ଓଡ଼ିଶା ବୟୋ ବନ୍ଦନା କାର୍ଯ୍ୟକ୍ରମ ପାଳିତ, ଲାଇନ ପଡା

👇समाचार सुनने के लिए यहां क्लिक करें

ଚକାପାଦ,ଲାଇନପଡ଼ା ତା,୧୧/ଏପ୍ରିଲ୍/୨୦୨୫ରିଖ ରେ ରାଜ୍ୟସ୍ତରୀୟ, ଓଡ଼ିଶା ବୟୋ ବନ୍ଦନା କାର୍ଯ୍ୟକ୍ରମରେ ସି ଏଚ୍ ସି,ବ୍ରାହ୍ମଣପାଦ ଡ.ଦୀପଦିଲ୍ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଚକାପାଦ ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର ଯୋଗଦେବା ସହିତ ଚକାପାଦ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୃଦୟରଞ୍ଜନ ସାହୁ ମୁଖ୍ୟବକ୍ତା ରୂପେ, ସମ୍ମାନିତ ଅତିଥି ଡ.ସୁନୀଲ କୁମାର ସାହୁ,ଶ୍ୟାମସୁନ୍ଦର ସାହୁ,ବି ପି ଏମ, ବ୍ରାହ୍ମଣପାଦ,କୁସୁମେଣ୍ଡି ଗ୍ରା.ପ.ର ସରପଞ୍ଚ ଶ୍ରୀମତୀ ସୁମତି କହଁର, ଏଲ୍.ବପଲମେଣ୍ଡି ସରପଞ୍ଚ ରଞ୍ଜନ ମଲ୍ଲିକ, ବସ୍ତିଙ୍ଗିଆ ସରପଞ୍ଚ ଚିରଞ୍ଜିବୀ କହଁର,ବେହେରା ଗାଁ ସରପଞ୍ଚ ମମତା କହଁର, ଆରାବାକା ସରପଞ୍ଚ ରୋନିମା ପ୍ରଧାନ, ଶଙ୍କରାଖୋଲ ସରପଞ୍ଚ ଜାନକୀ ପ୍ରଧାନ, ବି.ବପଲମେଣ୍ଡି ସରପଞ୍ଚ ସୁନୀତା କହଁର,ଆଦି ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ କୁସୁମେଣ୍ଡି ସମିତି ସଭ୍ୟ ମାମାଲି ନାୟକ, ଏଲ୍ ବପଲମେଣ୍ଡି ସୌଦାମିନୀ ବେହେରା,ବସ୍ତିଙ୍ଗିଆ ଶ୍ରୀଦେବୀ କହଁର, ଆରାବାକା
କଲ୍ୟାଣୀ କହଁର, ଶଙ୍କରାଖୋଲ୍ କ୍ଷୀରପା ପ୍ରଧାନ,ବି.ବପଲମେଣ୍ଡି ଜୁନେଶ ଦିଗାଲ, ଫାର୍ମାସିଷ୍ଟ୍ ଶ୍ରୀଯୁକ୍ତ ରାଜକିଶୋର ସାହୁ,ଲାଇନପଡ଼ା,ଶ୍ରୀଯୁକ୍ତ ସୀମା ଭାଇ ଆଦି ସମସ୍ତ ଅତିଥି ଯୋଗଦେଇଥିଲେ।ମୁଖ୍ୟ ଅତିଥି ଙ୍କ ସହିତ ସମସ୍ତ ଅତିଥି ଜଗତର ନାଥ ଜଗନ୍ନାଥ ଙ୍କ ଚରଣ ରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ ସଭାପତି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଏବଂ ସମସ୍ତ ହିତାଧିକାରୀଙ୍କ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ।ପରେ ପରେ ମୁଖ୍ୟ ଅତିଥି କାର୍ଯ୍ୟକ୍ରମ ର ସରକାରଙ୍କ ଯୋଜନାନୁସାରେ ସମସ୍ତ ହିତାଧିକାରୀଙ୍କ ନିମିତ୍ତ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ, ସ୍ୱାସ୍ଥ୍ୟ ହିଁ ସମ୍ପଦ ଆଦି ଅଭିଭାଷଣ ରେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ସମସ୍ତ ହିତାଧିକାରୀ ଙ୍କୂ ସ୍ଵାସ୍ଥ୍ୟ କାର୍ଡ ଅତିଥି ଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ଏହା ସହିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ର ସିଧାପ୍ରସାରଣ,ସ୍ଵାସ୍ଥ୍ୟ ରଥ ଆଦି କାର୍ଯ୍ୟ ତ୍ୱରାନ୍ଵିତ କରାଯାଇଥିଲା।ଉକ୍ତ ଭବ୍ୟ କାର୍ଯ୍ୟକ୍ରମର ଅତିଥିଙ୍କ ସ୍ୱାଗତ, ଅତିଥି ପରିଚୟ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ ପି ଏମ୍ ଶ୍ରୀ.,ବି.ବି.ହାଇସ୍କୁଲ୍,ଲାଇନପତ଼ା,କନ୍ଧମାଳର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ।କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣପୂର୍ବକ ସମସ୍ତ ସିଏଚ ଓ.,ଏ ଏନ ଏମ୍.,ଆଶା, ଆଙ୍ଗନବାଡ଼ି, ଏସ୍ ଆଇ.,ପୋଲିସ୍,ଚକାପାଦ ବ୍ଲକ୍ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଆଦି ସମସ୍ତ ଙ୍କ ସହାୟତା ରେ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ
ସମ୍ପାଦନ ହୋଇଥିଲା।

SBP TV
Author: SBP TV

Leave a Comment