ତା,୦୫/୦୨/୨୦୨୬ ଠାରୁ ତା,୦୯/୦୨/୨୦୨୬ ରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ,୨୦୨୫-୨୦୨୬ ଭୁବନେଶ୍ଵରସ୍ଥିତ ୟୁନିଟ,୦୩ କ୍ୟାପିଟାଲ୍ ହାଇସ୍କୁଲ,ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଛି।ଆମ ଓଡ଼ିଶା ର ତିରିଶ ଟି ଜିଲ୍ଲା ରୁ ମନୋନୀତ ହୋଇ ଆସିଥିବା ଛାତ୍ର-ଛାତ୍ରୀଗଣ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରି ଛାତ୍ର ଜୀବନ ରେନୈତିକ,ବୌଦ୍ଧିକ,ଶାରୀରିକ,ଆଧ୍ୟାତ୍ମିକ,ସେବା,ସ୍ୱାସ୍ଥ୍ୟ,ବିଶ୍ୱ-ବନ୍ଧୁତ୍ୱ ଆଦି ଅନେକ ଶିକ୍ଷା ଉପରେ ପ୍ରତ୍ୟହ ଛାତ୍ର-ଛାତ୍ରୀ ଶିକ୍ଷା ଗ୍ରହଣ କରିବା ସହିତ ପ୍ରଶିକ୍ଷଣ ଲାଭ କରିଥିଲେ। ପ୍ରତ୍ୟେକ ଦିନ ମହାମାନ୍ୟ ଅତିଥି ଙ୍କ ଦ୍ଵାରା ଛାତ୍ର-ଛାତ୍ରୀଙ୍କ ନିମିତ୍ତ ବିଶ୍ୱ ଐକ୍ୟ ଶକ୍ତି,ସମରସତା,ସୁସ୍ଥ ମାନସିକତା,ସୁସ୍ଥ ସାମାଜିକତା ଆଦି ବିଭିନ୍ନ ପ୍ରସଙ୍ଗ କୁ ନେଇ ବିସ୍ତୃତ ଆଲୋଚନା କରାଯିବା ସହିତ ପ୍ରତିଯୋଗିତାମାନ କରାଯାଇଥିଲା।ଏହା ସହିତ ସମସ୍ତ ଛାତ୍ର-ଛାତ୍ରୀ ଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବରେ ସଙ୍ଗୀତ,ନୃତ୍ୟ,ସାଧାରଣ ଜ୍ଞାନ,କୁଇଜ୍,ରଙ୍ଗୋଲୀ ଆଦି ଅନେକ ପ୍ରକାରର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଉକ୍ତ ରାଜ୍ୟସ୍ତରୀୟ କାର୍ଯକ୍ରମ ରେ ପ୍ରାତଃଜାଗରଣ ଠାରୁ ଆରମ୍ଭ କରି ରାତ୍ରି ଶୟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ କୁ ଟିକି-ନିଖି ଭାବେ ନିରୀକ୍ଷଣ କରାଯାଇଥାଏ। ଜୁନିୟର ରେଡକ୍ରସ ଏକ ନୋବେଲ ପୁରସ୍କାର ପ୍ରାପ୍ତ ବିଶ୍ୱସ୍ତରୀୟ ସଙ୍ଗଠନ।ଏହା ସମାଜ କୁ ଏକ ସୁସ୍ଥ ସମାଜ ରେ ପରିଣତ କରିବାରେ ସବୁବେଳେ ସବୁ ସମୟରେ ନିଜର ପ୍ରୟାସ ଜାରି ରଖିଥାଏ। ଉଦଯାପନୀ ଦିବସ ରେ ଶ୍ରୀଯୁକ୍ତ ଗଣେଶ ପାତ୍ର,ଆଏଏସ,ଅବୈତନିକ ସଚିବ,ଓଏସବି,ଭୁବନେଶ୍ଵର,ମେଜର ଶ୍ରୀମତୀ କଳ୍ପନା ଦାସ,ସେକ୍ରେଟାରୀ,ଆଇଆରସିଏସ୍,ଓଏସବି,ଭୁବନେଶ୍ଵର,ଶ୍ରୀଯୁକ୍ତ ରମେଶ ବେହେରା,ୟୁଥ୍ ରେଡକ୍ରସ୍,ଷ୍ଟେଟ୍ ଅଫିସର୍,ଭୁବନେଶ୍ୱର,ଶ୍ରୀଯୁକ୍ତ ଲାବଣ୍ୟ ସବର,ଓଏଫଏସ୍,ଭୁବନେଶ୍ଵର,ଶ୍ରୀମତୀ ସୋମାରିକା ଦାସ,ଜିଲ୍ଲା ଶିକ୍ଷା ଅଧିକାରୀ,ଖୋର୍ଦ୍ଧା,ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁ,ଷ୍ଟେଟ୍ ଜେଆରସିଓ,ଭୁବନେଶ୍ଵର ଆଦି ମହାମାନ୍ୟ ଅତିଥି ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ଅନୁଯାୟୀ ବିଭିନ୍ନ ପ୍ରକାର ର ଦ୍ରବ୍ଯ କୁ ନେଇ ସୁନ୍ଦର ଏକ୍ଜିବିସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେପରିକି,କନ୍ଧମାଳ ର କଞ୍ଚା ହଳଦୀ,ସୁଖିଲା ହଳଦୀ,ଝୁଣା,ମୁଗ,କଳାବିରି,କୋଳଥ,ମାଣ୍ଡିଆ,ପାଳୁଅ,ଆଦିବାସୀଙ୍କ ବିଭିନ୍ନ ବ୍ୟାବହାରିକ ସାମଗ୍ରୀ,ଜୁନିୟର ରେଡକ୍ରସ ର ବିଶ୍ୱସ୍ତରୀୟ ଐତିହାସିକ ତଥ୍ୟ,ଐତିହାସିକ ମୁଦ୍ରା ସଂଗ୍ରହ,ବାଉଁଶରେ ତିଆରି ବିଭିନ୍ନ ଜିନିଷ ଆଦି।ଉକ୍ତ ଉଦଯାପନୀ ଦିବସ ରେ ମହାମାନ୍ୟ ଅତିଥି ଙ୍କ କରକମଳରେ ଛାତ୍ର -ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ,ବିଭିନ୍ନ କାଉନସିଲର୍ସ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ,ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭାଭିନନ୍ଦନ ଜଣାଇ ପୁରସ୍କୃତ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାଗୁଡ଼ିକ ମଧ୍ୟ ରେ ସମବେତ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ରେ ରାଜ୍ୟସ୍ତର ର ଏହି ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରି ଟ୍ରଫି ଏବଂ ସାର୍ଟିଫିକେଟ୍ ହାସଲ କରିଛି।ସମବେତ କଣ୍ଠ ସଙ୍ଗୀତ ରେ ଗାୟନ କରିଥିଲେ,ପିଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ ର ଛାତ୍ର-ଛାତ୍ରୀଗଣ।ଉକ୍ତ ସଙ୍ଗୀତ ର ଗୀତିକାର,ସଙ୍ଗୀତ ନିର୍ଦ୍ଦେଶକ ଥିଲେ ପିଏମଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ାର ହିନ୍ଦୀ ଶିକ୍ଷକ,ସଙ୍ଗୀତକାର ତଥା କାଉନସିଲର୍ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ।କନ୍ଧମାଳ ଜିଲ୍ଲା ଚକାପାଦ ଜେଆରସି ବ୍ଲକ୍ କାଉନସିଲର୍ ତଥା ପିଏମଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ାର ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀ ସୁଶୀଲ କୁମାର ପାରାସେଠ୍ ଓ ସୁଡ୍ରୁକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ତଥା ଜେଆରସି କାଉନସିଲର୍ ଶ୍ରୀମତୀ ସୁନୀତା ଦିଗାଲ ଙ୍କ କନ୍ଧମାଳ ଜିଲ୍ଲା ତରଫରୁ ବିଶେଷ ଯୋଗଦାନ ରହିଥିଲା।