ବିଶ୍ୱ ଫାଷ୍ଟ୍-ଏଡ୍ ଦିବସ ପାଳିତ

👇समाचार सुनने के लिए यहां क्लिक करें

ଚକାପାଦ,ଲାଇନପଡ଼ା ତା – ୧୩/୦୯/୨୫
ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ ଠାରେ ବିଶ୍ୱ ଫାଷ୍ଟ-ଏଡ୍ ଦିବସ ପାଳନ କରାଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମର ର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ର୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା ଯୋଗଦେଇଥିଲେ। ଛାତ୍ର-ଛାତ୍ରୀ ଙ୍କ ନିମନ୍ତେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ସମ୍ବନ୍ଧୀୟ ଅର୍ଥାତ୍ ଆକସ୍ମିକ ସମୟରେ ନିଜ ଶାରିରୀକ ସ୍ଵାସ୍ଥ୍ୟାବସ୍ଥା କୁ କିପରି ସୁସ୍ଥତାର ସହିତ,ସତର୍କତା ର ସହିତ ସୁରକ୍ଷିତ ରଖିପାରିବେ ଏହି ସମ୍ପର୍କ ରେ ସଭାପତି ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ବିଭିନ୍ନ ବାର୍ତ୍ତା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ବରିଷ୍ଠ ଗଣିତ ଶିକ୍ଷକ ତଥା ଜେଆରସି ବ୍ଲକ କାଉନସିଲର୍,ଚକାପାଦ ଶ୍ରୀଯୁକ୍ତ ସୁଶୀଳ କୁମାର ପାରାସେଠଙ୍କ ତତ୍ତ୍ଵାବଧାନରେ ଛାତ୍ର-ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ସୋପାନାନୁସାରେ ପ୍ରାୟୋଗିକ କାର୍ଯ୍ୟ କରାଯାଇଥିଲା।ଉକ୍ତ ଦିବସରେ ସମସ୍ତ ଅତିଥି ଙ୍କ ଦ୍ଵାରା ଭୁବନେଶ୍ଵର ରୁ ଆସିଥିବା ଏବଂ ବିଦ୍ୟାଳୟ ରେ ପ୍ରଶିକ୍ଷଣ ସମାପନ କରିଥିବା ଏମପିଇଡି ସୁଶ୍ରୀ ରାଜଶ୍ରୀ ମଲ୍ଲିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ତତ୍ ସହିତ ତା,୧୧,୧୨/୦୯/୨୦୨୫ରିଖ ଆୟୋଜିତ କନ୍ଧମାଳ ଜିଲ୍ଲାସ୍ତରୀୟ ସାମୂହିକ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେଇ ରାଜ୍ୟସ୍ତରୀୟ ସାମୂହିକ କ୍ରୀଡ଼ା ଉତ୍ସବ କୁ ମନୋନୀତ ହୋଇଥିବା ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ସ୍ୱାଗତ ଭାଷଣ,ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରଭାତ କୁମାର ଜାନୀ, ବରିଷ୍ଠ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର କହଁର,ସଂସ୍କୃତ ଶିକ୍ଷିକା ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀ ବିଶ୍ୱଜିତ ଦାଶ,ଶ୍ରୀମତୀ ପ୍ରତିମା ମଲ୍ଲିକ ଆଦି ସମସ୍ତଙ୍କ ଉପସ୍ଥିତି ସହିତ ଶେଷରେ ସ୍ବାସ୍ଥ୍ୟ ସମ୍ପର୍କିତ ନୀତିବାଣୀ ଏବଂ ଧନ୍ୟବାଦ ଅର୍ପଣପୂର୍ବକ କାର୍ଯକ୍ରମ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment