସରେ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ଦ୍ଵାରା ଜତୀୟ ପତାକା ଉତ୍ତୋଳନ ହୋଇଥିଲା। ପ୍ରଧାନ ଶିକ୍ଷକ ଙ୍କ ସମେତ ବିଦ୍ୟାଳୟ ର ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପ୍ରଧାନ ଏବଂ ସମସ୍ତ ସଦସ୍ୟ, ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା,ମାଁ ଡଙ୍ଗେରୀ ଏସ୍ଏସ୍ ଜି ମହିଳା ଗ୍ରୁପ୍ ଆଦି ସମସ୍ତ ଅତିଥି ଙ୍କ ସହିତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ,ଛାତ୍ର-ଛାତ୍ରୀଙ୍କ ଉପସ୍ଥିତି ରେ ତ୍ରିରଙ୍ଗା ପତାକା ତଳେ ମାତୃବନ୍ଦନା ଗାନ ସହିତ ସଭାପତି ଶ୍ରୀ ସାହାଣୀ ସାର୍ ଙ୍କ ଅଭିଭାଷଣରେ ଶୁଣିବାକୁ ମିଳିଥିଲା,ଦେଶ ମାତୃକା ପ୍ରତି ସଦାସର୍ବଦା ସମର୍ପଣ ମନୋଭାବ ରଖିବା ଆବଶ୍ୟକ।ପରେ ପରେ ଛାତ୍ର-ଛାତ୍ରୀଙ୍କ ଦ୍ୱାରା ଘୋଷ ବାଦନ ସହିତ ପରେଡ଼୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ବିଶେଷ ଦିବସରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରତ୍ୟୁଷା କହଁର ଚଳିତ ଶିକ୍ଷାବର୍ଷ,୨୦୨୫-୨୬ ର ଜାତୀୟ ସ୍ତର ର କବାଡ଼ି ଖେଳ ପ୍ରତିଯୋଗିତା ରେ ତା,୧୯/୦୧/୨୦୨୬ରିଖ ଠାରୁ ତା,୨୩/୦୧/୨୦୨୬ରିଖ ପର୍ଯ୍ୟନ୍ତ ଗୁଡ୍ଡିବାଡ଼ା, ଆନ୍ଧ୍ରପ୍ରଦେଶ ରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ନିଜ ବିଦ୍ୟାଳୟ କୁ ପ୍ରତ୍ୟାବର୍ତ୍ତନ କରି ବିଶେଷ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିଲେ। କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କୁସୁମେଣ୍ଡି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁମତି କହଁର।ଏହା ସହିତ ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ଶ୍ର୍ରୀଯୁକ୍ତ କିଶୋରଚନ୍ଦ୍ର କହଁର,ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରତାପକିଶୋର ବେହେରା,ସୁଶ୍ରୀ ପ୍ରତ୍ୟୁଷା କହଁର ଙ୍କ ପିତା-ମାତା ଶ୍ରୀଯୁକ୍ତ ସିଘ୍ନେଶ କହଁର,ଶ୍ରୀମତୀ ଲବଙ୍ଗୀ କହଁର, ପୂର୍ବତନ ଛାତ୍ର ତଥା ନାଟ୍ୟ ଅଭିନେତା ଶ୍ରୀଯୁକ୍ତ ଶତ୍ରୁଘ୍ନ ନାୟକ,ଶ୍ରୀଯୁକ୍ତ ଶଶିଭୂଷଣ ବେହେରା,ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଆଦି ଅନେକ ଅତିଥି ଯୋଗ ଦେଇଥିଲେ। ଲାଇନପଡ଼ାର ମୁଖ୍ୟ ଛକ ଠାରେ ଜାତୀୟ ସ୍ତର ର ଖେଳାଳୀ ସୁଶ୍ରୀ ପ୍ରତ୍ୟୁଷା କହଁର,ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ସାର୍ ଏବଂ ସମସ୍ତ ଅତିଥି ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଏକ କାର୍ ଯୋଗେ ନୃତ୍ୟ-ବାଦ୍ୟ ସହିତ ବିଦ୍ୟାଳୟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସମ୍ମାନ ରେ ଅଣାଯାଇଥିଲା।ବିଦ୍ୟାଳୟ ର ସାଧାରଣ ତନ୍ତ୍ର ଦିବସ ମଞ୍ଚରେ ମୁଖ୍ୟ ଅତିଥି,ପ୍ରଧାନ ଶିକ୍ଷକ,ସମସ୍ତ ଅତିଥି,ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର କହଁର ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଙ୍କ ତରଫରୁ ସୁଶ୍ରୀ ପ୍ରତ୍ୟୁଷା କହଁର ଙ୍କୁ ବିଶେଷ ଟ୍ରଫି,ପୁଷ୍ପ ବୃକ୍ଷ,ଉପଢୌକନ ଆଦି ପ୍ରଦାନ କରାଯାଇଥିଲା।ଏହା ସହିତ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ କହଁର ସାର୍ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବୁଦ୍ଧିଜୀବୀ ମହଲ ଏବଂ ଜିଲ୍ଲା ତରଫରୁ ସୁଶ୍ରୀ କହଁରଙ୍କୁ ଏବଂ ବିଦ୍ୟାଳୟ ପ୍ରତି ଅନେକାନେକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଉଅଛି। ପରେ ପରେ ବିଦ୍ୟାଳୟ ର ଅନେକ କୃତୀ ଛାତ୍ର-ଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବଡ଼ ଧୁମଧାମ ରେ ଅନୁଷ୍ଠିତ ହୋଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମ କୁ ସରସ ଓ ସୁନ୍ଦର ଭାବରେ ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ।
ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ଶ୍ରୀଯୁକ୍ତ ସୁଶୀଲ କୁମାର ପାରାସେଠ,ଶ୍ରୀମତୀ ମାନିନୀ ପ୍ରଧାନ,ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ର୍ରୀ ତରଣୀ ହରିପାଲ୍,ଶ୍ରୀ ଅନନ୍ତ ମହାକୁର,ଶ୍ରୀଯୁକ୍ତ ସ୍ମୂତିକାନ୍ତ ମହାରଥ,ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,ଶ୍ରୀମତୀ ସୁମିତ୍ରା ପ୍ରଧାନ,ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ ଆଦି ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଙ୍କ ବିଶେଷ ସହଯୋଗ ସହିତ କାର୍ଯକ୍ରମ ଶେଷ ରେ ଧନ୍ୟବାଦ ଅର୍ପଣପୂର୍ବକ ସୁମିଷ୍ଟ ମିଷ୍ଟାନ୍ନ ବଣ୍ଟନ କରି କାର୍ଯକ୍ରମ ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment