ରାଜ୍ୟସ୍ତରୀୟ ଗଣକବି ବୈଷ୍ଣବ ପାଣି ଜୟନ୍ତୀ ପାଳିତ

👇समाचार सुनने के लिए यहां क्लिक करें

ତା,୦୭,୦୮,୦୯/୧୦/୨୦୨୫ରିଖରେ ଗୀତିନାଟ୍ୟ ସମ୍ରାଟ,ଗୀତିନାଟ୍ୟ ଜଗତର କାଳଜୟୀ ସ୍ରଷ୍ଟା ଗଣକବି ବୈଷ୍ଣବ ପାଣି ଙ୍କ ୧୪୩ତମ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ,୨୦୨୫ କଟକସ୍ଥିତ ଗଣକବି ବୈଷ୍ଣବ ପାଣି ସାଧନାପୀଠ,ମାହାଙ୍ଗା ବ୍ଲକ୍,ମାଳିହତା,ମାଁ କ୍ଷେତ୍ରପାଳିନୀ ଦେବୀ ମନ୍ଦିର ସମ୍ମୁଖରେ ବହ୍ଵାଡ଼ମ୍ବର ସହିତ ପାଳନ କରାଯାଇଅଛି।କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଗଣକବି ବୈଷ୍ଣବ ପାଣି ଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣପୂର୍ବକ ଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ସ୍ଥାନୀୟ କଳାକାର ଙ୍କ ଦ୍ୱାରା ଗଣକବି ଙ୍କରଚନାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ବଶିଷ୍ଟ ସାହିତ୍ୟିକ ଓ କବି ଶ୍ରୀଯୁକ୍ତ ଗିରିଜାଶଙ୍କର ମିଶ୍ର,କଟକ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,ଚକାପାଦ ବ୍ଲକ୍,ଫୁଲବାଣୀ,କନ୍ଧମାଳ,ଓଡ଼ିଶା ର ହିନ୍ଦୀ ଶିକ୍ଷକ ତଥା ସାହିତ୍ୟିକ,ସଙ୍ଗୀତକାର,ଗୀତିକାର,ଶାସ୍ତ୍ରୀୟ ଭଜନ ଗାୟକ,ତବଲାବାଦକ,ଉତ୍ତମ ଉଦ୍ଘୋଷକ ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀନାରାୟଣ ପୁରୋହିତ। ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ମନୋରଞ୍ଚନ ମହାନ୍ତି,କଟକ।ସମ୍ମାନିତ ଅତିଥି ଭାବେ ଶିଶୁ ସାହିତ୍ୟିକ,ସିନାପାଲି,ନୂଆପଡ଼ା ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ସିଂ ଚିନ୍ଦା।ସମାଜସେବୀ ଦିଲ୍ଲୀପ କୁମାର ରାଉତ,କଟକ।ସମ୍ମାନୀୟ ଅତିଥି ଶିକ୍ଷାବିତ୍ ତଥା ପାଣି ସାହିତ୍ୟ ବିଷାରଦ ଶ୍ରୀଯୁକ୍ତ ନିଗମାନନ୍ଦ କର,କଟକ।ଅନ୍ୟତମ ବକ୍ତା ବିଶିଷ୍ଟ ସାହିତ୍ୟିକ ତଥା ପାଣି ସାହିତ୍ୟ ଗବେଷକ ଡ. ଶ୍ରୀଯୁକ୍ତ ଅଜିତକୁମାର ମହାପାତ୍ର,କଟକ।