ଫୁଲବାଣୀ,ଚକାପାଦ,ଲାଇନପଡ଼ା ତା,୩୦/୦୭/୨୦୨୫ ରିଖ, ବୁଧବାରଚଳିତ ଶିକ୍ଷାବର୍ଷ,୨୦୨୫-୨୬ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା ଠାରେ ଦ୍ୱିତୀୟ ଅଭିଭାବକ,ଶିକ୍ଷକ/ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିଚାଳନା /ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ସଭାପତିତ୍ୱ ରେ ଅଦ୍ୟତା,୩୦/୦୭/୨୦୨୫ ରିଖ,ବୁଧବାର ରେ ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଉତ୍କଳର ମଉଡ଼ମଣି ଶ୍ରୀ ଜଗଦୀଶ ଜଗନ୍ନାଥ ଙ୍କ ଚରଣରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ ବୈଠକ ର ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଥିଲା।ଉକ୍ତ ବୈଠକରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ପ୍ରଧାନ,ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା ଙ୍କ ଉପସ୍ଥିତି ସହିତ ସମସ୍ତ ଅଭିଭାବକ-ଅଭିଭାବିକା, ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଯୋଜନାନୁସାରେ ବିଦ୍ୟାଳୟ ଶିକ୍ଷା ର ଗୁଣାତ୍ମକ ମାନ ବିକାଶ ନିମନ୍ତେ ବିଭିନ୍ନ ବିନ୍ଦୁ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। କାର୍ଯକ୍ରମ ର ସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହାଣୀ ସାର୍ ସରକାର ଙ୍କ ସୂଚନାନୁସାରେ ସମସ୍ତ ବିନ୍ଦୁ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ବିନ୍ଦୁମାନଙ୍କ ମଧ୍ୟ ରେ ବିଦ୍ୟାର୍ଥୀ ଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ର ମାନ ବୃଦ୍ଧି,
ମାଁ ଙ୍କ ପାଇଁ ଗଛଟିଏ,ଗୃହ ପରିଦର୍ଶନ, ଶିକ୍ଷାସଭା, ସ୍ୱଚ୍ଛତା ପକ୍ଷ ପାଳନ ଆଦି ସମ୍ପର୍କରେ ପରିଚାଳନା ସମିତି ସଭାପତି,ପଞ୍ଚସଖା ଶିକ୍ଷାସେତୁ ସଭାପତି ଏବଂ ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଆଲୋଚନା କରିଥିଲେ। ଏହାସହିତ ଅଭିଭାବକ-ଅଭିଭାବିକାଙ୍କ ଠାରୁ ମଧ୍ୟ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ମତାମତ ଗ୍ରହଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟି କୁ ସୁନ୍ଦର ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ।ବିଦ୍ୟାଳୟ ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର ପାରାସେଠ,ବରିଷ୍ଠ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ,ସଂସ୍କୃତ ଶିକ୍ଷିକା ଶ୍ରୀମତୀ ବାସନ୍ତୀ ପ୍ରଧାନ,କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର କହଁର,ଶ୍ରୀ ବିଶ୍ୱଜିତ ଦାସ,ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀମତୀ ପ୍ରତୀମା ମଲ୍ଲିକ ଆଦି ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳତାପୂର୍ବକ ସମାପନ ହୋଇଥିଲା।








