ତା,୦୧/ଜୁନ୍/୨୦୨୫ରିଖ ଫୁଲବାଣୀସ୍ଥିତ ସତସଙ୍ଗ ବିହାର ଠାରେ ଉପଯୋଜନା କେନ୍ଦ୍ର,ନଂ,୦୬ ଫୁଲବାଣୀ ତରଫରୁ ତତ୍ତ୍ଵାବଧାରକ ଶ୍ରୀ ପଦ୍ମମୋହନ ମହାନ୍ତି (ଯାଜକ)ଙ୍କ ତତ୍ତ୍ଵାବଧାନରେ କନ୍ଧମାଳ ଜିଲ୍ଲାସ୍ତରୀୟ ମାସର ପ୍ରଥମ ରବିବାସରୀୟ ମାସିକ ସତସଙ୍ଗ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହକାରେ ଫୁଲବାଣୀସ୍ଥିତ ସତସଙ୍ଗ ବିହାର ଠାରେ ପାଳନ କରାଯାଇଅଛି। ଉକ୍ତ ଦିବ୍ୟ କାର୍ଯ୍ୟକ୍ରମ ରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜ୍ଞାନାଦର୍ଶ,ସରସତାପୂର୍ଣ ମାନବୀୟ ଧର୍ମଧାରା ଏହାସହିତ ଭକ୍ତିଗଙ୍ଗାରୂପକ ସ୍ରୋତ ରେ ନିଜକୁ ସାମିଲ କରି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ଗୁରୁଭାତୃ-ଭଗ୍ନୀ ବହୁସଂଖ୍ୟା ରେ ଯୋଗ ଦେଇଥିଲେ। ଏସ୍ ପି ଆର୍ ଶ୍ରୀ ବିଜୟକୁମାର ସାହୁ ଙ୍କ ସମସ୍ତ କାର୍ଯ୍ୟ ପରିଚାଳନାପୂର୍ବକ ଭକ୍ତିଭାବଭରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଶ୍ରୀ ମାନସ ସିଂ ଙ୍କ ସଙ୍ଗୀତ ପରିଚାଳନା ରେ ସତସଙ୍ଗ କେନ୍ଦ୍ର ର ଭଜନଗାୟିକା ଶ୍ରୀମତୀ ସ୍ନେହଲତା ମିଶ୍ର, ଶିଶୁକଳାକାର ସୁଶ୍ରୀ ସାହୁ,
ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଶ୍ରୀ ମାନସ ସିଂ ଏବଂ ପି ଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ାର ହିନ୍ଦୀ ଶିକ୍ଷକ ତଥା ଆକାଶବାଣୀ,ଦୂରଦର୍ଶନରେ
ସଙ୍ଗୀତ ପରିବେଷଣ କରିଥିବା ସଙ୍ଗୀଡକାର,ଗୀତିକାର,ବିଶିଷ୍ଟ ଭଜନ ଗାୟକ, ସାହିତ୍ୟିକ,ଉତ୍ତମ ଉଦ୍ଘୋଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ନିଜ ରଚନାରୁ ଭକ୍ତିରସାତ୍ମକ ହିନ୍ଦୀ ଭଜନ “ମନ୍ ଜପୋ ରେ ଜପୋ ରେ ଶ୍ରୀ ଠାକୁର ନାମ” ଗାୟନ କରି ସମସ୍ତଙ୍କୁ ବିଭୋର କରିଥିଲେ।ତବଲା ବାଦନ କରିଥିଲେ, ବରିଷ୍ଠ ତବଲା ବାଦକ ଶ୍ରୀ ଶଙ୍କର୍ଷଣ ସାହୁ।କାର୍ଯ୍ୟକ୍ରମ ର ବିଭିନ୍ନ ପର୍ଯ୍ୟାୟାନୁକ୍ରମେ ଜିଲ୍ଲା ବାହାରୁ ଆସିଥିବା ବିଭିନ୍ନ ଯାଜକ ମହୋଦୟଙ୍କ ଦ୍ଵାରା ଯାଜନ କାର୍ଯ୍ୟକ୍ରମ ବେଶ୍ ଶିକ୍ଷଣୀୟ ହୋଇଥିଲା। ପରେ ପରେ ଗୁରୁଭାଇ-ଭଉଣୀ ଙ୍କ ସାମୁହିକ ସମାପନ କଣ୍ଠ ସଙ୍ଗୀତ “ଜୟ ରାଧେ ରାଧେ” ପରିବେଷଣ ହୋଇଥିଲା।ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ଏସ୍ ପି ଆର୍ ଶ୍ରୀ ହରେକୃଷ୍ଣ ଲେଙ୍କା,ଶ୍ରୀ ପଞ୍ଚାନନ ପଣ୍ଡା,ଶ୍ରୀ ସନତକୁମାର ସାହାଣୀ,ଶ୍ରୀ ରବୀନ୍ଦ୍ର ପାଢ଼ୀ,ଶ୍ରୀ ଜଗବନ୍ଧୁ ପୁହାଣ ଏହାସହିତ ବିଶେଷ କର୍ମୀ ଭାବରେ ଥିଲେ, ଶ୍ରୀ ଲକ୍ଷ୍ମଣ ସାହୁ, ଉପେନ୍ଦ୍ର ପ୍ରଧାନ, ଶ୍ରୀଗୌରାଙ୍ଗ ପୃଷ୍ଟି ଆଦି।କାର୍ଯ୍ୟକ୍ରମ ର ବିଶେଷ ସାଜସଜ୍ଜା ରେ ସମସ୍ତଙ୍କ ସହଯୋଗ ସହିତ କ୍ୟାମେରାମେନ୍ ଶ୍ରୀମାନ ସୋମନାଥ ସାହୁ ସହଯୋଗ କରିଥିଲେ।ଏହି ବିଶେଷ ସଦାଲୋଚନା କାର୍ଯ୍ୟକ୍ରମ ରେ ବହୁସଂଖ୍ୟକ ଗୁରୁଭାଇ-ଭଉଣୀ ଙ୍କ ସମାବେଶ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ଶେଷରେ ସୁବ୍ୟବସ୍ଥିତ ଭାବରେ ପ୍ରସାଦ ସେବନ ସହିତ ସମସ୍ତ ଙ୍କ ବିଶେଷ ସହଯୋଗ ରେ କାର୍ଯ୍ୟକ୍ରମ ଟି ବେଶ୍ ସରସ ଓ ସୁନ୍ଦର ହୋଇପାରିଥିଲା।








