ପି ଏମ୍ ଶ୍ରୀ ବି. ବି. ହାଇସ୍କୁଲ୍, ଲାଇନପଡ଼ା,କନ୍ଧମାଳ ଠାରେ ୯୦ତମ ଓଡ଼ିଶା ଦିବସ ପାଳିତ।

👇समाचार सुनने के लिए यहां क्लिक करें

ତା,୦୧/୦୪/୨୦୨୫ରିଖ ରେ ପି ଏମ୍ ଶ୍ରୀ ବି.ବି. ହାଇସ୍କୁଲ୍, ଲାଇନପଡ଼ା ରେ ୯୦ତମ ଉକଳ ଦିବସ,ବହୁ ଆଡମ୍ବର ସହକାରେ ପାଳନ କରାଯାଇଅଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ସମେତ ଉତ୍କଳର ମଉଡ଼ମଣି ଶ୍ରୀ ଜଗନ୍ନାଥ ଙ୍କ ଚରଣରେ ଏବଂ ଉକ୍ତଳଗୌରବ ମଧୁସୂଦନ ଦାସ ଙ୍କ ଫୋଟୋଚିତ୍ର ରେ ଭକ୍ତିପୂତ ଅର୍ଘ୍ୟ ଢାଳି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଉତ୍କଳ ଜାତୀୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ବିଦ୍ୟାଳୟ ର ଛାତ୍ର-ଛାତ୍ରୀ ଙ୍କ ଦ୍ୱାରା ଗାୟନ କରାଯାଇଥିଲା ପରେ ପରେ ପ୍ରଧାନ ଶିକ୍ଷକ ଙ୍କ ସମେତ ସମସ୍ତ ଗୁରୁଜୀ-ଗୁରୁମା ଙ୍କ ଅଭିଭାଷଣ ରେ ସମସ୍ତ ଛାତ୍ର-ଛାତ୍ରୀ ଆମ ଓଡ଼ିଶା ର ଇତିହାସ,ସଂସ୍କୃତି ସମ୍ପର୍କରେ ଜାଣି ନିଜକୁ ଖୁବ୍ ଗୌରବାନ୍ଵିତ ମନେକରିଥିଲେ। ପ୍ରଧାନ ଶିକ୍ଷକ ଙ୍କ ଅଭିଭାଷଣ ରେ ଥିଲା, “ବିଶ୍ୱ ବନ୍ଦିତା ଉତ୍କଳ ଜନନୀ ଆମ ସଭିଙ୍କ ଚେତନାର ପ୍ରତୀକ।”ବିଦ୍ୟାଳୟ ର ଛାତ୍ର- ଛାତ୍ରୀ ଙ୍କ ଦ୍ୱାରା ପବିତ୍ର ଉତ୍କଳ ଦିବସ ସମ୍ପର୍କ ରେ ବକ୍ତୃତା କାର୍ଯ୍ୟକ୍ରମ ରେ ପରିବେଶ ଖୁବ୍ ସୁନ୍ଦର ହୋଇଥିଲା। କାର୍ଯ୍ୟକ୍ରମ ର ସ୍ୱାଗତ ଭାଷଣ ତଥା ସଭା ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। ଏହା ସହିତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମ ବିହାରୀ ବେହେରା, ଶିକ୍ଷୟିତ୍ରୀ ଶ୍ରୀମତୀ ମାନୀନି ପ୍ରଧାନ, ଶ୍ରୀଯୁକ୍ତ ସୁଶୀଲ କୁମାର କହଁର,ଶ୍ରୀଯୁକ୍ତ ସୁଶୀଲ ପାରାସେଠ,ଶ୍ରୀ ବିଶ୍ୱଜିତ୍ ଦାଶ, ଶ୍ରୀମତୀ ବାସନ୍ତୀ ପ୍ରଧାନ, ଶ୍ରୀଯୁକ୍ତ ଚକାଡୋଳା ନାୟକ ଆଦି ସମସ୍ତ ଙ୍କ ସହାୟତା ରେ ସମସ୍ତ ଛାତ୍ର-ଛାତ୍ରୀ ଙ୍କ ସମେତ ସମସ୍ତ ଗୁରୁଜୀ- ଗୁରୁମା ଉକ୍ତ ପବିତ୍ର ଓଡ଼ିଶା ଦିବସ ରେ ଉତ୍କଳର ଐତିହାସିକ ବରପୁତ୍ର ଙ୍କ ଜୟଗାନ କରି ଲାଇନପଡ଼ା ଅଞ୍ଚଳ ରେ ଏକ ସୁନ୍ଦର ର଼୍ୟାଲି ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ ସହିତ ମିଷ୍ଟାନ୍ନ ବଣ୍ଟନ କରାଯାଇ ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ବେଶ୍ ସୁନ୍ଦର ହୋଇଥିଲା।

SBP TV
Author: SBP TV

Leave a Comment

ଅଧିକ ପଢ

Ai / Market My Stique Ai