ଲାଇନପଡ଼ା ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯକ୍ରମ ଅନୁଷ୍ଠିତ

👇समाचार सुनने के लिए यहां क्लिक करें

ଚକାପାଦ,ଲାଇନପଡ଼ାତା ୧୯/୦୯/୨୦୨୫ରିଖ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ ଜୁନିୟର ରେଡକ୍ରସ ତରଫରୁ ସଡ଼କ “ସୁରକ୍ଷା ଜୀବନ ରକ୍ଷା” ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମ ରେ ଜେ ଆର୍ ସି ବ୍ଲକ୍ କାଉନସିଲର୍ ତଥା ବିଦ୍ୟାଳୟ ର ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର ପାରାସେଠ ଙ୍କ ତତ୍ତ୍ଵାବଧାନରେ ସଡ଼କ ସୁରକ୍ଷା ଯୋଜନା କୁ ନେଇ ଛାତ୍ର-ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ପ୍ରକାର ର ଉପଦେଶାତ୍ମକ ସତର୍କ ସୂଚନା ସହିତ ନ୍ୟାସନାଲ୍ ରୋଡ୍ ସେଫ୍ଟି, ଫୋର୍-ଇ ଫାଇଭ୍-ଇ ମଡ୍ୟୁଲ କୁ ନେଇ ଆଲୋଚନା କରାଯାଇଥିଲା ଏବଂ ପ୍ଲାଏ କାର୍ଡ ଧରି ବିଭିନ୍ନ ପ୍ରକାର ର ନାରା ଦେଇ ରୋଡ୍ ସୋ ରାଲେ ମଧ୍ୟ କରାଯାଇଥିଲା ଏହା ସହିତସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ର-ଛାତ୍ରୀଙ୍କ ଦ୍ୱାରା ଜନସାଧାରଣରଙ୍କୁ ହେଲମେଟ୍ ଲଗାଇ ଗାଡ଼ି ଚଳାଇବା,ସଡ଼କ ନିୟମ,ଟ୍ରାଫିକ୍ ନିୟମ ମାନି ଆଦି ବିଭିନ୍ନ ନିୟମଗୁଡ଼ିକୁ କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ବରିଷ୍ଠ ଶିକ୍ଷକା ଶ୍ରୀମତୀ ମାନିନୀ ପ୍ରଧାନ, ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ,ସଂସ୍କୃତ ଶିକ୍ଷିକା ଶ୍ରୀମତୀ ବାସନ୍ତୀ ପ୍ରଧାନ,କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର କହଁର,ଶ୍ରୀ ବିଶ୍ୱଜିତ ଦାଶ,ଶ୍ରୀଯୁକ୍ତ ସ୍ମୃତିକାନ୍ତ ମହାରଥ,ଶ୍ରୀ ଶୁଭେନ୍ଦୁ ସିଂ ଆଦି ସମସ୍ତଙ୍କ ଉପସ୍ଥିତି ଏବଂ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

SBP TV
Author: SBP TV

Leave a Comment