ବ୍ଲକ୍ ସ୍ତରୀୟ ଇକୋ କ୍ଲବ୍ ଏକ୍ଜିବିସନ୍,୨୦୨୫

👇समाचार सुनने के लिए यहां क्लिक करें

ଚକାପାଦ ବ୍ଲକ୍ ସ୍ତରୀୟ ଇକୋ କ୍ଲବ୍ ଏକ୍ଜିବିସନ୍,୨୦୨୫ ପିଏମ୍ ଶ୍ରୀ ସରକାରୀ ବି.ବି.ହାଇସ୍କୁଲ,ଲାଇନପଡ଼ାରେ ପାଳିତ।ଚକାପାଦ,ଲାଇନପଡ଼ା,କନ୍ଧମାଳତା,୧୬/୧୨/୨୦୨୫ରିଖ ପି ଏମ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା ଠାରେ ଚକାପାଦ ବ୍ଲକ୍ ସ୍ତରୀୟ ଇକୋ କ୍ଲବ୍ ଏକ୍ଜିବିସନ୍,୨୦୨୫ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଟିକାବାଲି,ରେଞ୍ଜର୍ ଶ୍ରୀଯୁକ୍ତ ରଶ୍ମିରଞ୍ଜର ସ୍ୱାଇଁ,ମୁଖ୍ୟବକ୍ତା ଡିଗ୍ରୀ କଲେଜ୍,ଲାଇନପଡ଼ା ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସଚନ୍ଦ୍ର କହଁର ଯୋଗଦେବା ସହିତ ସମ୍ମାନିତ ଅତିଥି ଭାବେ ଏ ଜେଓ ହାଇସ୍କୁଲ୍, ଫୁଲବାଣୀ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌରଚନ୍ଦ୍ର ପ୍ରଧାନ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଲାଇନପଡ଼ାର ପୂର୍ବତନ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଉଦୟନାଥ ଭୋଇ,ବିଦ୍ୟାଳୟ ର ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀକୁମାର ପ୍ରଧାନ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମନୋଜକୁମାର ଗୌଡ଼,ସାମ୍ବାଦିକ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାୟକ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥ ଙ୍କ ଚରଣ ରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟ ର ଛାତ୍ର-ଛାତ୍ରୀ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଭାପତି କାର୍ଯ୍ୟକ୍ରମ ର ଉଦ୍ଦେଶ୍ଯ ଓ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ମୁଖ୍ୟବକ୍ତା,ସମ୍ମାନିତ ଅତିଥି ଛାତ୍ର-ଛାତ୍ରୀଙ୍କୁ କାର୍ଯ୍ୟକ୍ରମ ସମ୍ପର୍କିତ ଅନେକ ତଥ୍ୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଙ୍କ ଠାରୁ ଛାତ୍ର-ଛାତ୍ରୀ “ଗଛ ଟିଏ ଶିଶୁ ଟିଏ”
ଆଦି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ର ଶିକ୍ଷଣୀୟ କଥା ଜାଣି ପାରିଥିଲେ।ପରେ ପରେ ନିର୍ଣାୟକଙ୍କ ଦ୍ଵାରା ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା କାର୍ଯ୍ୟକ୍ରମ ସମ୍ପର୍କିତ ଛାତ୍ର-ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ପ୍ରକଳ୍ପ ଗୁଡ଼ିକୁ ନିର୍ଣୟ କରି କୃତୀ ଛାତ୍ର-ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଙ୍କ ସମେତ ସମସ୍ତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମ ଟିକୁ ବେଶ୍ ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର ପାରାସେଠ,ବରିଷ୍ଠ ଶିକ୍ଷିକା ଶ୍ରମତୀ ମାନିନୀ ପ୍ରଧାନ,ବିଜ୍ଞାନ ଶିକ୍ଷକ ଶ୍ରୀ ତରଣୀ ହରିପାଲ୍,ଶ୍ରୀ ଅନନ୍ତ ମହାକୁଳ,ସଂସ୍କୃତ ଶିକ୍ଷିକା ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀ ବିଶ୍ୱଜିତ ଦାସ,ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,ଶ୍ରୀମତୀ ସୁମିତ୍ରା ପ୍ରଧାନ,ଶ୍ରୀଯୁକ୍ତ ଦିନେଶ ସାହୁ ଆଦି ସମସ୍ତଙ୍କ ବିଶେଷ ସହଯୋଗ ସହିତ ଶେଷରେ ଧନ୍ୟବାଦ ଅର୍ପଣପୂର୍ବକ କାର୍ଯ୍ୟକ୍ରମ ସଫଳତାପୂର୍ବକ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment