ଫୁଲବାଣୀ,ଚକାପାଦ,ଲାଇନପଡ଼ା ପି ଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା, କନ୍ଧମାଳ ଠାରେ ବିଦ୍ୟାଳୟ ର ଦଶମ ଶ୍ରେଣୀ, ନବମ ଶ୍ରେଣୀ ର ଛାତ୍ର-ଛାତ୍ରୀଙ୍କ ପୂଜା ଦାୟିତ୍ଵ ସହିତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଏବଂ ସମସ୍ତ ଶିକ୍ଷକ-ଶିକ୍ଷଯିତ୍ରୀଙ୍କ ତତ୍ତ୍ଵାବଧାନରେ ଶ୍ରୀ ଗଜାନନ ଶ୍ରୀ ଗଣେଶ ଙ୍କ ପୂଜନୋତ୍ସବ ତା,୨୭/୦୮/୨୦୨୫ରିଖ, ବୁଧବାର ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ପ୍ରଧାନ,ପଞ୍ଚସଖା ଶିକ୍ଷା ସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା, ଏସ ଏମ ସି ର ସମସ୍ତ ସଭ୍ୟ-ସଭ୍ୟା,ଅଭିଭାବକ-ଅଭିଭାବିକା,ପୁରାତନ ଛାତ୍ର-ଛାତ୍ରୀ,ଲାଇନପଡ଼ା ଅଞ୍ଚଳ ର ବିଭିନ୍ନ ବୁଦ୍ଧିଜୀବୀ,ଅତିଥି,ସମାଜ ସେବୀ ଏବଂ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଚାରିଶହ ଛାତ୍ର-ଛାତ୍ରୀ ଆଦି ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଆଗମନ ସମୟରେ ଛାତ୍ର-ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ଚନ୍ଦନ ବ୍ୟବସ୍ଥା ରହିଥିଲା।ଏହା ସହିତ ଭିତର ସାଜସଜ୍ଜା,ବାହ୍ୟ ସାଜସଜ୍ଜା,ଭୋଗମଣ୍ଡପ,ପୂଜାମଣ୍ତପ,ଶୃଂଖଳା ଆଦି ଦାୟିତ୍ଵରେ ଥିବା ସମସ୍ତ ଛାଚ୍ର-ଛାତ୍ରୀ ଏବଂ ସମସ୍ତ ଗୁରୁଜୀ-ଗୁରୁମାଙ୍କ ଦ୍ୱାରା ସମସ୍ତ ପୂଜନ କାର୍ଯ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା।ଶ୍ରୀ ଗଜାନନଙ୍କ ପୂଜନ କାର୍ଯ୍ୟ ବିଦ୍ୟାଳୟ ର ପୁରାତନ ଛାତ୍ର ପୁରୋହିତ ଶ୍ରୀ ବିଭୂତିଭୂଷଣ ଦାଶ ଙ୍କ ଦ୍ୱାରା ଆରମ୍ଭ ହେବା ସହିତ କର୍ତ୍ତାସ୍ୱରୂପ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ସାର୍ ଙ୍କ ସହଯୋଗ ରେ ସଙ୍କଳ୍ପ,ଆବାହନ,ହବନ,ପୁଷ୍ପାଞ୍ଜଳି,ଆରତୀ ଆଦି ଶ୍ରୀ ଗଣେଶ ଙ୍କ ଠାରେ ବିଦ୍ୟାଳୟ ର ସମସ୍ତ ଛାତ୍ର -ଛାତ୍ରୀ ଏବଂ ବିଶ୍ୱର ମଙ୍ଗଳ ନିମନ୍ତେ ନିଜକୁ ସମର୍ପିତ କରିଥିଲେ। ପୂଜନୋତ୍ସବ ର ବ୍ୟବସ୍ଥା ପ୍ରମୁଖ ଦାୟିତ୍ୱ ସହିତ ପୂଜାମଣ୍ଡପ କୁ ଭକ୍ତିମୟ ପରିବେଶ ସହିତ ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। ସର୍ବବ୍ୟବସ୍ଥା ପ୍ରମୁଖ ଦାୟିତ୍ଵ ରେ ଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ। ଛାତ୍ର-ଛାତ୍ରୀ,ଅତିଥି,ଅଭିଭାବକ-ଅଭିଭାବିକା ଆଦି ସମସ୍ତ ଙ୍କ ନିମନ୍ତେ ପ୍ରସାଦ ବ୍ୟବସ୍ଥା ସହିତ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ଶ୍ରୀଯୁକ୍ତ ସୁଶୀଳ କୁମାର ପାରାସେଠ,ଶ୍ରୀଯୁକ୍ତ ସୁଶୀଳ କୁମାର କହଁର,ବରିଷ୍ଠ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ, ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀ ବିଶ୍ୱଜିତ ଦାଶ, ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀମତୀ ସୁମିତ୍ରା ପ୍ରଧାନ,ଶ୍ରୀମତୀ ତନ୍ମୟୀ ବେହେରା,ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ,ଶ୍ରୀମତୀ ପ୍ରତିମା ମଲ୍ଲିକ ଆଦି ସମସ୍ତ ଙ୍କ ବିଶେଷ ସହଯୋଗ ରେ ବାର୍ଷିକ ପର୍ବ ଶ୍ରୀ ଗଣେଶ ପୂଜା
ବହ୍ଵାଡମ୍ବର ରେ ସଫଳତାପୂର୍ବକ ସମାପନ ହୋଇଥିଲା।








