ଶାରଦୀୟ ଦୁର୍ଗାପୂଜା ଅବସରରେ ନୂତନ ଭଜନ ରେକଡିଂ।

👇समाचार सुनने के लिए यहां क्लिक करें

ଚଳିତ ବର୍ଷ,୨୦୨୫ ବାସନ୍ତିକ ଶାରଦୀୟ ପବିତ୍ର ଦୁର୍ଗାପୂଜା ଦଶହରା ଅବସର ରେ ଫୁଲବାଣୀସ୍ଥିତ ପ୍ରସିଦ୍ଧ ଷ୍ଟୁଡିଓ ପଙ୍କଜ ମୀନତି ଷ୍ଟୁଡିଓ,ଫୁଲବାଣୀ,ଓଡ଼ିଶା ଠାରେ ପିଏମ୍ ଶ୍ରୀ ସରକାରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ ର ହିନ୍ଦୀ ଶିକ୍ଷକ ତଥା ବିଶିଷ୍ଟ ଭଜନ ଗାୟକ,ସଙ୍ଗୀତକାର,ରଚନାକାର,ତବଲା ବାଦକ,ସାହିତ୍ୟିକ,ଉତ୍ତମ ଉଦ୍ଘୋଷକ ବୌଦ୍ଧ ଜିଲ୍ଲା ର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ନିଜସ୍ୱ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ ଗାୟନ କରି ଏକାଧାର ରେ ଦୁଇଗୋଟି ନୂତନ ସମ୍ବଲପୁରୀ ଦଶହରା ଭଜନ ରେକଡିଂ କରି ରିଲିଜ୍ କରିସାରିଛନ୍ତି। ଭକ୍ତିଭାବଭରା ଭଜନ ଦୁଇଟି,
“ମାଁ ଗୋ ମାଁ ସମଲେଇ ମାଁ”
କରୁନାସାଗର ତୁଇ ଭାବର୍ ଜଲେ ମାଁ”,
“ଆଏଜ୍ ଆଇଛେ ଦଶହରା
ଉଜାଗର୍ ଦୁନିଆ ସାରା।”
ଉକ୍ତ ବିଶେଷ ରେକଡିଂ କାର୍ଯ୍ୟକ୍ରମ ରେ ବିଶେଷ ସହଯୋଗ କରିଛନ୍ତି ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ ର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ନାଟ୍ୟ ଅଭିନେତା,ନାଟ୍ୟକାର ଶ୍ରୀଯୁକ୍ତ ସୋମନାଥ ସାହାଣୀ।ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ ସଭାପତି ତଥା ବରିଷ୍ଠ ନାଟ୍ୟକାର ଓ ନାଟ୍ୟ ଅଭିନେତା ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା।ବିଦ୍ୟାଳୟ ର ପରିଚାଳନା ସମିତି ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ର୍ରୀଯୁକ୍ତ ଅଶ୍ୱିନୀ କୁମାର ପ୍ରଧାନ।ଭଜନ ରେକଡ଼୍ ଏବଂ ଏଡିଟ୍ କରିଛନ୍ତି ରେକଡିଂ ଇଂଜିନିୟର ତଥା ବରିଷ୍ଠ ଆଇନଜୀବୀ ଏବଂ ପଙ୍କଜ ମୀନତୀ ଷ୍ଟୁଡିଓ ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଜିତ କୁମାର ବେହେରା। ଭଜନ ରେକଡିଂ ର ପ୍ରସିଦ୍ଧ ଢୋଲ୍ ବାଦକ ଶ୍ରୀଯୁକ୍ତ ନିବାସ ଭାଇ,ପ୍ରସିଦ୍ଧ ନିଶାନ ବାଦକ ଶ୍ରୀଯୁକ୍ତ ଶେଖର ଭାଇ, ପ୍ରସିଦ୍ଧ କି.ବୋଡ଼୍ ବାଦକ ଶ୍ରୀଯୁକ୍ତ ସାଇମନ ଭାଇ,ପ୍ରସିଦ୍ଧ ସାଇଡ୍ ରିଦିମ୍ ବାଦକ ଶ୍ରୀଯୁକ୍ତ କୁନାଲ୍ ଭାଇ। ଉକ୍ତ ରେକଡିଂ ରେ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀ ପୁରୋହିତ ଙ୍କୁ ଅଞ୍ଚଳବାସୀ,ଜିଲ୍ଲାବାସୀ ଏବଂ ବୁଦ୍ଧିଜୀବୀ ମହଲ ରୁ ଅନେକାନେକ ଶୁଭେଚ୍ଛା ପ୍ରଦାନ କରାଯାଉଅଛି।

SBP TV
Author: SBP TV

Leave a Comment