ପି ଏମ୍ ଶ୍ରୀ ବିବି ହାଇସ୍କୁଲ୍ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ

👇समाचार सुनने के लिए यहां क्लिक करें

ତା,୦୨/୦୪/୨୦୨୫ରିଖ ରେ ପି ଏମ୍ ଶ୍ରୀ ବି. ବି. ହାଇସ୍କୁଲ୍,ଲାଇନପଡ଼ା ବିଦ୍ୟାଳୟରେ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ଓ ଶିଶୁବାଟିକାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ କୁସୁମେଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁମତି କହଁର,ମୁଖ୍ୟ ବକ୍ତା ଭାବେ ନାଏବ ସରପଞ୍ଚ ଶ୍ରୀଯୁକ୍ତ ଅଗସ୍ତି ଦିଗାଳ, ସମ୍ମାନୀତ ଅତିଥି ଭାବେ
ବିଦ୍ୟାଳୟ ଏସ୍ ଏମ୍ ସି ର ଶ୍ରୀଯୁକ୍ତ ଅଶ୍ୱିନୀ ପ୍ରଧାନ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା ପ୍ରମୁଖ ଯୋଗଦେଇଥିଲେ। ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଚରଣ ଅରବିନ୍ଦରେ ସମସ୍ତ ଅତିଥି ଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ସହିତ ସଭାକାର୍ଯ୍ୟର ସଭାପତି ଉକ୍ତ ଦିବସର ଉଦ୍ଦେଶ୍ଯ, ଶିଶୁ ଙ୍କ ଶୈକ୍ଷିକ ଉନ୍ନତି, ନୈତିକ ଉନ୍ନତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ମୁଖ୍ୟ ଅତିଥି ଙ୍କ ଅଭିଭାଷଣ ରେ ଥିଲା, ବିଦ୍ୟାଳୟ ଏକ ମନ୍ଦିର ସଦୃଶ ଏଠାରେ ସଦାସର୍ବଦା ପବିତ୍ର ତା ଭରି ରହିଥାଏ। ସମ୍ମାନୀତ ଅତିଥିଙ୍କ ବକ୍ତବ୍ଯ ରେ ଥିଲା, ବିଦ୍ୟାଳୟ ବିଶ୍ୱ ରେ ଏକମାତ୍ର ସ୍ଥାନ ଯେଉଁଥିରେ କି, ମାନବୀୟ ଧର୍ମ ଧାରା ର ଶିକ୍ଷା ରହିଥାଏ। ପରେ ପରେ ଶିଶୁ ବାଟିକା ର ଶିଶୁମାନଙ୍କ ପାଇଁ ଶ୍ଳୋକ ଓ ମନ୍ତ୍ର ଉଚ୍ଚାରଣ ସହିତ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ଅତିଥି ସ୍ୱ କରକମଳ ରେ ବାର୍ଷିକ ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀ କୁ ଉତ୍ତୀର୍ଣ ହୋଇଥିବା ନୂତନ ଶିଶୁ ଙ୍କ ନୂତନ ଶ୍ରେଣୀ ଗୃହ କୁ ଉଦ୍ଘାଟନ କରିଥିଲେ ଏବଂ
ଉତ୍ତୀର୍ଣ ହୋଇଥିବା ଶିଶୁମାନଙ୍କ ମଧ୍ଯରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର-ଛାତ୍ରୀ ଙ୍କୁ ମଧ୍ୟ ସମ୍ମାନୀତ କରଥିଲେ। ଏହାପରେ ସମସ୍ତ ପୂଜ୍ୟ ଅତିଥି ଓ ଗୁରୁଜୀ/ଗୁରୁମା ଙ୍କ ଦ୍ୱାରା ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହାସହିତ ବିଦ୍ୟାଳୟର ଛାତ୍ର-ଛାତ୍ରୀ ଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ପରେ ପରେ ନୂତନ ଶିଶୁଙ୍କୁ ପାଇଁ ଏଡ୍ମିସନ୍ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ଦିବସର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ, ସଭାକାର୍ଯ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ।କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ ସହିତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମ ବିହାରୀ ବେହେରା,ଶ୍ରୀମତୀ ମାନିନୀ ପ୍ରଧାନ,ଶ୍ରୀଯୁକ୍ତ ସୁଶୀଲ କୁମାର କହଁର,ଶ୍ରୀଯୁକ୍ତ ସୁଶୀଲ ପାରାସେଠ, ଶ୍ରୀମତୀ ବାସନ୍ତୀ ପ୍ରଧାନ, ଶ୍ରୀ ବିଶ୍ୱଜିତ ଦାସ, ଶ୍ରୀଯୁକ୍ତ ଚକାଡୋଳା ନାୟକ, ପ୍ରତିମା ମଲ୍ଲିକ ଆଦି ସମସ୍ତ ଙ୍କ ସହାୟତାରେ କାର୍ଯ୍ୟକ୍ରମଟି ବେଶ୍ ସୁନ୍ଦର ହୋଇପାରିଥିଲା।

SBP TV
Author: SBP TV

Leave a Comment

ଅଧିକ ପଢ

Buzz4 Ai