ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀଲକ୍ଷ୍ମୀନାରାୟଣ ପୁରୋହିତ ବିଶ୍ୱସଙ୍ଗୀତ ଦିବସରେ ଫୁଲବାଣୀ ଠାରେ ସମ୍ବର୍ଦ୍ଧିତ।

👇समाचार सुनने के लिए यहां क्लिक करें

ତା ୨୧/୦୬/୨୦୨୫ରିଖ ଫୁଲବାଣୀସ୍ଥିତ ପ୍ରସିଦ୍ଧ ସଙ୍ଗୀତ ଓ ସାହିତ୍ୟ ଅନୁଷ୍ଠାନ ବନାନୀ କଳାସଙ୍ଗମ ,ଫୁଲବାଣୀ ମଞ୍ଚରେ ବିଶ୍ୱ ସଙ୍ଗୀତ ଦିବସ ଅବସର ରେ ନଟରାଜ କଳା ମନ୍ଦିର,ଫୁଲବାଣୀ,ସଙ୍ଗୀତ ସାଧନା,ଫୁଲବାଣୀ ଓ ବନାନୀ କଳା ସଙ୍ଗମ,ଫୁଲବାଣୀର ମିଳିତ ସହଯୋଗରେ ବିଶ୍ୱ ସଙ୍ଗୀତ ଦିବସ,୨୦୨୫ ବଡ଼ ଧୁମଧାମ ରେ ପାଳିତ ହୋଇଛି।ଜିଲ୍ଲା ଲେଖକ ସାମୁଖ୍ୟର ସଭାପତି ଶ୍ରୀ ରବୀନ୍ଦ୍ରନାଥ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଗଦାଧର ପାତ୍ର,ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଅରୂପ ଜେନା,ପ୍ରେସ କ୍ଲବ ସଭାପତି ଶ୍ରୀଯୁକ୍ତ ସୁନୀଲ ପଟ୍ଟନାୟକ ଯୋଗ ଦେଇଥିଲେ।ଉକ୍ତ ଦିବସ ରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ ବରିଷ୍ଠ ସଙ୍ଗୀତକାର ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ାର ହିନ୍ଦୀ ଶିକ୍ଷକ ତଥା ଗୀତିକାର, ସଙ୍ଗୀତକାର, ବିଶିଷ୍ଟ ଭଜନ ଗାୟକ, ଉଦ୍ଘୋଷକ ଓ ସାହିତ୍ୟିକ ବୌଦ୍ଧ ଜିଲ୍ଲ ର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଙ୍କୁ ବିଶେଷ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ପୁରୋହିତ ବର୍ଷାକାଳୀନ ସଙ୍ଗୀତ ”ଝମକୀ ଝୁକୀ ଆୟୀ ବଦରୀୟା ସାରୀ” ହିନ୍ଦୀ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।କାର୍ଯ୍ୟକ୍ରମରେ ବିଶିଷ୍ଟ କଳାକାର ଓ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ଯୁଧିଷ୍ଠିର ମହାନ୍ତି,ବିଶିଷ୍ଟ ନୃତ୍ୟଗୁରୁ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିନୋଦଚନ୍ଦ୍ର ସାହୁ, ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା, ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀମତୀ ତନୁଜା ମହାନ୍ତି, ପ୍ରସିଦ୍ଧ ଯୁବଗାୟକ ଶ୍ରୀ ସନ୍ତୋଷ ଦାସ,ପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଭାତ ଦାସ, ବିଶିଷ୍ଟ ତବଲାବାଦକ ଶ୍ରୀ ସାଗର କୁମାର ଜେନା ଆଦି ସମ୍ବର୍ଦ୍ଧିତ ହୋଇଥିଲେ। ଏହା ସହିତ ସଙ୍ଗୀତ ସାଧନା ସାଂସ୍କୃତିକ ଅନୁଷ୍ଠାନ,ଫୁଲବାଣୀ ତରଫରୁ ସଙ୍ଗୀତ ପରିବେଷଣ କରି କାର୍ଯ୍ୟକ୍ରମ କୁ ବେଶ୍ ସଙ୍ଗୀତମୟ କରିଥିଲେ।

SBP TV
Author: SBP TV

Leave a Comment