ବି.ବି.ହାଇସ୍କୁଲ,ଲାଇନପଡ଼ା ରେ ଶିଶୁ ଦିବସ ପାଳିତ।

👇समाचार सुनने के लिए यहां क्लिक करें

ବି.ବି.ହାଇସ୍କୁଲ,ଲାଇନପଡ଼ା ରେ ଶିଶୁ ଦିବସ ପାଳିତ।
ବି.ବି.ହାଇସ୍କୁଲ,ଲାଇନପଡ଼ା ରେ ଶିଶୁ ଦିବସ ପାଳିତ।

ତା,୧୪/୧୧/୨୦୨୫ରିଖ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ ଠାରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଶିଶୁ ଦିବସ,୨୦୨୫ ବହ୍ଵାଡ଼ମ୍ବର ରେ ପାଳିତ ହୋଇଯାଇଅଛି।କାର୍ଯକ୍ରମ ପ୍ରାରମ୍ଭରେ ପଣ୍ଡିତ ଜବାହରଲାଲ ନେହରୁ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟକ୍ରମ ର ସଭାପତି ଶ୍ର୍ରୀଯୁକ୍ତ ସୋମନାଥ ସାହାଣୀ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ।ଭାରତ ବନ୍ଦନା ସହିତ କାର୍ଯକ୍ରମ ର ସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ସାର୍ ଉକ୍ତ ପବିତ୍ର ଦିବସ ର ମହତ୍ୱ,ପଣ୍ଡିତ ନେହେରୁ ଙ୍କ ଜୀବନାଦର୍ଶ ସମ୍ପର୍କରେ ଶିଶୁମାନଙ୍କ ପାଇଁ ବିଶେଷ ବାର୍ତ୍ତା ପ୍ରଦାନ କରିଥିଲେ।ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଆଦର୍ଶ କୁ ନେଇ ବିଶ୍ୱ ଐକ୍ୟ ଶକ୍ତି,ଶୈକ୍ଷିକ,ନୈତିକ ଓ ବୌଦ୍ଧିକ ଭାବନା ଉପରେ ଶିଶୁମାନଙ୍କ ପାଇଁ ନିଜ ନିଜ ବକ୍ତବ୍ୟ ରେ ଅନେକ କଥା ରଖିଥିଲେ।ପରେ ପରେ ଶିଶୁମାନଙ୍କ ତରଫରୁ ଚାଚା ନେହେରୁ ଙ୍କ ସମ୍ପର୍କରେ ଅନେକ ଦେଶପ୍ରେମ ଭାବନାର କଥା ଶୁଣିବାକୁ ମିଳିଥିଲା।କାର୍ଯ୍ୟକ୍ରମ ରେ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା,ବକ୍ତୃତା ପ୍ରତିଯୋଗିତା,ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା କାର୍ଯକ୍ରମ ର ସଭାପତି ଶ୍ରୀ ସାହାଣୀ ସାର୍ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯକ୍ରମ କୁ ବେଶ୍ ଭାବରେ ସୁପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ବିକ୍ରମବିହାରୀ ବେହେରା,ଶ୍ରୀ ସୁଶୀଲ କୁମାର କହଁର,ଶ୍ରୀସୁଶୀଲ କୁମାର ପାରାସେଠ,ଶ୍ରୀମତୀ ମାନିନୀ ପ୍ରଧାନ,ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀସ୍ମୃତିକାନ୍ତ ମହାରଥ,ଶ୍ରୀଶୁଭେନ୍ଦୁ କୁମାର ସିଂ,ଶ୍ରୀବିଶ୍ଵାମିତ୍ର ଭୋଇ ଆଦି ସମସ୍ତଙ୍କ ସହଯୋଗ ସହିତ ଧନ୍ୟବାଦ ଅର୍ପଣପୂର୍ବକ ଦେଶ ଭକ୍ତି ସଙ୍ଗୀତ ଗାୟନ ସାଥେ ସାଥେ ମିଷ୍ଟାନ୍ନ ବଣ୍ଟନ ସହିତ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment