ତା, ୦୮/୦୫/୨୦୨୫ ରିଖ (ଚକାପାଦ, ଲାଇନ ପଡ଼ା) ପି ଏମ ଶ୍ରୀ. ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ସଭାପତିତ୍ବ ରେ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ର-ଛାତ୍ରୀ ଙ୍କୁ ନେଇ କରୁଣା, ସେବା ଓ ଏକତା ର ଦିବସ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଅଛି। କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦ୍ୱାରା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଚରଣରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମର ସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ସାର୍ ବିଶ୍ୱ ରେଡକ୍ରସ ଦିବସର ମହତ୍ତ୍ବ ଓ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ସୁବିସ୍ତୃତ ବାର୍ତ୍ତା ପ୍ରଦାନ କରିଥିଲେ। ପରେ ପରେ ବିଦ୍ୟାଳୟର ଗଣିତ ଶିକ୍ଷକ ତଥା ଚକାପାଦ ବ୍ଲକର ଜେ ଆର ସି. ପରାମର୍ଶଦାତା ଶ୍ରୀଯୁକ୍ତ ସୁଶୀଲ ପାରାସେଠ ଏହି ଦିବସରେ ସ୍ୱାସ୍ଥ୍ୟ,ସେବା ଓ ବିଶ୍ୱଐକ୍ୟ ଭାବ ସମ୍ପର୍କରେ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ସୁବିସ୍ତୃତ ଭାବରେ ଜଣାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମ ବିହାରୀ ବେହେରା ଛାତ୍ର-ଛାତ୍ରୀଙ୍କ ନିମନ୍ତେ ବର୍ତ୍ତମାନ ସମାଜର ସାମାଜିକତାକୁ ନେଇ ବିଶ୍ୱ ରେଡକ୍ରସ ଦିବସର ବିଶେଷ ମହତ୍ତ୍ୱ ସଦାସର୍ବଦା ରହିଛି ବୋଲି ସୁବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର -ଛାତ୍ରୀଙ୍କ ଦ୍ୱାରା ବିଶ୍ୱ ରେଡକ୍ରସ ସମ୍ବନ୍ଧୀୟ ବକ୍ତୃତା ସହିତ ମିଳିତ ଶପଥ ପାଠ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭିକ ଭାଷଣ ଓ ସଭାକାର୍ଯ୍ୟକୁ ସୁପରିଚାଳନା କରିଥିଲେ, ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ।
ଶେଷରେ ଧନ୍ୟବାଦ ଅର୍ପଣପୂର୍ବକ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଶ୍ରୀ ସୁଶୀଳ କୁମାର କହଁର, ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ଆଦି ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।








