ଚକାପାଦ,ଲାଇନପଡ଼ା ତା,୦୫/୦୯/୨୦୨୫ରିଖ ପବିତ୍ର ଗୁରୁ ଦିବସ,ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି। ସମସ୍ତ ଅତିଥିଙ୍କ ଦ୍ୱାରା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।ବିଦ୍ୟାଳୟ ର ଛାତ୍ର-ଛାତ୍ରୀ ଙ୍କ ଦ୍ୱାରା ସୁମଧୁର ପ୍ରାରମ୍ଭିକ ସଙ୍ଗୀତ ଗାନ ସହିତ ପବିତ୍ର ଗୁରୁ ଦିବସ ଅବସର ରେ ଐତିହାସିକ ଅଞ୍ଚଳ ଲାଇନପଡ଼ା,ଚକାପାଦ,କନ୍ଧମାଳର ଏକାଧାର ରେ କୋଡ଼ିଏ ଜଣ ଅବସର ପ୍ରାପ୍ତ ସର୍ବପୁରାତନ ମହାନ ଶିକ୍ଷକ ଙ୍କୁ ଆମନ୍ତ୍ରଣ କରାଯାଇଥିଲା ଏବଂ ସସମ୍ମାନ ସହିତ ବିଦ୍ୟାଳୟ ର ଛାତ୍ର-ଛାତ୍ରୀଙ୍କ ଦ୍ୱାରା ଗୁର ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଆମନ୍ତ୍ରିତ ଶିକ୍ଷକଙ୍କ ଠାରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନାଦର୍ଶ ସମ୍ପର୍କରେ,ଶୈକ୍ଷିକତା ଜୀବନର ଅନୁଭୂତି,ଛାତ୍ର ଜୀବନ ରେ ଶିକ୍ଷା,ସଂସ୍କାର ଓ ଚରିତ୍ର ଗଠନ ସମ୍ପର୍କରେ ଅଭିଭାଷଣ ସହିତ ଅନେକ ନୀତିବାଣୀ ଶୁଣିବାକୁ ମିଳିଥିଲା।ଗୁରୁ ଦିବସ ର ମହାନ ଆଦର୍ଶ କୁ ନେଇ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ଙ୍କ ସହିତ ବିଦ୍ୟାଳୟ ର ସର୍ବପୁରାତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ, ସ୍ଥାନୀୟ କେ ଆଇ ଜି ଏମ୍ କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ଶ୍ରୀଯୁକ୍ତ ତ୍ରୈଲୋକ୍ୟନାଥ ସେନାପତି,ଏ ଜେ ଓ ହାଇସ୍କୁଲ,ଫୁଲବାଣୀର ପୁରାତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌରଚନ୍ଦ୍ର ପ୍ରଧାନ,ବି.ବି.ହାଇସ୍କୁଲ,ଲାଇନପଡ଼ା ର ଅବସରପ୍ରାପ୍ତ ପ୍ରଥମ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଉଦୟନାଥ ଭୋଇ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦଶରଥ ପ୍ରଧାନ,ଆଦି ଆଦରଣୀୟ ସମସ୍ତ ଗୁରୁଜୀ ଙ୍କୁ ଅନୁଷ୍ଠାନ ତରଫରୁ ସସମ୍ମାନ ସହିତ ସମ୍ମାନିତ କରାଯାଇଥିଲା।ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା ଙ୍କ ଉପସ୍ଥିତି ସହିତ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ଶ୍ରୀଯୁକ୍ତ ସୁଶୀଳ କୁମାର କହଁର,ବରିଷ୍ଠ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ,ବାସନ୍ତୀ ପ୍ରଧାନ,ଚକାଡୋଳା ନାୟକ,ବିଶ୍ୱଜିତ ଦାସ ଆଦି ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଙ୍କ ସହଯୋଗ ସହିତ ଅଞ୍ଚଳର ବରିଷ୍ଠ ସମାଜ ସେବୀ,ବିଦ୍ୟାଳୟ ର ସର୍ବପୁରାତନ ଛାତ୍ର ତଥା ପୂର୍ବତନ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ସାହୁଙ୍କ ଉକ୍ତ କାର୍ଯ୍ୟକ୍ରମ ରେ ବିଶେଷ ସହଯୋଗ ରହିଥିଲା।ବିଶିଷ୍ଟ ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରତାପକିଶୋର ବେହେରା,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୋଇ ଆଦି ସମସ୍ତଙ୍କ ପୂର୍ଣ ସହଯୋଗ ରହିଥିଲା।ସ୍ୱାଗତ ଭାଷଣ,ଅତିଥି ପରିଚୟ ଓ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଭାବରେ ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀଲକ୍ଷ୍ମୀନାରାୟଣ ପୁରୋହିତ।ଶେଷରେ ଧନ୍ୟବାଦ ଅର୍ପଣପୂର୍ବକ ମିଷ୍ଟାନ୍ନ ବଣ୍ଟନ ସହିତ ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।








