ଲାଇନପଡ଼ା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

👇समाचार सुनने के लिए यहां क्लिक करें

ତା,୨୧/୦୬/୨୦୨୬ରିଖ,ରବିବାର ବିଶ୍ଵ ଯୋଗ ଦିବସ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା, କନ୍ଧମାଳ ଠାରେ ଆନନ୍ଦ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଅଛି।ବିଦ୍ୟାଳୟ ର ଜୁନିୟର ରେଡ଼କ୍ରସ୍ ଆନୁକୁଲ୍ୟରେ ଛାତ୍ର-ଛାତ୍ରୀ ଙ୍କ ସହିତ ସମସ୍ତଙ୍କ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇ “ଯୋଗ ହିଁ ଜୀବନ”,”ଜୀବନ ହିଁ ଯୋଗ” ଭାବନା ରଖି ପ୍ରଭାତ ସମୟର ଦିବ୍ୟ ମୁହୂର୍ତ୍ତରେ ପ୍ରଥମେ ଏକାକ୍ଷର ବ୍ରହ୍ମ ଓଁ ଉଚ୍ଚାରଣ କରି ସୁମଧୁର ସଙ୍ଗୀତ ସହିତ ଯୋଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ଚିନ୍ମୟ ମୁଦ୍ରା ସହିତ ଧ୍ୟାନସ୍ଥ ହୋଇ ପରେ ପରେ ଅନୁଲୋମ୍ ବିଲୋମ୍,କପାଲ୍ ଭାତି,ପ୍ରାଣାୟାମ ସହିତ ବିଭିନ୍ନ ଯୋଗାସନ,ସୂର୍ଯ୍ୟ ନମସ୍କାର ଆଦି ସମସ୍ତେ ଏକ ସଙ୍ଗରେ ଯୋଗାସନ କରିଥିଲେ। ବିଦ୍ୟାଳୟ ରେ ପ୍ରତ୍ୟେକ ଶନିବାର ଯୋଗାଭ୍ୟାସ କରାଯାଇଥାଏ।ତଦନୁସାରେ ସମସ୍ତ ଙ୍କୁ ଉକ୍ତ ଦିବସରେ ଯୋଗାଭ୍ୟାସ ର ପ୍ରକୃତ ଶାନ୍ତି ପ୍ରାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ଚକାପାଦ ବ୍ଲକ୍ ଜୁନିୟର ରେଡ଼କ୍ରସ୍ ର କାଉନସିଲର ଶ୍ରୀଯୁକ୍ତ ସୁଶୀଳକୁମାର ପାରାସେଠ୍ କହିଥିଲେ,”ଯୋଗ ହିଁ ଆମକୁ ନୈତିକ,ବୌଦ୍ଧିକ ଚିନ୍ତାଧାରା ପ୍ରଦାନ କରିଥାଏ।”ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ନିଜ ବକ୍ତବ୍ୟ ରଖିଥିଲେ,ଆଧ୍ୟାତ୍ମିକ ଚେତନା ହିଁ ଯୋଗ।” “ଯୋଗ ଆମ ଚିତ୍ତ ଓ ଗାତ୍ର କୁ ଶୌଚ କରେ ଏହା ସହିତ “ପ୍ରଣାୟାମ, ଅମ୍ଳଜାନରୂପକ ସଞ୍ଜିବନୀ କୁ ଜାଗ୍ରତ କରେ।”ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳକୁମାର କହଁର, ବିଦ୍ୟାଳୟ ର ଯୋଗ ଶିକ୍ଷକ ଶ୍ରୀ ରତ୍ନନାଭ ଭୋଇ ଯୋଗାଭ୍ୟାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ସଭା କାର୍ଯ୍ୟ ଓ ସଙ୍ଗୀତ ପରିଚାଳନା କରିଥିଲେ, ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ।ବରିଷ୍ଠ‌ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ,ବାସନ୍ତୀ ପ୍ରଧାନ,ଶ୍ରୀମତୀ କାଜଲ୍ ଦିଦି,ମେଟ୍ରନ୍ ଦିଦି ତଥା ଯୋଗ ଅଭ୍ୟାସ କରାଉଥିବା ଶ୍ରୀମତୀ ପ୍ରତିମା ମଲ୍ଲିକ,ବିଜ୍ଞାନ ଶିକ୍ଷକ ଶ୍ରୀ ତରଣୀ ହରିପାଲ୍,ଶ୍ରୀ ଅନନ୍ତ ମହାକୁର,ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀଯୁକ୍ତ ଦିନେଶକୁମାର ସାହୁ,ଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,ଶ୍ରୀମତୀ ତନ୍ମୟୀ ଦିଗାଲ,ଶ୍ରୀମତୀ ପ୍ରମୋଦିନୀ ଦିଦି ଆଦି ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ବେଶ୍ ସରସ ସୁନ୍ଦର ହୋଇଥିଲା।ଶେଷରେ ଅନେକ ନୀତିଶିକ୍ଷାମୂଳକ ସନ୍ଦେଶ ସହିତ ଧନ୍ୟବାଅର୍ପଣପୂର୍ବକ ମିଷ୍ଟାନ୍ନ ବଣ୍ଟନ କରି ସୁମଧୁର ସଙ୍ଗୀତ ଗାୟନ ସହିତ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment