କନ୍ଧମାଳ,ଚକାପାଦ,ଲାଇନପଡ଼ା ତା,୧୯/୦୯/୨୦୨୫ରିଖ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା ଠାରେ ଦିବ୍ୟାଙ୍ଗ ଛାତ୍ର-ଛାତ୍ରୀମାନଙ୍କ ପିତାମାତା ପ୍ରଧାନ ଶିକ୍ଷକ ଙ୍କ ନିମନ୍ତେ ଏକ ଦିବସୀୟ ଅନ୍ତର୍ନିବେଶୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ,ବି ଆର୍ ଟି ଶ୍ରୀଯୁକ୍ତ ଜଗଦୀଶ ପାତ୍ର,ସିଆରସି ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ,ଶ୍ରୀଯୁକ୍ତ ଚକାଡୋଳା ନାୟକ ଆଦି ଯୋଗ ଦେଇଥିଲେ। ପ୍ରଥମେ ଅଗ୍ରଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ପାଦପଦ୍ମ ରେ ସମସ୍ତ ଅତିଥି ଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନପୂର୍ବକ ହିନ୍ଦୀ ଶିକ୍ଷକ ତଥା କଣ୍ଠଶିଳ୍ପୀ ଶ୍ରୀ ପୁରୋହିତ ଙ୍କ କଣ୍ଠ ରେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତି ସଙ୍ଗୀତ ଗାନ ସହିତ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହାଣୀ ଙ୍କ ଅଭିଭାଷଣ ରେ ଦିବ୍ୟାଙ୍ଗ ଛାତ୍ର-ଛାତ୍ରୀଙ୍କ ନିମନ୍ତେ ଅଭିଭାବକ-ଅଭିଭାବିକା ଏବଂ ସମାଜ ପ୍ରତି ନୀତିନିଷ୍ଠ ବାର୍ତ୍ତା ପ୍ରଦାନ ସହିତ ଶିକ୍ଷା ଅଧିକାର ସମସ୍ତଙ୍କ ପାଇଁ ସବୁବେଳେ ରହିଅଛି ବୋଲି କହିଥିଲେ।ପରେ ପରେ ସମସ୍ତ ଛାତ୍ର-ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ର ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା ପ୍ରକଳ୍ପ କୁ ସମସ୍ତ ଅତିଥି ପରିଦର୍ଶନ କରିଥିଲେ।କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ଯ କୁ ନେଇ ଅଭିଭାବକ-ଅଭିଭାବିକା ଙ୍କ ତରଫରୁ ମଧ୍ୟ ବିଶେଷ ମତାମତ ଗ୍ରହଣ କରାଯାଇଥିଲା। କାର୍ଯକ୍ରମରେ ସମସ୍ତ ବିନ୍ଦୁ ଉପରେ ପୁଂଖାନୁପୁଂଖ ଆଲୋଚନା କରାଯିବା ସହିତ ଅଭିଭାବକ-ଅଭିଭାବିକା ଏବଂ ସମସ୍ତ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ ସମସ୍ତେ ସମ୍ପୂର୍ଣ ସକ୍ରିୟ ଅଂଶଗ୍ରହଣ କରିଥିଲେ।କାର୍ଯକ୍ରମ ର ଅତିଥି ପରିଚୟ ଏବଂ ପରିଚାଳନା କରିଥିଲେ ବି ଆର୍ ଟି ଶ୍ରୀଯୁକ୍ତ ଧୀରେନ କୁମାର ତ୍ରିପାଠୀ।ଶେଷରେ ଧନ୍ୟବାଦ ଅର୍ପଣପୂର୍ବକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଦିନେଶ କୁମାର ସାହୁ,ଶ୍ରୀମତୀ ସୁମିତ୍ରା ପ୍ରଧାନ,ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,ଶ୍ରୀମତୀ ତନ୍ମୟୀ ଦିଗାଳ,ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ,ଶ୍ରୀମତୀ ପ୍ରମୋଦିନୀ କହଁର ଆଦି ସମସ୍ତଙ୍କ ବିଶେଷ ସହଯୋଗ ରେ କାର୍ଯ୍ୟକ୍ରମ ସଫଳତାପୂର୍ବକ ସମାପନ ହୋଇଥିଲା।








