ତା,୦୬/୦୬/୨୦୨୫ରିଖ
ଭୁବନେଶ୍ୱର ସ୍ଥିତ ବିଶ୍ୱପ୍ରସିଦ୍ଧ ଉତ୍କଳ ରଙ୍ଗମଞ୍ଚ,ଭୁବନେଶ୍ୱର, ଓଡ଼ିଶା ତ୍ରିଭଙ୍ଗ କଳାନିକେତନ,ଭୁବନେଶ୍ୱର ତରଫରୁ ସର୍ବଭାରତୀୟ ସ୍ତରୀୟ କାର୍ଯ୍ୟକ୍ରମ “କଳା ଭାରତୀ ସଂସ୍କୃତି ସମ୍ମାନ”,୨୦୨୫ ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ବିଶ୍ୱପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକ୍ରମ ସାମଲ ଙ୍କ ତତ୍ତ୍ଵାବଧାନରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ଗୁରୁଶ୍ରୀ ନିରଞ୍ଜନ ରାଉତ, ବିଶ୍ୱ ବିଖ୍ଯାତ ଓଡ଼ିଶୀ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଗୁରୁଶ୍ରୀ ନିମାକାନ୍ତ ରାଉତ(ୟୁ ଏସ୍ ଏମ୍.,ଭୁବନେଶ୍ଵର), ବିଶ୍ୱବିଖ୍ୟାତ ମର୍ଦ୍ଦଳବାଦକ ଗୁରୁଶ୍ରୀ ସଚ୍ଚିଦାନନ୍ଦ ଦାସ (ଓ ଆର୍ ସି.,ଭୁବନେଶ୍ଵର),ପ୍ରଖ୍ୟାତ ବଂଶୀବାଦକ ଶ୍ରୀ ସୌମ୍ୟରଂଜନ ଯୋଶୀ,ଭୁବନେଶ୍ଵର, ଓଡ଼ିଶୀ ଓ ହିନ୍ଦୁସ୍ତାନୀ ର ପ୍ରସିଦ୍ଧ ସାଧକ,ଗାୟକ ତଥା ସଙ୍ଗୀତକାର ଓ ଗୀତିକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ, ଶ୍ରୀ ଅପୂର୍ବ ରାଉତ କର୍ପୋରେଟର୍, ଭୁବନେଶ୍ଵର ୱଡ୍ ନଂ,୨୯,ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଓ ଉପଦେଷ୍ଟା ଗୁରୁଶ୍ରୀ ପଙ୍କଜକୁମାର ପ୍ରଧାନ,ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ,ଭୁବନେଶ୍ଵର ଆଦି ସୁପ୍ରସିଦ୍ଧ ଅତିଥିଗଣ ଙ୍କ କରକମଳ ରେ ଉତ୍କଳ ମଉଡ଼ମଣି ଶ୍ରୀ ଶ୍ରୀ ଜଗନ୍ନାଥ, ଦେବ ଦେବ ମହାଦେବ ଶ୍ରୀ ଶ୍ରୀ ନଟରାଜ ଙ୍କ ଚରଣାରବିନ୍ଦ ରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ପ୍ରଥମ ରେ ଓଡ଼ିଶୀ ଓ ହିନ୍ଦୁସ୍ତାନୀ ର ପ୍ରସିଦ୍ଧ ସାଧକ, ଗାୟକ ଓ ସଙ୍ଗୀତକାର ତଥା ଗୀତିକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ନିଜସ୍ୱ ରଚନା ରୁ ହିନ୍ଦୀ ଭଜନ “ଜଗନ୍ନାଥ ନାମ୍ ଭଜଲେ” ପରିବେଷଣ କରିଥିଲେ। ପରେ ପରେ ଦେଶ ର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀ ଙ୍କ ଦ୍ୱାରା ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ସମସ୍ତ ନୃତ୍ୟ ଶିଳ୍ପୀ ଓ କଳାକାରମାନଙ୍କୁ ସମସ୍ତ ଅତିଥି ଙ୍କ ଦ୍ୱାରା “କଳା ଭାରତୀ ସଂସ୍କୃତି” ରେ ସମ୍ମାନିତ କରାଯାଇଥିଲା।
ଉକ୍ତ ବିଶେଷ କାର୍ଯ୍ୟକ୍ରମ ରେ ପି ଏମ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ତଥା ଭଜନ ଗାୟକ, ଗୀତିକାର,ସଙ୍ଗୀତକାର,ସାହିତ୍ୟିକ ତଥା ଉତ୍ତମ ଉଦ୍ଘୋଷକ ବୌଦ୍ଧ ମାଟିର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତଙ୍କୁ ବିଶ୍ୱ ବିଖ୍ଯାତ ଓଡ଼ିଶୀ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିମାକାନ୍ତ ରାଉତ, ବିଶ୍ୱବିଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକ୍ରମ ସାମଲ ଆଦି ସମସ୍ତ ଅତିଥି ଙ୍କ ଦ୍ୱାରା “କଳା ଭାରତୀ ସଂସ୍କୃତି” ସମ୍ମାନ ରେ ସମ୍ମାନିତ କରାଯାଇଅଛି।
ଏଥି ସକାଶେ ଶ୍ରୀ ପୁରୋହିତ ଙ୍କୁ ବିଭିନ୍ ବୁଦ୍ଧିଜୀବୀ ମହଲ ରୁ ଏବଂ ଅଞ୍ଚଳବାସୀ ତରଫରୁ ଅନେକାନେକ ଶୁଭେଚ୍ଛା ବାର୍ତ୍ତା ଜଣାଯାଉଅଛି। ଏହି ସର୍ବଭାରତୀୟ ସ୍ତରୀୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ,ନିର୍ଦ୍ଦେଶକ ଏବଂ ନଟରାଜ କଳା ମନ୍ଦିର, ଫୁଲବାଣୀ ପ୍ରତିଷ୍ଠାତା ଗୁରୁ ଶ୍ରୀ ବିନୋଦଚନ୍ଦ୍ର ସାହୁ।








