ପିଏମଶ୍ରୀ ବି.ବି.ହାଇସ୍କୁଲ୍, ଲାଇନପଡ଼ା ଠାରେ ବନମହୋତ୍ସବ ପାଳିତ।

👇समाचार सुनने के लिए यहां क्लिक करें

ଚକାପାଦ, ଫୁଲବାଣୀ, କନ୍ଧମାଳ ତା,୦୪/୦୭/୨୦୨୬ରିଖ, ଶନିବାର ଦିନ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳ ଠାରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ,୨୦୨୬ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଗଣ ଯୋଗଦେଇଥିଲେ,ଶ୍ରୀଯୁକ୍ତ ଦୁର୍ଗାମାଧବ ଦାସ,ଫରେଷ୍ଟର, ଟିକାବାଲି।ଶ୍ରୀଯୁକ୍ତ ରଶ୍ମିରଞ୍ଜନ ସ୍ୱାଇଁ, ରେଞ୍ଜର୍, ଟିକାବାଲି।ଶ୍ରୀଯୁକ୍ତ ଏସ୍.ସନ୍ତୋଷକୁମାର ରାଉତ, ହୋମଗାଡ଼୍,ଶଙ୍କରାଖୋଲ। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ସାର୍ ପ୍ରଥମେ ବନମହୋତ୍ସବ ର ଲକ୍ଷ୍ୟ-ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଓ କହିଥିଲେ, “ପ୍ରତିବର୍ଷ ତା,୦୧ ଜୁଲାଇ ରୁ ୦୭ ଜୁଲାଇ ପର୍ଯ୍ୟନ୍ତ ବନମହୋତ୍ସବ ପାଳନ କରାଯାଇଥାଏ।” “ବୃକ୍ଷ ହିଁ ମସଗ୍ର ସୃଷ୍ଟି ର ଜୀବନ,ଏହାର ଯତ୍ନ ଆମ ସଭିଙ୍କ ପ୍ରଥମ କର୍ତ୍ତବ୍।”ବିଶିଷ୍ଟ ଅତିଥି ଶ୍ରୀ ଯୁକ୍ତ ଦାସ କହିଯାଇଥିଲେ,”ବୃକ୍ଷରାଜି ର ଅନେକ ଉପକାରିତା ରହିଛି,ତେଣୁ ବୃକ୍ଷ ହିଁ ଆମର ବଞ୍ଚିବା ର ଏକମାତ୍ର ଉପାୟ।”ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତଥା ଜୁନିୟର ରେଡ଼କ୍ରସ୍, ଚକାପାଦ ବ୍ଲକ୍ ର କାଉନସିଲର ଶ୍ରୀଯୁକ୍ତ ସୁଶୀଳକୁମାର ପାରାସେଠ୍ କହିଥିଲେ, “ସମସ୍ତ ଜୀବ ଜଗତ ର ସୁସ୍ଥତା ଆଣିଦେଇଥାଏ, ବୃକ୍ଷ।“ପ୍ରତିଦିନ ଆମେ ବୃକ୍ଷରୋପଣ କରିବା ନିତାନ୍ତ ଜରୁରୀ ଅଟେ।”ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳକୁମାର କହଁର କହିଛନ୍ତି, “ବୃକ୍ଷ ହିଁ ଆମକୁ ସବୁଜ-ଶ୍ୟାମଳ ପରିବେଶ ଦେଇଥାଏ,ଯାହା ଦ୍ୱାରା ଆମେ ଦୀର୍ଘାୟୁ ହୋଇଥାଉ।”ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ କାର୍ଯ୍ୟକ୍ରମ କୁ ବେଶ୍ ସରସ ସୁନ୍ଦର ଭାବେ ପରିଚାଳନା କରିବା ସହିତ କହିଛନ୍ତି,”ବୃକ୍ଷ ହିଁ ଶିକ୍ଷ୍ ବରୈ ଦିନ-ରାତି”, ଅର୍ଥାତ୍”ବୃକ୍ଷ ଠାରୁ ଆମେ ଦିନ-ରାତି ଅନେକ ଶିକ୍ଷା ଲାଭ କରିଥାଉ। ବୃକ୍ଷ ବା ନଦୀ ସେମାନେ କେବେ ନିଜ ପାଇଁ ବଞ୍ଚନ୍ତି ନାହିଁ, ସଦାସର୍ବଦା ଅନ୍ୟର ଉପକାରରେ ହିଁ ଲାଗିଥାଆନ୍ତି।”ପରେ ପରେ ସମସ୍ତ ଅତିଥି ଙ୍କ ସହିତ ସମସ୍ତ ଛାତ୍ର-ଛାତ୍ରୀ,ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏକାଠି ହୋଇ ବିଭିନ୍ନ ପ୍ରକାରର ବୃକ୍ଷ ନେଇ ବୃକ୍ଷରୋପଣ କରିଥିଲେ।କାଜୁ,ଡାଳିମ୍ବ,ସଜନା,ସୀତାଫଳ,କାଠବାଦାମ,ବେଲ,ଜାମୁ,ରାଧାଚୂଡ଼ା,ଅମୃତଭଣ୍ଡା, ଅଅଁଳା ଆଦି ଅନେକ ବୃକ୍ଷ କୁ ନେଇ ବୃକ୍ଷରୋପଣ କରାଯାଇଥିଲା। ବର୍ଷା ସମୟ ର ଅନୁକୂଳ ପାଣିପାଗ କୁ ନେଇ ବନମହୋତ୍ସବ ର ବୃକ୍ଷରୋପଣ କାର୍ଯ୍ୟଟି ବ୍ୟବସ୍ଥିତ ଢଙ୍ଗରେ ସୁନ୍ଦର ହୋଇଥିଲା ବିଦ୍ୟାଳୟ ର ଶିକ୍ଷକ-ଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀ ତରଣୀ ହରିପାଲ୍,ଶ୍ରୀ ଅନନ୍ତ ମହାକୁର,ଶ୍ରୀ ରତ୍ନନାଭ ଭୋଇ,ଶ୍ରୀଯୁକ୍ତ ସ୍ମୃତିକାନ୍ତ ମହାରଥ, ଶ୍ରୀଯୁକ୍ତ ବିଶ୍ୱାମିତ୍ର ଭୋଇ,ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ଆଦି ସମସ୍ତ ଙ୍କ ବିଶେଷ ସହଯୋଗ ସହିତ କାର୍ଯ୍ୟକ୍ରମ ର ଶେଷ ରେ ସମସ୍ତ ଅତିଥିଙ୍କ ଦ୍ଵାରା ବନମହୋତ୍ସବ ର ଉପଦେଶାତ୍ମକ ସନ୍ଦେଶ ଓ ବାର୍ତ୍ତା ପ୍ରଦାନ କରାଯିବା ସହିତ ଧନ୍ୟବାଦଅର୍ପଣପୂର୍ବକ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment