ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

👇समाचार सुनने के लिए यहां क्लिक करें

ଫୁଲବାଣୀ : ତା ୧୩/୦୯/୨୫ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍‌ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ ମକଦ୍ଦମା ମାମଲା ଗୁଡିକ ମଧ୍ୟରୁ ୧୦୧ ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୪୬ ଲକ୍ଷ ୨୫ ହଜାର ୯୦୮ ଟଙ୍କା ଆଦାୟ କରାଯାଇଛି, ୫ ଟି ବି.ଏସ.ଏନ.ଏଲ ମାମଲା ବିଚାର କରାଯାଇ ୭ ହଜାର ୩୮୦ ଟଙ୍କା ଆଦାୟ କରାଯାଇଛି ଏବଂ ୫ ଟି ସ୍ଥାୟୀ ଲୋକ ଅଦାଲତର ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲାର ବିଚାର କରାଯାଇଛି ।
ସେହିପରି, ଅଦାଲତରେ ବିଚାରଧିନ ମାମଲା ଗୁଡିକ ମଧ୍ୟରୁ ୭ ଟି ଏନ.ଆଇ ଆକ୍ଟ ମାମଲାର ବିଚାର କରାଯାଇ ୧୪ ଲକ୍ଷ ୮୧ ହଜାର ୨୭୩ ଟଙ୍କା ଆଦାୟ କରାଯାଇଥିବା ବେଳେ ୧୦ ଟି ମୋଟରଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୬୬ ଲକ୍ଷ ୨୮ ହଜାର ଟଙ୍କା ଏବଂ ୧୨ ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୨୨ ଲକ୍ଷ ୨୦ ହଜାର ୭୭ ଟଙ୍କା ଓ ୭୪ ପଇସା ଆଦାୟ କରାଯାଇଛି ଆଦାୟ କରାଯାଇଛି । ଏତଦସହିତ ୨ ଗୋଟି ବୈବାହିକ ବିବାଦ ଫୈସଲା କରାଯାଇଥିବା ବେଳେ, ୬୧୯ ଗୋଟି ରାଜସ୍ବ ମାମଲା, ୯ ଟି ଫୌଜଦାରୀ ସାଲିସ ଯୋଗ୍ୟ, ଅନ୍ୟାନ୍ୟ ୯ ଟି ଦେୱାନୀ ମାମଲା ଏବଂ ୨୪୬ ଟି ଫୌଜଦାରୀ ମାମଲା ବିଚାର କରାଯାଇ ୧୬ ଲକ୍ଷ ୨୭ ହଜାର ୩୫୦ ଟଙ୍କା ଆଦାୟ କରାଯାଇଛି । ଆଜିର ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ମାମଲାଗୁଡିକ ମଧ୍ୟରୁ ୧୧୧ ଟି ଓ ଅଦାଲତରେ ବିଚାରଧିନ ମାମଲାଗୁଡିକ ମଧ୍ୟରୁ ୯୧୪ ଟି ମାମଲା ଫୈସଲା କରାଯାଇଛି । ମାନନୀୟ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତା, ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ପ୍ରୀତିଶ କୁମାର ରାଉତରାୟ, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ବାରିକ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବନାଲି ତ୍ରିପାଠୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ଏସ.ଡି.ଯେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍.ଏଫ.ସି, (ଏଲ.ଆର ଆଣ୍ଡ ଏଲ.ଟି.ଭି) ଶ୍ରୀଯୁକ୍ତ ବଦ୍ରିନାରାୟଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ମାମଲା ଗୁଡିକର ବିଚାର କରିଥିଲେ ।

SBP TV
Author: SBP TV

Leave a Comment