ବି.ବି ଉଚ୍ଚ ବିଦ୍ୟାଳୟରେ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

👇समाचार सुनने के लिए यहां क्लिक करें

ତା,୦୨/୦୯/୨୦୨୫ରିଖ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳ ଠାରେ ୧୪ ବର୍ଷ ରୁ ୧୭ ଵର୍ଷ ବୟସ ମଧ୍ୟ ରେ ଛାତ୍ର-ଛାତ୍ରୀଙ୍କ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଜିର ଦାୟିତ୍ଵ ରେ ଥିବା ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ର ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର ପାରାସେଠ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ତଥା ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ସର୍ବପୁରାତନ ଛାତ୍ର ଶ୍ରୀଯୁକ୍ତ ଶତୃଘ୍ନ ନାୟକ ଏବଂ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ଙ୍କ ଦ୍ୱାରା ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଚରଣ ରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ କ୍ରୀଡ଼ା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟ ର ଛାତ୍ର-ଛାତ୍ରୀଙ୍କ ଦ୍ୱାରା ମଶାଲ ପ୍ରବେଶ ସହିତ କାର୍ଯ୍ୟକ୍ରମ ର ସଭାପତି ଏବଂ ମୁଖ୍ୟ ଅତିଥି ଙ୍କ ଦ୍ୱାରା କ୍ରୀଡ଼ା ଧ୍ୱଜ ଉତ୍ତୋଳନ କରାଯାଇଥିଲା।
ସଭାପତି ଶ୍ରୀଯୁକ୍ତ ପାରାସେଠ ଛାତ୍ର -ଛାତ୍ରୀଙ୍କ ନିମନ୍ତେ କ୍ରୀଡ଼ାର ଲକ୍ଷ୍ୟ ଉଦ୍ଦେଶ୍ଯ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା କ୍ରୀଡ଼ା ଆମକୁ ସବୁବେଳେ ସୁସ୍ଥ ମାନସିକତା ପ୍ରଦାନ କରେ ବୋଲି ନିଜ ଅଭିଭାଷଣ ରେ କହିଥିଲେ। ପରେ ପରେ କ୍ରୀଡ଼ା ର ସମସ୍ତ ବିଭାଗ କୁ ନେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା।ବପଲମେଣ୍ଡି (ଲା)ଉଚ୍ଚ ବିଦ୍ୟାଳୟ,କନ୍ଧମାଳ ଏବଂ ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଲାଇନପଡ଼ା,କନ୍ଧମାଳ ର ଦୁଇଶହ ଛାତ୍ର-ଛାତ୍ରୀ ଠାରୁ ଅଧିକ କ୍ରୀଡ଼ାବିତ୍ କବାଡ଼ି,ଖୋ-ଖୋ,ଫୁଟବଲ୍ ଆଦି ସମସ୍ତ ଖେଳ ପ୍ରତିଯୋଗିତାକୁ ବହୁତ ସୁନ୍ଦର ଭାବରେ ଆପଣେଇ ନେଇଥିଲେ। ସମସ୍ତ କ୍ରୀଡ଼ା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ ବି.ବି.ହାଇସ୍କୁଲ,ଲାଇନପଡ଼ା ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର କହଁର,ବପଲମେଣ୍ଡି ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ଜାନୀ।କ୍ରୀଡ଼ା ସଭାକାର୍ଯ୍ୟ ଏବଂ କ୍ରୀଡ଼ା ବ୍ୟାଖ୍ୟାନ କାର୍ଯ୍ୟ କୁ ବେଶ୍ ସୁପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକା ଶ୍ରୀମତୀ ମାନିନୀ ପ୍ରଧାନ,ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀ ଶୁଭେନ୍ଦୁ ସିଂ,ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀମତୀ ତନ୍ମୟୀ ବେହେରା ଆଦି ସମସ୍ତ ଶିକ୍ଷକ-ଶିକ୍ଷଯିତ୍ରୀ ଙ୍କ ଉପସ୍ଥିତି ସହିତ କାର୍ଯ୍ୟକ୍ରମ ଶେଷ ରେ ଅତିଥି ଙ୍କ ଦ୍ୱାରା କ୍ରୀଡ଼ା ଧ୍ୱଜାବତରଣ, ମଶାଲ ନିର୍ବାପନ ଏବଂ ସମସ୍ତ ଙ୍କ ନିମନ୍ତେ ଧନ୍ୟବାଦ ଅର୍ପଣପୂର୍ବକ ସମସ୍ତ ଙ୍କ ବିଶେଷ ସହଯୋଗ ରେ କ୍ରୀଡ଼ା ଉତ୍ସବ ଟି ସମାପନ ହୋଇଥିଲା।

SBP TV
Author: SBP TV

Leave a Comment