୨୨ ଏବଂ ୨୩/୧୦/୨୦୨୫ ରିଖ ଘଟ ଗାଁ,କେନ୍ଦୁଝର ଜିଲ୍ଲା ମାଁ ତାରିଣୀ ଙ୍କ ପୀଠ ଠାରେ ଦୁଇ ଦିନ ଧରି ରାଜ୍ୟସ୍ତରୀୟ ମାଁ ତାରିଣୀ କଳାଶ୍ରୀ ମହୋତ୍ସବ,୨୦୨୫ ଅନୁଷ୍ଠିତ ହୋଇଯାଇଛି। ଘଟ ଗାଁ ମାଁ ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର ତରଫରୁ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମ ରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ସୁନାମଧନ୍ୟ କଳାକାର ଯୋଗ ଦେଇଥିଲେ।ଏହି ଅବସର ରେ ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ମଞ୍ଚ ରେ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମର ଅନ୍ତିମ ଦିବସ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ଶ୍ରୀ ଯୁକ୍ତ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମହୋତ୍ସବର ଉତ୍ତରୋତ୍ତର ସଫଳତା କାମନା କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ଭାବେ ସର୍ବଭାରତସ୍ତରୀୟ ରେଡିଓ ଓ ଦୂରଦର୍ଶନ କଳାକାର ତଥା କନ୍ଧମାଳ ଜିଲ୍ଲା ର ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଲାଇନପଡ଼ାର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଯୋଗ ଦେବା ସହିତ ନିଜସ୍ଵ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ ଜଗଜ୍ଜନନୀ ମାଁ ତାରିଣୀ ଙ୍କ ନିମନ୍ତେ ହିନ୍ଦୀ ଭଜନ ପରିବେଷଣ କରି ଦର୍ଶକଙ୍କୁ ବିଭୋର୍ କରିଥିଲେ।ସମ୍ମାନିତ ଅତିଥି ଭାବେ ତ୍ରିଭଙ୍ଗ କଳା ନିକେତନ,ଭୁବନେଶ୍ଵର ର ପ୍ରତିଷ୍ଠାତା ଗୁରୁଶ୍ରୀ ବିକ୍ରମ ସାମଲ,ବିଦ୍ୟୁତ୍ ବିଭାଗ ଏସଡିଓ ଶ୍ରୀ ରଞ୍ଜିତ ବେହେରା, ମହୋତ୍ସବ କମିଟି ସଭାପତି ଶ୍ରୀ ସୁବର୍ଣ ପଲେଇ, ସରପଞ୍ଚ ଶ୍ରୀମତୀ ଅନ୍ନପୂର୍ଣା ଦେହୁରୀ ମଞ୍ଚାସୀନ ଥିଲେ।ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ସଞ୍ଜୟ କୁମାର ଦାସ କାର୍ଯକ୍ରମ ପରିଚାଳନା କରିଥିଲେ। ଓଡ଼ିଶା ର କେନ୍ଦୁଝର ଜିଲ୍ଲା କଳାର ମାଟି ତଥା ଜଗତ ଜନନୀ ମାଁ ତାରିଣୀ ଙ୍କ କୃପାରୁ ଏହି ରାଜ୍ୟସ୍ତରୀୟ ମହୋତ୍ସବ ଆଗକୁ ଆହୁରି ସୁନାମ ଅର୍ଜନ କରିବ ବୋଲି ସମସ୍ତ ଅତିଥି ନିଜ ଅଭିଭାଷଣ ରେ କହିଥିଲେ।ମଞ୍ଚ ରେ କଲିକତାରୁ ଆସିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ,ରାଜ୍ୟ ର ପ୍ରସିଦ୍ଧ ଚଳଚ୍ଚିତ୍ର ସିନେ ତାରକା, ଟେଲି ଅଭିନେତ୍ରୀ ସମେତ ବିଶିଷ୍ଟ ରାଜନେତା,ଶିକ୍ଷାବିତ୍ ଆଦି ସମସ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା।ସମ୍ବଲପୁରୀ,ମୟୂରଭଞ୍ଜ,ଝୁମର୍ ନୃତ୍ୟ-ସଙ୍ଗୀତ ତାଳେ ତାଳେ ଦର୍ଶକମାନେ ବେଶ୍ ଝୁମିଥିଲେ। ଉକ୍ତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଦର୍ଶକ ଙ୍କ ସଂଖ୍ୟା ଦେଖିବାକୁ ମିଳିଥିଲା।ମାଁ ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର,ଘଟ ଗାଁ ର ସମସ୍ତ ଅଭିଭାବକ-ଅଭିଭାବିକା,ସଭ୍ୟ-ସଭ୍ୟା ଏବଂ ସମସ୍ତ ଘଟଗାଁବାସୀଙ୍କ ବିଶେଷ ସହଯୋଗ ରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।



