ରେଡ ରିବନ କ୍ଲବ୍ ତରଫରୁ ଏଡ୍ସ ସତେଚନତା କାର୍ଯ୍ୟକ୍ରମ

👇समाचार सुनने के लिए यहां क्लिक करें

ଫୁଲବାଣୀ,ଚକାପାଦ,ଲାଇନପଡ଼ା ତା,୧୧/୦୭/୨୦୨୫ରିଖ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ସଭାପତିତ୍ୱ ରେ ବିଦ୍ୟାଳୟ ର ରେଡ ରିବନ କ୍ଲବ୍ ତରଫରୁ ଏଡ୍ସ ସତେଚନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଦ୍ୟାଳୟ ର ଗଣିତ ଶିକ୍ଷକ ତଥା ଚକାପାଦ ବ୍ଲକ୍ ଜେ ଆର୍ ସି କାଉନସିଲର୍ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀଯୁକ୍ତ ସୁଶୀଲ କୁମାର ପାରାସେଠ ଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟସ୍ତରୀୟ ଏଡ୍ସ ସତେଚନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା। କାର୍ଯ୍ୟକ୍ରମ ରେ ବିଭିନ୍ନ ଛାତ୍ର -ଛାତ୍ରୀଙ୍କ ଦ୍ୱାରା ଏଡ୍ସ ସତେଚନତା ଉପରେ ପ୍ରବନ୍ଧ ଲିଖନ,ବକ୍ତୃତା,ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତାମାନ କରାଯାଇଥିଲା।କାର୍ଯ୍ୟକ୍ରମ ର ସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ସାର୍ ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ବେହେରା ସାର୍ ଏବଂ ଦାୟିତ୍ୱ ରେ ଥିବା ଶ୍ରୀଯୁକ୍ତ ପାରାସେଠ ସାର୍ ଉକ୍ତ ସଚେତନତା କାର୍ଯ୍ୟକ୍ରମ କୁ ନେଇ ଛାତ୍ର-ଛାତ୍ରୀ ଙ୍କୁ ବିଶେଷ ଉପଦେଶାତ୍ମକ ବାର୍ତ୍ତା ପହଁଞ୍ଚାଇଥିଲେ।ଏହାସହିତ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ବରିଷ୍ଠ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ, ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ, ସଂସ୍କୃତ ଶିକ୍ଷିକା ଶ୍ରୀମତୀ ବାସନ୍ତୀ ପ୍ରଧାନ ଓ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର କହଁର ଉକ୍ତ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପରେ ପରେ ପ୍ରତଯୋଗି କୃତୀ ଛାତ୍ର-ଛାତ୍ରୀଙ୍କୁ ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରେ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅଙ୍କିତାପ୍ରୟଦର୍ଶିନୀ ନାୟକ ପ୍ରଥମ, ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସିଲି ଡାକୁଆ ଦ୍ୱିତୀୟ ଓ ନବମ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ କାବେରୀ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅଙ୍କିତାପ୍ରିୟଦର୍ଶିନୀ ନାୟକ ପ୍ରଥମ, ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସିଲି ଡାକୁଆ ଦ୍ୱିତୀୟ ଓ ଦଶମ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ ଶ୍ରାବଣୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବକ୍ତୃତା ପ୍ରତିଯୋଗିତା ରେ ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅଞ୍ଜନା ଦାଶ ପ୍ରଥମ, ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଆକାଂକ୍ଷା ଜାନୀ ଦ୍ୱିତୀୟ ଓ ନବମ ଶ୍ରେଣୀର ଛାତ୍ର ଶ୍ରୀମାନ ପ୍ରିୟାଂଶୁ ଡାକୁଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମ ଟି କୁ ବେଶ୍ ସୁପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। ଶେଷରେ ଧନ୍ୟବାଦ ଅର୍ପଣପୂର୍ବକ ମିଷ୍ଟାନ୍ନ ବଣ୍ଟନ ସହିତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ କାର୍ଯକ୍ରମ ଟି ସଫଳତାପୂର୍ବକ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment