ପବିତ୍ର ଘୋଷଯାତ୍ରା ଅବସରରେ ନୂତନ ଭଜନ ରେକର୍ଡ଼

👇समाचार सुनने के लिए यहां क्लिक करें

ଫୁଲବାଣୀ, ତା୨୫/୦୬/୨୦୨୫ରିଖ ଚଳିତ ବର୍ଷ ଘୋଷଯାତ୍ରା ଅବସର ରେ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ାର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର,ରଚନାକାର,କଣ୍ଠଶିଳ୍ପୀ,ସାହିତ୍ୟିକ,ଉଦ୍ଘୋଷକ କଳା ସମର୍ପଣ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତଙ୍କ କଣ୍ଠ ରେ ନିଜସ୍ୱ ରଚନା ଓ ପୁରାତନ ରଚନା ରୁ ମହାବାହୁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ତିନୋଟି ଭଜନ ଫୁଲବାଣୀସ୍ଥିତ ପ୍ରସିଦ୍ଧ ପଙ୍କଜ ମୀନତି ଷ୍ଟୁଡିଓ ରେ ରେକଡିଂ ହୋଇସାରିଛି। “ତୁମେ ସୁନ୍ଦର କାଳିଆ ନାଗର”ନେତ୍ରୋତ୍ସବ ନିମନ୍ତେ ଶ୍ରୀ ପୁରୋହିତ ଙ୍କ ନିଜସ୍ୱ ରଚନା, ସଙ୍ଗୀତ ଓ ସ୍ୱର ସହିତ ଗାୟନ। ପରେ ପରେ ଶ୍ରୀ ବନମାଳି ଦାସ ଙ୍କ ରଚନା ଏବଂ ପୁରାତନ ରଚନା ରୁ ଶ୍ରୀ ପୁରୋହିତ ଙ୍କ ସଙ୍ଗୀତ ପରିଚାଳନା ରେ “ମହାବାହୁ ଏହି କଥା ରେ ମୋ ମନ”, “ସେହି କାଳିଆ ଠାକୁର ଜଣେ” ଭାବପୂର୍ଣ ଭଜନ ରେକଡିଂ ହୋଇସାରିଛି। ଉକ୍ତ ରେକଡିଂ କାର୍ଯ୍ୟକ୍ରମ ଟି ରେ ବିଶେଷ ପ୍ରେରଣା ଦେଇଥିଲେ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ,ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା,ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା। ସଙ୍ଗୀତାଂଶେ ସହଯୋଗ କରିଛନ୍ତି ବ୍ରହ୍ମପୁର ଏବଂ ଫୁଲବାଣୀ ରୁ ଆସିଥିବା ସୁଦକ୍ଷ କଳାକାରଗଣ। ତବଲା ରେ ଶ୍ରୀ ଅନନ୍ତ ପାତ୍ର, ବଂଶୀ ରେ ଶ୍ରୀ ଶିବକୁମାର ରଣା,କି ବୋଡ଼୍ ରେ ଶ୍ରୀ ସାଇମନ ଦଳପତି,ବଂଶୀ ରେ ଗୋପୀନାଥ ପ୍ରଧାନ, ବେହେଲା ରେ ଶ୍ରୀ ବାଲାଜୀ ସାହୁ,ପେଡ଼୍ ରେ ଶ୍ରୀ ଚିଣ୍ଟୁ ଭାଇ।ସୁଦକ୍ଷ ରେକଡିଂ ଇଂଜିନିୟର
ଏବଂ ଷ୍ଟୁଡିଓ ପ୍ରତିଷ୍ଠାତା ଶ୍ରୀ ସୁଜିତ କୁମାର ବେହେରା ଙ୍କ ରେକଡିଂ ସହିତ ସମସ୍ତ କଳାକାର ଙ୍କ ସହଯୋଗ ରେ
ସଙ୍ଗୀତ ସେବା କାର୍ଯ୍ୟକ୍ରମ ବେଶ୍ ସଙ୍ଗୀତମୟ ହୋଇପାରିଥିଲା ଏବଂ ଉକ୍ତ ଦିବ୍ୟ କାର୍ଯ୍ୟକ୍ରମ ନିମିତ୍ତ ବିଭିନ୍ନ ବୁଦ୍ଧିଜୀବୀ ମହଲ ଓ ଅଞ୍ଚଳବାସୀ ଙ୍କ ତରଫରୁ ଅନେକାନେକ ଶୁଭେଚ୍ଛା ବାର୍ତ୍ତା ଜଣାଯାଉଅଛି।

SBP TV
Author: SBP TV

Leave a Comment