କଳା ସମର୍ପଣ,୨୦୨୫” ସମ୍ମାନ ରେ ସମ୍ମାନିତ।

👇समाचार सुनने के लिए यहां क्लिक करें

ତା,୨୬/୧୨/୨୦୨୫ରିଖ
ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ ଆଇ ରିକ୍ରିଏସନ୍ କ୍ଲବ୍ ସେଣ୍ଟର୍ କଳା ମଣ୍ଡପ,ଭୁବନେଶ୍ଵର(ୟୁନିଟ,୦୯) ରେ ବିଶ୍ୱବିଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ,ନୃତ୍ୟ ନିର୍ଦ୍ଦେଶକ ତଥା ଇଞ୍ଜିନିୟର୍ ଶ୍ରୀଯୁକ୍ତ ବିକ୍ରମ ସାମଲ୍ ଙ୍କ ତ୍ରିତଙ୍ଗ କଳା ନିକେତନ,ଭୁବନେଶ୍ୱର ତରଫରୁ ଆୟୋଜିତ ସର୍ବଭାରତୀୟ ସ୍ତର ର ନୃତ୍ୟ,ସଙ୍ଗୀତ ଓ ଚିତ୍ର କଳା ଉତ୍ସବ ଏବଂ କଳା ସମର୍ପଣ ସମ୍ମାନ,୨୦୨୫ ଅନୁଷ୍ଠିତ ହୋଇଯାଇଅଛି।ଗରୁଶ୍ରୀ ସାମଲ୍ ଙ୍କ ତତ୍ତ୍ଵାବଧାନ ଏବଂ ସଭାପତିତ୍ୱ ରେ ବିଶ୍ୱ ବିଖ୍ଯାତ ଓଡ଼ିଶୀ ନୃତ୍ୟ ଗୁରୁ ଓ ନୃତ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିରଞ୍ଜନ ରାଉତ,ଭୁବନେଶ୍ୱର ମୁଖ୍ୟ ଅତିଥି ରୂପେ ଯୋଗଦେବା ସହିତ ବିଶ୍ୱବିଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନାତନ ନାୟକ,ଭୁବନେଶ୍ୱର,ପ୍ରଖ୍ୟାତ ସଙ୍ଗୀତକାର ଓ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପକୁମାର ଦାସ,ଭୁବନେଶ୍ୱର,ପ୍ରସିଦ୍ଧ ସଙ୍ଗୀତକାର,ଗୀତିକାର,ଗାୟକ,ସାହିତ୍ୟିକ ତଥା ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପୁରୋହିତ,ବୌଦ୍ଧ,ପ୍ରସିଦ୍ଧ ସଙ୍ଗୀତକାର ଶ୍ରୀ ମାଧବ ସାର୍,ଟାଙ୍ଗୀ,ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ,ଭୁବନେଶ୍ୱର,ଉତ୍କଳ ବିଶ୍ୱ ବିଦ୍ୟାଳୟ,ଭୁବନେଶ୍ଵର ର ପ୍ରସିଦ୍ଧ ମର୍ଦ୍ଦଳ ବାଦକ ଶ୍ରୀଯୁକ୍ତ ଦିବାକର ପରିଡ଼ା ଆଦି ସମସ୍ତ ମହାନ ଅତିଥି ଯୋଗ ଦେଇଥିଲେ। ସମସ୍ତ ଅତିଥି ଙ୍କ ଦ୍ଵାରା
ଦେବ ଦେବ ମହାଦେବ ଶ୍ରୀ ନଟରାଜ ଲିଙ୍ଗରାଜେଶ୍ୱର ଙ୍କ ଚରଣ ରେ ଭକ୍ତିଅର୍ଘ୍ୟ ଦୀପ ପ୍ରଜ୍ଜ୍ୱଳନପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।
କାର୍ଯକ୍ରମ ପ୍ରାରମ୍ଭ ରେ ଶାସ୍ତ୍ରୀୟ ଭଜନ ଗାୟକ,ସଙ୍ଗୀତକାର,ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ନିଜସ୍ୱ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ ଭକ୍ତି ଭାବଭରା ହିନ୍ଦୀ ଭଜନ “ଗୋବିନ୍ଦ କୋ ଭଜନ କରୋ ରେ ମନ୍ବା”ପରିବେଷଣ କରି ସମସ୍ତ ଙ୍କୁ ବିଭୋର କରିଥିଲେ। ତାଙ୍କ ସହିତ ମର୍ଦ୍ଦଳ ରେ ଥିଲେ ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଶ୍ରୀଯୁକ୍ତ ଦିବାକର ପରିଡ଼ା ଓ ବଂଶୀ ରେ ଥିଲେ ପ୍ରସିଦ୍ଧ ଯୁବ ବଂଶୀ ବାଦକ ଶ୍ରୀ ରୁଦ୍ରପ୍ରସାଦ ପରିଡ଼ା। ପରେ ପରେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟ ଶିଳ୍ପୀମାନଙ୍କ ଦ୍ଵାରା ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ,ଚିତ୍ର ଶିଳ୍ପୀମାନଙ୍କ ଦ୍ଵାରା ଚିତ୍ରକଳା ଆଦି ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ଦିବା ୦୨ ଘଣ୍ଟିକା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟାନୁସାରେ କଳା ପ୍ରଦର୍ଶିତ ହୋଇଥିଲା। ସମସ୍ତ ଅତିଥି ଙ୍କ ଦ୍ଵାରା ସମସ୍ତ ନୃତ୍ୟ ଶିଳ୍ପୀ,ଚିତ୍ର ଶିଳ୍ପୀ ଏବଂ କନ୍ଧମାଳ ର ହିନ୍ଦୀ ଶିକ୍ଷକ ତଥା ପ୍ରସିଦ୍ଧ ଭଜନ ଗାୟକ, ସଙ୍ଗୀତକାର,ସାହିତ୍ୟିକ ଗୁରୁଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତଙ୍କୁ “କଳା ସମର୍ପଣ ସମ୍ମାନ,୨୦୨୫” ପ୍ରଦାନ କରାଯାଇଥିଲା।ଏଥି ସକାଶେ ବିଭିନ୍ନ ସ୍ଥାନରୁ ଏବଂ ବୁଦ୍ଧିଜୀବୀ ମହଲ ରୁ ଗୁରୁଶ୍ରୀ ପୁରୋହିତ ଙ୍କ ପ୍ରତି ଅନେକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଉଅଛି। ଉକ୍ତ ସର୍ବଭାରତୀୟ ସ୍ତର ର କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ ଫୁଲବାଣୀ ର ନଟରାଜ କଳାମନ୍ଦିର ର ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ,ନୃତ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ ବିନୋଦକୁମାର ସାହୁ।

SBP TV
Author: SBP TV

Leave a Comment