ଉକ୍ତ ରାଜ୍ୟସ୍ତରୀୟ କାର୍ଯକ୍ରମ ରେ ତା,୦୭/୦୨/୨୦୨୬ରିଖ ଦିନ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ଶ୍ରୀ ଶଙ୍କର ମହୋଦୟ ଯୋଗଦାନ କରି ସମସ୍ତ ଙ୍କୁ ହାସ୍ୟରସାତ୍ମକ ଭାବକୁ ନେଇ ଅନେକ ଖୁସି ପ୍ରଦାନ କରିଥିଲେ। ତା,୦୮/୦୨/୨୦୨୬ରିଖ ରେ ଆମ ଓଡ଼ିଶା ର ଅତି ପ୍ରିୟ ସୁପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଶ୍ରୀଯୁକ୍ତ ସବ୍ୟସାଚ୍ଚୀ ମିଶ୍ର ଯୋଗଦାନ କରି ଜୁନିୟର ରେଡକ୍ରସ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିବା ସହିତ ସମସ୍ତ ପାଇଁ ସୁମଧୁର ବକ୍ତବ୍ୟ ରଖିଥିଲେ ଓ କହିଥିଲେ,”ଆମ ଓଡ଼ିଶା ର ମାଟି,ପାଣି ବାସ୍ନାକୁ ନେଇ ସଦା ସର୍ବଦା ମାଟିମନସ୍କ ହୋଇ ସମସ୍ତ କାର୍ଯ୍ୟ କରୁଥିବା ମୋ ଭାଇ-ଭଉଣୀଙ୍କ ପାଖରେ ମୁଁ ସବୁବେଳେ ସବୁ ସମୟରେ ଅଛି।”ଏହାପରେ ପିଏମଶ୍ରୀ ବରଡା଼ ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର,ଗୀତିକାର,ଉଦ୍ଘୋଷକ,ସାହିତ୍ୟିକ,ଶାସ୍ତ୍ରୀୟ ଭଜନ ଗାୟକ,ଆକାଶବାଣୀ-ଦୂରଦର୍ଶନ କଳାକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଙ୍କୁ ଟ୍ରଫି ସହ ବିଶେଷ ସମ୍ମାନ ରେ ରେ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ସଙ୍ଗୀତ ଟିମ୍ ବ୍ରହ୍ମପୁର ଓ କଟକ ରୁ ଆସିଥିବା ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ଶ୍ରୀଯୁକ୍ତ ମିଶ୍ର ସମସ୍ତ ଭାଇ-ଭଉଣୀ ଙ୍କ ପାଖକୁ ଯାଇ ସେଲ୍ଫି ନେଇ ଥିଲେ।କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଆମ ଓଡ଼ିଶାର ସର୍ବପୁରାତନ ଐତିହାସିକ ସ୍ଥାନ ଧୌଳି ଗିରି କୁ ସମସ୍ତ ପ୍ରଶିକ୍ଷାର୍ଥୀ ଏବଂ କର୍ମକର୍ତ୍ତାବୃନ୍ଦ ସମସ୍ତେ ମିଶି ବସ୍ ଯୋଗେ ଯାଇ ପରିଭ୍ରମଣ ର ଆନନ୍ଦ ନେବା ସହିତ ଅନେକ ଐତିହାସିକ ତଥ୍ୟ ଗ୍ରହଣ କରିଥିଲେ।ଉକ୍ତ ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ କାର୍ଯ୍ୟକ୍ରମରେ ଛାତ୍ର-ଛାତ୍ରୀଙ୍କ ନିମନ୍ତେ ଅନେକାନେକ ଶିକ୍ଷଣୀୟ ତଥ୍ୟ କୁ ନେଇ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ କର୍ମକର୍ତ୍ତା ଙ୍କ ବିଶେଷ ସହଯୋଗ ରେ ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।








