ଶ୍ରୀ ଜଗନ୍ନାଥ ମନ୍ଦିର, ସୋରଡ଼ା,ଗଞ୍ଜାମତା,୦୭/୦୭/୨୦୨୫ରିଖ ଶ୍ରୀ ଜଗନ୍ନାଥ ମନ୍ଦିରଓଡ଼ିଶା ର ପ୍ରମୁଖ ଐତିହାସିକ ସ୍ଥାନ ସୋରଡ଼ା,ଗଞ୍ଜାମ, ସର୍ବପୁରାତନ ଖିଡି଼ ସିଂ ରାଜ୍ୟବଂଶ ସମୟର ଦିବ୍ୟ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ବାହୁଡ଼ାଯାତ୍ରା,ସୁନାବେଶ,ଅଧରପଣା,ନିଳାଦ୍ରିବିଜେ ଆଦି ସମସ୍ତ କାର୍ଯ୍ୟ ଚଳିତବର୍ଷ ଭକ୍ତିଭାବର ସହିତ ସୁଚାରୁରୂପେ ସମ୍ପାଦିତ ହୋଇଅଛି। ଭକତ ଜୀବନ ଇଛାମୟ ଶ୍ରୀ ଜଗନ୍ନାଥ ଙ୍କ ସମସ୍ତ ନୀତିକାନ୍ତି ସହିତ ବର୍ତମାନର ରାଜା ରାଜନଶ୍ରୀ ଡ.ଦେବଦତ୍ତ ସିଂ ଦେଓ ଙ୍କ ଦ୍ୱାରା ଭକ୍ତିଭାବଭରା ଛେରା ପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ତତ୍ ସହିତ ପ୍ରତିବର୍ଷ ଭଳି ଲୀଳାମୟ ଙ୍କ କୃପା ରେ ଚକାଡୋଳା ଭଜନ ପରିଷଦ, ସୋରଡ଼ା ତରଫରୁ ଭକ୍ତି ଭାବଭରା ଭାବର ମଞ୍ଚ ଭକ୍ତି ସଙ୍ଗୀତ ସନ୍ଧ୍ୟା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ରେ ବିଭିନ୍ନ ଗାୟକ ଗାୟିକା ଙ୍କ ସୁମଧୁର ସ୍ୱର ରେ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଶୁଣିବାକୁ ମିଳିଥିଲା। ଅଧରପଣା ଦିବ୍ୟ ଦିବସ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର,ରଚନାକାର,ପ୍ରସିଦ୍ଧ ଭଜନ ଗାୟକ,ସାହିତ୍ୟିକ,ଜଣେ ଉତ୍ତମ ଉଦ୍ଘୋଷକ, ଆକାଶବାଣୀ ଓ ଦୂରଦର୍ଶନ କଳାକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଭକ୍ତି ଭାବଭରା ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କ ପରିବେଷିତ ଭଜନଗୁଡ଼ିକ ଥିଲା, କାଳିଆ ଠାକୁର ମୋ,ସେହି କାଳିଆ ଠାକୁର ଜଣେ,ମନିହାରୀ କା ବେଶ୍ ବନାୟା,କେତେ ନାଟ ଲଗାଇଛ କଳା ଶ୍ରୀମୁଖ,ଜୟ ରାଧା ମାଧବ ଆଦି। କାର୍ଯ୍ୟକ୍ରମରେ ଗାୟକ ଶ୍ରୀ ଶେଖର ପାପାରାଓ,ଶ୍ରୀ ବୁଲୁ ସାହୁ,ସୁଶ୍ରୀ ଲିପି ମହାନ୍ତି, ପ୍ରସିଦ୍ଧ ତବଲା ବାଦକ ଶ୍ରୀ ଅନନ୍ତନାରାୟଣ ପାତ୍ର,କି ବୋଡ଼୍ ବାଦକ ଶ୍ରୀ ବିଶ୍ୱଭୂଷଣ ଭାଇ,ପେଡ଼୍ ବାଦକ ଶ୍ରୀ ସଞ୍ଜୟ ଭାଇ ଆଦି ମହାନ କଳାକାର ଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ରହିଥିଲା।
କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଉମେଶଚନ୍ଦ୍ର ସାହୁ। ଶ୍ରୀଯୁକ୍ତ ସାହୁଙ୍କ ଦ୍ୱାରା ବିଶିଷ୍ଟ ଭଜନ ଗାୟକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତଙ୍କୁ ଶ୍ରୀ ଜଗନ୍ନାଥ ଙ୍କ ଅଧରପଣା ଦିବ୍ୟ ଦିବସ ଅବସର ରେ ବିଶେଷ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଏହା ସହିତ ସମସ୍ତ କଳାକାର,ସ୍ଥାନୀୟ କଳାକାର ଙ୍କୁ ମଧ୍ୟ ଙ୍କୁ ଶ୍ରୀଯୁକ୍ତ ସାହୁ ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ବିଶେଷ ସହଯୋଗୀ ଶ୍ରୀଜଗନ୍ନାଥ ମନ୍ଦିର,ସୋରଡ଼ା ଟ୍ରଷ୍ଟ ର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ରଜନୀକାନ୍ତ ମହାପାତ୍ର। ସାଉଣ୍ଡ,ଲାଇଟ୍ର ଓ ମୁଖ୍ୟ ବ୍ୟବସ୍ଥାପକ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ।ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ସାମନ୍ତରାୟ ଓ ଶ୍ରୀ ଅରୁଣ ସ୍ୱାମୀ ମହାରାଜ।କାର୍ଯ୍ୟକ୍ରମ ରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା। ବିଶିଷ୍ଟ ରଚନାକାର ଓ ସାହିତ୍ୟିକ ଶ୍ରୀ ରତ୍ନାକର ସିଓ କାର୍ଯ୍ୟକ୍ରମଟି କୁ ସୁନ୍ଦର ଭାବେ ପରିଚାଳନା କରିବା ସହିତ ସମସ୍ତଙ୍କ ସହଯୋଗ ରେ ଏହି ଦିବ୍ୟ କାର୍ଯ୍ୟକ୍ରମ ବେଶ୍ ଭକ୍ତିମୟ ହୋଇପାରିଥିଲା।








