ତା ୦୯/୦୧/୨୦୨୬ରିଖ,ଶୁକ୍ରବାର ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ,ଓଡ଼ିଶା ଅଷ୍ଟମ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ ପ୍ରତ୍ୟୁଷା କହଁର ଜାତୀୟସ୍ତର ର କବାଡ଼ି ଖେଳ,୨୦୨୬ ନିମନ୍ତେ କନ୍ଧମାଳ ଜିଲ୍ଲା ତରଫରୁ ମନୋନୀତ ହୋଇଛନ୍ତି।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ,ଛାତ୍ରୀ ସୁଶ୍ରୀ କହଁର ଙ୍କ ପିତା ଶ୍ରୀଯୁକ୍ତ ସିଘ୍ନେଶ କହଁର,ମାତା ଶ୍ରୀମତୀ ଲବଙ୍ଗୀ କହଁର,ବିଦ୍ୟାଳୟ ର ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପ୍ରଧାନ,ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା ଏବଂ ବିଦ୍ୟାଳୟ ର ସମସ୍ତ ଛାତ୍ର-ଛାତ୍ରୀ ଙ୍କ ଗହଣରେ ସୁଶ୍ରୀ ପ୍ରତ୍ୟୁଷା କହଁର ଙ୍କୁ ବିଦ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ସହିତ ସମ୍ବର୍ଦ୍ଧିତ କରାଯାଇଅଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ସାର୍,କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର କହଁର,ପିତା-ମାତା,ସଭାପତି,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅଞ୍ଚଳବାସୀ,କନ୍ଧମାଳବାସୀ ଆଦି ସମସ୍ତ ଙ୍କ ଠାରୁ ଆଶୀର୍ବୀଦ ନେଇ ସୁଶ୍ରୀ ପ୍ରତ୍ୟୁଷା କହଁର ଆସନ୍ତା ତା,୧୯/୦୧/୨୦୨୬ ରିଖ ଠାରୁ ତା,୨୩/୦୧/୨୦୨୬ ରିଖ ପର୍ଯ୍ୟନ୍ତ ଉକ୍ତ ଜାତୀୟସ୍ତର ର କ୍ରୀଡ଼ା ନିମନ୍ତେ ଗୁଡ୍ଡିବାଡ଼ା,ଆନ୍ଧ୍ରପ୍ରଦେଶ କୁ କ୍ରୀଡ଼ା ଯାତ୍ରା କରୁଛନ୍ତି।
ଏଥି ସକାଶେ ସୁଶ୍ରୀ କହଁର ଙ୍କୁ ଅଞ୍ଚଳବାସୀ,କନ୍ଧମାଳ ଜିଲ୍ଲା ଏବଂ ସମସ୍ତଙ୍କ ତରଫରୁ ଅନେକାନେକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଉଅଛି। ଉକ୍ତ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସରସ ଓ ସୁନ୍ଦର ଭାବରେ ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ଶ୍ରୀଯୁକ୍ତ ସୁଶୀଲ କୁମାର ପାରାସେଠ,ବରିଷ୍ଠ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ,ଶ୍ରୀମତୀ ବାସନ୍ତୀ ପ୍ରଧାନ,ବିଜ୍ଞାନ ଶିକ୍ଷକ ଶ୍ରୀ ତରଣୀ ହରିପାଲ୍,ଶ୍ରୀ ଅନନ୍ତ ମହାକୁଳ,ଶ୍ରୀ ଶୁଭେନ୍ଦୁ ସିଂ,ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀଯୁକ୍ତ ଦିନେଶ ସାହୁ,ଶ୍ରୀମତୀ ସୁମିତ୍ରା ପ୍ରଧାନ,ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,ଶ୍ରୀମତୀ ତନ୍ମୟୀ ଦିଗାଳ,ଶ୍ରୀଯୁକ୍ତ ବିଶ୍ବାମିତ୍ର ଭୋଇ, ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ଆଦି ସମସ୍ତଙ୍କ ଉପସ୍ଥିତି ଏବଂ ସହଯୋଗ ସହିତ ଶେଷରେ ଧନ୍ୟବାଦ ଅର୍ପଣପୂର୍ବକ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।







