ତା:୧୪/୧୧/୨୦୨୫ ରିଖରେ ଶିଶୁ ଦିବସ ଅବସରରେ ଏକ ବକୃତା ପ୍ରତିଯୋଗିତା ଓ ଆଇନ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତା, ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀଯୁକ୍ତ ଦୋଳଗୋବିନ୍ଦ ବାରିକ, ରେଜିସ୍ଟ୍ରାର , ସିଭିଲ କୋର୍ଟ, ଫୁଲବାଣୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି, ଏସ.ଡି.ଜେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍.ଏଫ.ସି ଶ୍ରୀଯୁକ୍ତ ବଦ୍ରିନାଥ ବିଶ୍ବାଳ, ପ୍ରୋବେସନର ସିଭିଲ ଜଜ ଅରୁଣିମା ପତି, ସରକାରୀ ଅଧିବକ୍ତା ଶ୍ରୀ ଅଶୋକ କୁମାର ବେହେରା, ବାର ଆସୋସିଏସନ, ଫୁଲବାଣୀର ସମ୍ପାଦକ ଶ୍ରୀ ବିରେନ୍ଦ୍ର କୁମାର ସୁବୁଦ୍ଧି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସନ୍ତୋଷ କୁମାର ପାଢୀ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ ଦେବବ୍ରତ ପ୍ରଧାନ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ ନିରୋଦ କୁମାର ପାତ୍ର, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ କେ. ଲକ୍ଷ୍ମୀ ନାରାୟଣ ଦୋରା ଓ ଶୁଭାଙ୍ଗୀ ହାରିତସ୍ୟ, ଏ.ଜେ.ଓ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ, ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀବୃନ୍ଦ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ବକୃତା ପ୍ରତିଯୋଗିତା ସହିତ ଶିଶୁମାନଙ୍କର ଅଧିକାର, ଯେପରିକି ଶିକ୍ଷା ଅଧିକାର, ସୁସ୍ଥ ରହିବାର ଅଧିକାର ଏବଂ ନିରାପଦ ପରିବେଶରେ ବଞ୍ଚିବାର ଅଧିକାର, ସାମାଜିକ ଅନ୍ୟାୟ ଏବଂ ଯେକୌଣସି ପ୍ରକାରର ଶୋଷଣରୁ ସୁରକ୍ଷାର ଅଧିକାର ଇତ୍ୟାଦି ବିଷୟରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଯାଇଥିଲା ପିଲାମାନଙ୍କୁ ମହାମନୀଷୀ ମାନଙ୍କ ଆଦର୍ଶକୁ ଅନୁସରଣ କରିବା ଏବଂ ଭଲ ମଣିଷ ହେବା ପାଇଁ ଆଲୋକପାତ କରାଯାଇଥିଲା ।
ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ରାମାକାନ୍ତ ମହାନ୍ତି ଏହି ସଚେତନତା ଶିବିରକୁ ପରିଚାଳନା କରିଥିଲେ ଓ ଏ.ଜେ.ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସଂଜୀବ ପାଣିଗ୍ରାହୀ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।








