ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ଏକ ଆଇନ ସଚେତନତା ଶିବିର

👇समाचार सुनने के लिए यहां क्लिक करें

ତା:୧୮/୦୭/୨୦୨୫ ରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଧୋବାତୋଟା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ଏକ ଆଇନ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା । ଉକ୍ତ ସଚେତନତା ଶିବିରରେ ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀ ଦୋଳଗୋବିନ୍ଦ ବାରିକ, ଶ୍ରୀ ରମାକାନ୍ତ ମହାନ୍ତି, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ, ଡି.ଏସ.ପି. ଫୁଲବାଣୀ, ଶ୍ରୀ ସର୍ବେଶ୍ଵର ବେହେରା, ଆଇନଜୀବୀ ଶ୍ରୀ ଦେବରାଜ୍ ସାହାଣୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ସମ୍ମୁଖ କାର୍ଯ୍ୟାଳୟ ରିଟେନର୍ ଶ୍ରୀ ଅନୁପ ନାରାୟଣ ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ ଧୋବାତୋଟା ର ପ୍ରିନ୍ସିପାଲ, ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ପାରା ଲିଗାଲ ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ । ଉକ୍ତ ସଚେତନତା ଶିବିରରେ କିଶୋର ନ୍ୟାୟ ଆଇନ୍, ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବ୍ୟବସ୍ଥା ବିଷୟରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ମାଗଣା ଆଇନ ସେବା ପାଇବା ପାଇଁ ଉପଲବ୍ଧ ଥିବା ନାଲ୍ସା ହେଲ୍ପଲାଇନ ନମ୍ବର ୧୫୧୦୦ ଓ ନାଲ୍ସା ପୋର୍ଟାଲ ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଥିଲା ।

SBP TV
Author: SBP TV

Leave a Comment