ବିଶିଷ୍ଟ ସାମ୍ଵାଦିକ ତଥା ପାଣି ସାହିତ୍ୟ ଗବେଷକ ଶ୍ରୀଯୁକ୍ତ ତାପସ କୁମାର ବିଶ୍ବାଳ,କଟକ ଆଦି ମହାନ ଅତିଥି ଯୋଗ ଦେଇଥିଲେ। ସମସ୍ତ ଅତିଥିଙ୍କ ଅଭିଭାଷଣ ରେ ଗଣକବିଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ର ତଥ୍ୟ ତଥା ଓଡ଼ିଆ ନାଟ୍ୟ ଜଗତକୁ ନେଇ ଓଡ଼ିଆ ସାହିତ୍ୟ ମାଟି ର ମୋହ ସମ୍ପର୍କରେ ବିଶେଷ ବକ୍ତବ୍ୟ ଶୁଣିବାକୁ ମିଳିଥିଲା।
ମୁଖ୍ୟ ଅତିଥି ଶ୍ରୀ ପୁରୋହିତ ମହୋଦୟ ଙ୍କ ଅଭିଭାଷଣ ରେ ଗଣକବି ବୈଷ୍ଣବ ପାଣି ଙ୍କ ଓଡ଼ିଆ ସାହିତ୍ୟ ର ପାଣି, ମାଟି,ବାସ୍ନା ସହିତ ସଙ୍ଗୀତ କ୍ଷେତ୍ର ରେ ବିଶେଷ ସ୍ବାତନ୍ତ୍ର୍ୟତା କୁ ନେଇ ନିଜସ୍ୱ ସ୍ୱର ରଚନା କୁ ଗୀତିନାଟ୍ୟ ଜଗତରେ ସ୍ୱତନ୍ତ୍ର ସ୍ୱର୍ଣିମ ପରିଚୟ ସୃଷ୍ଟି କରିଯାଇଛନ୍ତି ବୋଲି କହିଥିଲେ।ଏହାସହିତ ଗଣକବି ବୈଷ୍ଣବ ପାଣିଙ୍କ ସୁନ୍ଦର ରଚନା ରେ “ବିଧୂ ମଧୁହାରା ମାଧବ ହେ” ଭଜନ କୁ ଗାୟନ କରି ସମସ୍ତ ଦର୍ଶକଙ୍କୁ ବିଭୋର କରିଥିଲେ।ଉକ୍ତ ଅବସର ରେ ମୁଖ୍ୟ ଅତିଥି ଙ୍କ ସମେତ ସମସ୍ତ ଅତିଥି ଙ୍କ ଦ୍ୱାରା ଚଳିତ ବର୍ଷ ପାଣି ସାହିତ୍ୟ ପ୍ରତିଭା ସମ୍ମାନ,୨୦୨୫ ଶ୍ରୀଯୁକ୍ତ ନିଗମାନନ୍ଦ କର,କଟକ ବିଶିଷ୍ଟ ଶିକ୍ଷାବିତ୍ ଙ୍କୁ ସମ୍ମାନିତ କରାଯିବା ସହିତ କଟକ ର ବିଭିନ୍ ସ୍ଥାନରୁ ଆସିଥିବା ଏବଂ ଆଞ୍ଚଳିକସ୍ତର ରେ ଗୀତିନାଟ୍ୟ ସାଂସ୍କୃତିକ ସଂସଦମାନ ଗୀତିନାଟ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ କରିଥିଲେ ବିରିଷ୍ଠ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୂୟାଁ। ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଫୁଲ୍ଲକୁମାର ସେନାପତି। ଅବସରପ୍ରାପ୍ତ ଶିକ୍ଷକ ତଥା ପାଣି ସାହିତ୍ୟ ଗବେଷକ,ସାହିତ୍ୟିକ ଶ୍ରୀଯୁକ୍ତ ହୃଷିକେଶ ବେହେରା ଓ ସମସ୍ତ ମାଳିହତା,କଟକ ଅଞ୍ଚଳବାସୀ ଙ୍କ ବିଶେଷ ସହଯୋଗ ରେ ଉକ୍ତ ରାଜ୍ୟସ୍ତରୀୟ ବିଶେଷ କାର୍ଯ୍ୟକ୍ରମ ସଫଳତାପୂର୍ବକ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment