ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

👇समाचार सुनने के लिए यहां क्लिक करें

ଫୁଲବାଣୀ, ଶ୍ରୀ ରାମ ଶଙ୍କର ହୋତା, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ତା ୨୩.୦୮.୨୦୨୫ ରିଖରେ କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସମ୍ମିଳନୀ ଗୃହ ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀଯୁକ୍ତ ରାଜେଶ ଦାଶ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ପ୍ରୀତିଶ କୁମାର ରାଉତରାୟ, ପୋକ୍ସୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ମନୋରଞ୍ଜନ ଦାଶ, ଏଫ.ଟି.ଏସ.ସି. କୋର୍ଟ ବିଚାରପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସ୍ୱାଇଁ, ରେଜିସ୍ଟ୍ରାର, ସିଭିଲ କୋର୍ଟ, ଫୁଲବାଣୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ଏସ.ଡି.ଯେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ବରିଷ୍ଠ ଆଇନଜୀବୀ ଶ୍ରୀ ବିଜୟ କୁମାର ମହାନ୍ତି, ବାର ଆସୋସିଏସନ, ଫୁଲବାଣୀର ସଭାପତି, ଶ୍ରୀ ଚନ୍ଦ୍ର ଶେଖର ପରିଡା ଓ ସମ୍ପାଦକ ଶ୍ରୀ ବିରେନ୍ଦ୍ର କୁମାର ସୁବୁଦ୍ଧି, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଚିଫ୍ ଲିଗାଲ ଏଡ ଡିଫେନସ କାଉନ୍ସେଲ, ଫୁଲବାଣୀ, ଶ୍ରୀ ନିରୋଦ କୁମାର ପତ୍ର, ଡେପୁଟି ଚିଫ୍ ଲିଗାଲ ଏଡ ଡିଫେନସ କାଉନ୍ସେଲ, ଫୁଲବାଣୀ, ବାର ଆସୋସିଏସନ, ଫୁଲବାଣୀର ଅନ୍ୟାନ୍ୟ ଆଇନଜୀବୀ, ପାରା ଲିଗାଲ ସ୍ଵେଚ୍ଛାସେବି ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ରାମାକାନ୍ତ ମହାନ୍ତି ଏହି ସଚେତନତା ଶିବିରକୁ ପରିଚାଳନା କରିଥିଲେ ।
ଉକ୍ତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଏ.ଆଇ ବ୍ୟବହାର କରି ଭାରତର ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ରାୟ ଗୁଡିକର ଇଂରାଜୀରୁ ଆଞ୍ଚଳିକ ଭାଷାକୁ ସୁଭାସ (ସୁପ୍ରିମ କୋର୍ଟ ବିଧିକ ଅନୁବାଦ ସଫ୍ଟୱେର୍) ମାଧ୍ୟମରେ ଅନୁବାଦ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ରହିଥିବା ଭିଡିଓ କନଫରେନ୍ସିଂ ନିୟମ, ୨୦୨୦ ଏବଂ ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇ.ସି.ଟି), ଏ.ଡି.ଆର ନିୟମ,୨୦୦୭, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ମଧ୍ୟସ୍ଥତା ନିୟମ, ୨୦୦୭ ଇତ୍ୟାଦି ସମ୍ପର୍କରେ ଅଲୋଚନ କରାଯାଇଥିଲା ।
ରେଜିସ୍ଟ୍ରାର, ସିଭିଲ କୋର୍ଟ, ଫୁଲବାଣୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା ସର୍ବଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

SBP TV
Author: SBP TV

Leave a Comment