ଚକାପାଦ,ଲାଇନପଡ଼ା ତା,୧୭/୦୯/୨୦୨୫ରିଖ ରେ ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଜୟନ୍ତୀ ଅବସରରେ ପିଏମ୍ ଶ୍ରୀ ସରକାରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ସ୍ୱଚ୍ଛତା ପକ୍ଷ ଏବଂ ବୃକ୍ଷରୋପଣ “ଏକ ପେଡ଼୍ ମାଁ କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁସୁମେଣ୍ଡି ରାଜସ୍ୱ ଗ୍ରାମ ର ମେଟ୍ ଶ୍ରୀମତୀ କମଳା ବେହେରା ଙ୍କ ତତ୍ତ୍ଵାବଧାନରେ ଚକାପାଦ ବ୍ଲକ୍ ର ଆଦରଣୀୟ ଅତିଥି ପି ଇ ଓ ଶ୍ରୀଯୁକ୍ତ ସୁରେଶଚନ୍ଦ୍ର ବାରିକ,ଡିଏସ୍ଏସ୍ଓ ଶ୍ରୀଯୁକ୍ତ ଦୀପକକୁମାର ମଲ୍ଲିକ,କୁସୁମେଣ୍ଡି ସରପଞ୍ଚ ଶ୍ରୀମତୀ ସୁମତି କହଁର,ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ କିଶୋରଚନ୍ଦ୍ର କହଁର,ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା,ସମିତି ସଭ୍ୟା ଶ୍ରୀମତୀ ମାମାଲି ନାୟକ,ନାଏବ ସରପଞ୍ଚ ଶ୍ରୀଯୁକ୍ତ ଅଗସ୍ତି ଦିଗାଳ ଆଦି ଯୋଗ ଦେଇଥିଲେ। ସକାଳ ସମୟର ବିଶେଷ ମୁହୂର୍ତ୍ତ କୁ ନେଇ ଦେଶାତ୍ମବୋଧକ ସଙ୍ଗୀତ ଗାୟନ ସହିତ ଅତିଥି ଙ୍କ ଆଗମନ ହୋଇଥିଲା। ପରେ ପରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ଅତିଥି,ଶିକ୍ଷକ-ଶିକ୍ଷୟିତ୍ରୀ,ଛାତ୍ର-ଛାତ୍ରୀ ଆଦି ସମସ୍ତଙ୍କ ପୂର୍ଣ ସହଯୋଗ ରେ ବିଭିନ୍ନ ପ୍ରକାର ର ବୃକ୍ଷ ରୋପଣ କରାଯାଇଥିଲା। ଏହା ସହିତ ଉକ୍ତ ଦିବସର ଲକ୍ଷ୍ୟ ଉଦ୍ଦେଶ୍ଯ “ଏକ ପେଡ଼୍ ମାଁ କେ ନାମ” କୁ ନେଇ ସଭାକାର୍ଯ୍ୟ ରେଶିକ୍ଷକ-ଶିକ୍ଷୟିତ୍ରୀ,ଛାତ୍ର-ଛାତ୍ରୀ ଆଦି ସଭିଙ୍କ ତରଫରୁ ଦେଶପ୍ରେମମୂଳକ ବିଭିନ୍ନ ପ୍ରକାର ର ବକ୍ତବ୍ୟ ଶୁଣିବାକୁ ମିଳିଥିଲା।ଏହା ପରେ ଛାତ୍ର-ଛାତ୍ରୀମାନଙ୍କର ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯକ୍ରମ ର ସ୍ୱାଗତ ଭାଷଣ,ଅତିଥି ପରିଚୟ,ସଭା ପରିଚାଳନା,ଦେଶାତ୍ମବୋଧକ ସଙ୍ଗୀତ ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର ପାରାସେଠ,ବରିଷ୍ଠ ଖେଳ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳକୁମାର କହଁର,ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ମାନିନୀ ପ୍ରଧାନ,ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀ ବିଶ୍ୱଜିତ ଦାଶ,ଶ୍ରୀଯୁକ୍ତ ସ୍ମୃତିକାନ୍ତ ମହାରଥ,ଶ୍ରୀ ଶୁଭେନ୍ଦୁ ସିଂ,ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀଯୁକ୍ତ ଦିନେଶ କୁମାର,ଶ୍ରୀମତୀ ସୁମିତ୍ରା ପ୍ରଧାନ,ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି ଆଦି ସମସ୍ତଙ୍କ ବିଶେଷ ସହଯୋଗ ଏବଂ ଶେଷ ରେ ଧନ୍ୟବାଦ ଅର୍ପଣପୂର୍ବକ ମିଷ୍ଟାନ୍ନ ବଣ୍ଟନ ସହିତ କାର୍ଯକ୍ରମ ସମାପନ ହୋଇଥିଲା।








