ତା,୦୭,୦୮,୦୯/ଏପ୍ରିଲ୍/୨୦୨୫ରିଖରେ ଓଡ଼ିଶା ର କଳା,ସଂସ୍କୃତି,ସାହିତ୍ୟର ପ୍ରମୁଖ ସ୍ଥାନ ଗୀତିନାଟ୍ୟ ସମ୍ରାଟ ଶ୍ରୀ ବୈଷ୍ଣବ ପାଣି ଙ୍କ ଜନ୍ମସ୍ଥାନ କୋଠପଦା, ବନଗୁରିଆ,ମାହାଙ୍ଗା,କଟକ ଠାରେ ୭୫ତମ ବିଶ୍ୱଶାନ୍ତି ହରିନାମ ସଙ୍କୀର୍ତ୍ତନ ମହାଯଜ୍ଞ ମହୋତ୍ସବ ବହୁ ଆଡମ୍ବର ସହକାରେ ପାଳନ କରାଯାଇଅଛି।ଉକ୍ତ ଦିବ୍ୟ ଦିବସ ରେ କଟକ ର ବିଭିନ୍ ସ୍ଥାନ କଟକ,ଯାଜପୁର, ଛତିଆବଟ ଅରିଲୋ,ଜୟପୁର,ମାଳିହତା,ଜଗତପୁର ଆଦି କ୍ଷେତ୍ରରୁ ପ୍ରସିଦ୍ଧ ନାମ ସଙ୍କୀର୍ତ୍ତନ ଦଳ ର ଆଗମନ ହୋଇଥିଲା।ହଜାର ହଜାର ଭକ୍ତଙ୍କ ପାଇଁଆନନ୍ଦବଜାର ଖୋଲାଯିବା ସହିତ ସମସ୍ତ ନାମ ସଙ୍କୀର୍ତ୍ତନ ଦଳଗୁଡ଼ିକ ପାଇଁ ସ୍ୱତନ୍ତ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ମାନପତ୍ର, ଉପଢୌକନ,ଚୈତନ୍ୟ ମହାପ୍ରଭୂ ଙ୍କ ଫୋଟୋଚିତ୍ର ଏବଂ ରସଗୋଲା ହାଣ୍ଡି ସହିତ ସମ୍ମାନ୍ନିତ କରାଯାଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମ ରେ ସୁଦୂର ଫୁଲବାଣୀ ରୁ ଆସିଥିବା ବିଶିଷ୍ଟ ଭଜନ ଗାୟକ,ଗୀତିକାର,ସଙ୍ଗୀତକାର,ସାହିତ୍ୟିକ ଓ ଜଣେ ଉତ୍ତମ ଉଦ୍ଘୋଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଉକ୍ତ କାର୍ଯ୍ୟକ୍ରମର ସମ୍ମାନୀୟ ବକ୍ତା ଭାବେ ଯୋଗଦେବା ସହିତ ଭକ୍ତିଭାବଭରା ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ମନ ଭଜରେ ରାମକୃଷ୍ଣ ହରି କି, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ଶ୍ୟାମ୍ ଚୁଡ଼ି ବେଚନେ ଆୟା ଆଦି ସୁମଧୁର ଭଜନ ତାଙ୍କ ସୁଲଳିତ କଣ୍ଠ ରୁ ଶୁଣିବାକୁ ମିଳିଥିଲା।ଶ୍ରୀ ପୁରୋହିତ ସାର୍ ଙ୍କ ସହିତ ତବଲା ବାଦନ କରିଥିଲେ ବରିଷ୍ଠ ତବଲା ବାଦକ ଶ୍ରୀ ଶଙ୍କର୍ଷଣ ସାହୁ,କଟକ।ଉକ୍ତ ପବିତ୍ର ଦିବସଗୁଡ଼କରେ ବିଶେଷ ଭାବରେ ସହଯୋଗ କରିଥିଲେ, ଶ୍ରୀଯୁକ୍ତ ବଟକୃଷ୍ଣ ବେହାରୀ,ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ସାହୁ,ଶ୍ରୀଯୁକ୍ତ ଭିକାରୀ ସାହୁ, ଶ୍ରୀଯୁକ୍ତ ନିତ୍ୟାନନ୍ଦ ବେହାରୀ,ଶ୍ରୀଯୁକ୍ତ ନୀରଞ୍ଜନ ବେହାରୀ,ଶ୍ରୀଯୁକ୍ତ ରଞ୍ଜନ ପୃଷ୍ଟି,ଶ୍ରୀଯୁକ୍ତ ଗୌତମ ପୃଷ୍ଟି, ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ,ସ୍ୱର୍ଗତ ଗୁରୁଶ୍ରୀ ଗଙ୍ଗାଧର ସାହୁଙ୍କ ପରିବାରବର୍ଗ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋରଚନ୍ଦ୍ର ଦାସ,କୋଠପଦା ସରକାରୀ ଉଚ୍ଚ ବିଦ୍ୟାଳୟ,କୋଠପଦା, କଟକ,ଶ୍ରୀଯୁକ୍ତ ବିଜୟ କୁମାର ଦାସ,ଶ୍ରୀଯୁକ୍ତ ଲିଟୁ ଦାସ,ଶ୍ରୀଯୁକ୍ତ ବାଉରୀବନ୍ଧୁ ମହାରଣା,ଶ୍ରୀଯୁକ୍ତ ବାବୁଲି ସେଠୀ,ଶ୍ରୀଯୁକ୍ତ ହରେକୃଷ୍ଣ ମହାନ୍ତି,ଶ୍ରୀଯୁକ୍ତ ଆଦିକନ୍ଦ ମହାନ୍ତି,ଶ୍ରୀଯୁକ୍ତ ଗୋକୁଳାନନ୍ଦ ପୃଷ୍ଟି,ଶ୍ରୀଯୁକ୍ତ ରବି ପୃଷ୍ଟି,ଶ୍ରୀଯୁକ୍ତ ହୃଷିକେଶ ବେହେରା,ଅବସରପ୍ରାପ୍ତ ଶିକ୍ଷକ,ଶ୍ରୀଯୁକ୍ତ ଅଖିଳେଶପଦ ମହାନ୍ତି,ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ,ସମାଜସେବୀ,ଶ୍ରୀଯୁକ୍ତ ଅନନ୍ତକିଶୋର ସାହୁ,ସ୍ୱର୍ଗତ ବଟକୃଷ୍ଣ ସାହୁଙ୍କ ପରିବାରବର୍ଗ,ଶ୍ରୀଯୁକ୍ତ ରମେଶ ବେହାରୀ,ଶ୍ରୀଯୁକ୍ତ କ୍ଷୀରୋଦଚନ୍ଦ୍ର ବେହାରୀ, ଶ୍ରୀଯୁକ୍ତ ରାମଚନ୍ଦ୍ର ପୃଷ୍ଟି,ଶ୍ରୀଯୁକ୍ତ ପରମାନନ୍ଦ ମହାନ୍ତି,ଶ୍ରୀଯୁକ୍ତ ରମେଶଚନ୍ଦ୍ର ବେହାରୀ,ଶ୍ରୀଯୁକ୍ତ ଗୌରାଙ୍ଗଚନ୍ଦ୍ର ବେହାରୀ,ଶ୍ରୀଯୁକ୍ତ ଲଙ୍ଗୁଳୀ ବେହାରୀ,ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ,ଶ୍ରୀଯୁକ୍ତ ଲକ୍ଷ୍ମଣ ସାହୁ,ଶ୍ରୀଯୁକ୍ତ ଭ୍ରମରବର ସାହୁ,ଶ୍ରୀଯୁକ୍ତ ଶରତଚନ୍ଦ୍ର ସାହୁ,ଶ୍ରୀଯୁକ୍ତ ନରହରି ସାହୁ ଆଦି।ଏହା ସହିତ ବନଗୁରିଆ,କୋଠପଦା,ମହାଜିନୀପୁର ର ସମସ୍ତ ଙ୍କ ସହଯୋଗ ରେ ଦିବ୍ୟ ଦିବସଗୁଡ଼ିକ ବେଶ୍ ସଫଳତାର ସହିତ ସମ୍ପାଦନ ହୋଇଥିଲା।



