ତା,୩୦,୩୧/୧୦/୨୦୨୫ରିଖ
ଅଷ୍ଟମ ବାର୍ଷିକ ବାନା ବଟେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ, ପୂଣ୍ୟମାସ କାର୍ତ୍ତିକ ମାସ ର ଶ୍ରୀ ରାଧା ପାଦ ଦର୍ଶନ ଏବଂ ଅଅଁଳା ନବମୀ ବିଶେଷ ଦିବସ ଅବସର ରେ କଟକ,ଓଡ଼ିଶାର ପୂର୍ବତନ ବାଚସ୍ପତି,କ୍ୟାବିନେଟ ମନ୍ତ୍ରୀ ତଥା ମହାନ ସାହିତ୍ୟିକ ସ୍ୱର୍ଗତ ଶ୍ରୀ ଶରତ କର ଙ୍କ ସୁଯୋଗ୍ୟ ସନ୍ତାନ ମହାନ ସାହିତ୍ୟିକ,ବିଶିଷ୍ଟ ରାଜନେତା ଶ୍ରୀ ଶୋଭନ କର ଙ୍କ ବିଶେଷ ଉପସ୍ଥିତି ରେ
ବିଶ୍ୱ ଶାନ୍ତି ଯଜ୍ଞ ଉତ୍ସବ ଏବଂ ବିଶେଷ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,ଫୁଲବାଣୀ,କନ୍ଧମାଳ,ଓଡ଼ିଶା ର ହିନ୍ଦୀ ଶିକ୍ଷକ ତଥା ଶାସ୍ତ୍ରୀୟ ଭଜନ ଗାୟକ,ସଙ୍ଗୀତକାର,ରଚନାକାର,ଆକାଶବାଣୀ-ଦୂରଦର୍ଶନ କଳାକାର,ସାହିତ୍ୟିକ,ଉତ୍ତମ ଉଦ୍ଘୋଷକ ଶ୍ରୀଲକ୍ଷ୍ମୀନାରାୟଣ ପୁରୋହିତ ନିଜସ୍ୱ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ରେ ହିନ୍ଦୀ,ଓଡ଼ିଆ ଏବଂ ସମ୍ବଲପୁରୀ ଭାଷା ରେ ଭକ୍ତି ସଙ୍ଗୀତ ପରିବେଷଣ କରିବା ସହିତ ଉତ୍ତମ ଉଦ୍ଘୋଷଣା ପ୍ରଦାନ କରି ସମସ୍ତ ଙ୍କୁ ବିଭୋର କରିଥିଲେ।ଉକ୍ତ ମଞ୍ଚରେ କୁନି କୁନି ଭାଇ-ଭଉଣୀ ଙ୍କ ତରଫରୁ ବିଶେଷ ନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା।ପ୍ରସିଦ୍ଧ କୋଠପଦା,କଟକ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀଯୁକ୍ତ କିଶୋରଚନ୍ଦ୍ର ଦାସ,ବରିଷ୍ଠ ସାମ୍ବାଦିକ ତଥା ମହାନ ସାହିତ୍ୟିକ ଶ୍ରୀଯୁକ୍ତ ଅଖିଳେଶପଦ ମହାନ୍ତି,ପ୍ରସିଦ୍ଧ ସମାଜସେବୀ,ସାହିତ୍ୟିକ ଶ୍ରୀ ଗଣେଶ ସାର୍,ବରିଷ୍ଠ ସହଯୋଗୀ ତଥା ଡକ୍ଟର ଶ୍ରୀଯୁକ୍ତ କ୍ଷୀରୋଦଚନ୍ଦ୍ର ବେହାରୀ,ପ୍ରସିଦ୍ଧ ସଙ୍ଗୀତ ଗୁରୁ ଶ୍ରୀ ଗୋବିନ୍ଦଚନ୍ଦ୍ର ସାହୁ,ବରିଷ୍ଠ ସହଯୋଗୀ ତଥା ସମାଜସେବୀ ଶ୍ରୀଯୁକ୍ତ ନୀର ସାର୍, ପ୍ରସିଦ୍ଧ ତବଲାବାଦକ ଶ୍ରୀଯୁକ୍ତ ଶଙ୍କର୍ଷଣ ସାହୁ,ସଙ୍ଗଠକ ତଥା ଆୟୋଜକ ଶ୍ରୀ ଗୌତମ ପୃଷ୍ଟି,ବରିଷ୍ଠ ସହଯୋଗୀ ଶ୍ରୀ ଲିଟୁ ବାବୁ ଆଦି ବନଗୁରିଆବାସୀ ସମସ୍ତଙ୍କ ବିଶେଷ ସହଯୋଗ ରେ କାର୍ଯ୍ୟକ୍ରମ ଟି ବହ୍ଵାଡ଼ମ୍ବର ସହିତ ସମାପନ ହୋଇଥିଲା।








