ଚକାପାଦ,ଲାଇନପଡ଼ାତା,୧୫/୦୮/୨୦୨୫ରିଖ
ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ସଭାପତିତ୍ୱ ରେ ୭୯ତମ ସ୍ବାଧୀନତା ଦିବସ ବଡ଼ ଧୁମଧାମ ରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ସାର୍ ଙ୍କ ଦ୍ୱାରା ଜାତିରପିତା ମହାତ୍ମାଗାନ୍ଧୀ ଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପବିତ୍ର ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଛାତ୍ର-ଛାତ୍ରୀ ଙ୍କ ଦ୍ୱାରା ଭାରତୀୟ ଜାତୀୟ ସଙ୍ଗୀତ ଗାନ ସହିତ ଭାରତ ମାତା ଙ୍କ ଜୟ ଗାନ,ବୀର ସୁପୁତ୍ର ବୀର- ବୀରାଙ୍ଗନା ଙ୍କ ନାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ର ସଭାପତି ଶ୍ର୍ରୀ ସାହାଣୀ ସାର୍ ତାଙ୍କ ଅଭିଭାଷଣ ରେ ଛାତ୍ର-ଛାତ୍ରୀ ଙ୍କ ନିମନ୍ତେ ଭାରତୀୟତା, ବିଶ୍ୱ ମାନବିକତା ସମ୍ପର୍କ ରେ ବିଶେଷ ବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର କହଁର ଙ୍କ ତତ୍ତ୍ଵାବଧାନରେ ଛାତ୍ର-ଛାତ୍ରୀ ଙ୍କ ଦ୍ୱାରା ଘୋଷବାଦନ ସହିତ ବିଜୟୀ ବିଶ୍ୱ ତ୍ରିତଙ୍ଗା ପତାକା ର ସମ୍ମାନାର୍ଥେ ପରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ର-ଛାତ୍ରୀ ଙ୍କ ସହିତ ବିଦ୍ୟାଳୟ ର ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ପ୍ରଧାନ,ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା,ଏସ୍ ଏମ୍ ସି ର ସଭ୍ୟ-ସଭ୍ୟାବୃନ୍ଦ,ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ଶ୍ରୀଯୁକ୍ତ ସୁଶୀଲ ପାରାସେଠ,ବରିଷ୍ଠ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ,ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀ ବିଶ୍ୱଜିତ ଦାଶ,ଶ୍ରୀଯୁକ୍ତ ସ୍ମୃତିକାନ୍ତ ମହାରଥ,ଶ୍ରୀ ସୁଭେନ୍ଦୁ ସିଂ,ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀମତୀ ସୁମିତ୍ରା ପ୍ରଧାନ, ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ,ଶ୍ରୀମତୀ ପ୍ରତିମା ମଲ୍ଲିକ ଆଦି ସମସ୍ତ ଙ୍କ ଉପସ୍ଥିତି ସହିତ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଭାରତ ମାତା ଙ୍କ ଭାବଭକ୍ତିଭରା ଉଦ୍ଘୋଷଣା ସହିତ କାର୍ଯ୍ୟକ୍ରମ କୁ ବେଶ୍ ସରସ ଓ ସୁନ୍ଦର କରିଥିଲେ।
କାର୍ଯ୍ୟକ୍ରମ ରେ ଉକ୍ତ ଜାତୀୟ ଦିବସ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ରେ ଧନ୍ୟବାଦ ଅର୍ପଣପୂର୍ବକ “ଏ ମାଟି ମୋର ସରଗ ଏ ମାଟି ମୋର ଚନ୍ଦନ’ ଦେଶଭକ୍ତି ସଙ୍ଗୀତ ସହିତ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଏବଂ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଙ୍କ ବିଶେଷ ସହଯୋଗ ରେ କାର୍ଯ୍ୟକ୍ରମ ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।








