ତା,୧୦/୦୮/୨୦୨୫ରିଖ ରବିବାର ଦିନ ବୌଦ୍ଧ ଜିଲ୍ଲାର ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ବୌଦ୍ଧସ୍ଥିତ ସରସ୍ୱତୀ ଶିଶୁ-ବିଦ୍ୟା ମନ୍ଦିର ରେ ବଡ଼ ଧୁମଧାମ ରେ ପାଳିତ ହୋଇଯାଇଅଛି। କାର୍ଯ୍ୟକ୍ରମ ରେ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ରୀବତ୍ସ ମିଶ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ପ୍ରାଣୀଧନ ଚିକିତ୍ସକ ଶ୍ରୀ ପ୍ରିୟବ୍ରଡ ବେହେରା,ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ଟଙ୍କଧର ସାହୁ, ସଦସ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ,ଶ୍ରୀମତୀ ତୃପ୍ତିମୟୀ ପଟ୍ଟନାୟକ ଆଦି ସମସ୍ତ ଅତିଥି ଙ୍କ କରକମଳ ରେ ନାଦବ୍ରହ୍ମ ଓମକାର,ଜ୍ଞାନରୂପିଣୀ ଜଗଜ୍ଜନନୀ ସରସ୍ୱତୀ ମାତା ଏବଂ ଭବଭାମିନୀ ଭାରତମାତା ଙ୍କ ଚରଣ ରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।ଉକ୍ତ ଜ୍ଞାନ ବିଜ୍ଞାନ ମେଳା ରେ ଅନେକ ବିଦ୍ୟାର୍ଥୀ ନିଜ ପ୍ରକଳ୍ପ କୁ ନେଇ ଯୋଗଦେବା ସହିତ ସମାଜ କୁ ବିଜ୍ଞାନ ସମ୍ବନ୍ଧୀୟ ବିଶେଷ ବାର୍ତ୍ତା ପହଁଚାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ବିଷୟକୁ ନେଇ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ହିନ୍ଦୀ ଭାଷା ପତ୍ର ବାଚନ, ଚିତ୍ର କଳା,ମୂର୍ତ୍ତି କଳା,ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା।ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର,ରଚନାକାର, ତବଲା ବାଦକ,ବିଶିଷ୍ଟ ଭଜନ ଗାୟକ,ସାହିତ୍ୟିକ ଏବଂ ଉତ୍ତମ ଉଦ୍ଘୋଷକ ବୌଦ୍ଧ ଜିଲ୍ଲାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ବିଚାରକ ଭାବେ ଯୋଗଦବା ସହିତ କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ଶେଷ ପର୍ଯ୍ୟାୟ ରେ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ସରସ୍ୱତୀ ଶିଶୁ-ବିଦ୍ୟା ମନ୍ଦିର ରେ ଶ୍ରୀ ପୁରୋହିତ ଙ୍କ ବିଶେଷ ଅବଦାନ,ତ୍ୟାଗପୂତ ଜୀବନ,ହିନ୍ଦୀ ଓ ସଙ୍ଗୀତ ବିଭାଗ ର ପ୍ରଶିକ୍ଷିତ ପୁରାତନ ଆଚାର୍ଯ୍ୟ,ପ୍ରବନ୍ଧକ,ହିନ୍ଦୀ ଓ ସଙ୍ଗୀତ ର ପ୍ରଶିକ୍ଷକ ଥିଲେ। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଆକାଶବାଣୀ ସମ୍ବଲପୁର ଅଙ୍କୁର କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଶିଶୁ କଳାକାର ଙ୍କୁ ନେଇ ପ୍ରଥମ କରି “ଆମେ ଇ ବଉଦ ମାଟିର ଛୁଆ” ନାଟକ ପର୍ଯ୍ୟବେଷିତ ହୋଇଥିଲା ଅନୁଷ୍ଠାନ ର ଶିଶୁ କଳାକାର ଙ୍କୁ ନେଇ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ଆଦି କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରିଯାଇଥିଲା। ଏହା ସହିତ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟା ତଥା ଜିଲ୍ଲା ର ଶିକ୍ଷକ-ଶିକ୍ଷୟିତ୍ରୀ ଶ୍ରୀମତୀ ନବନୀତା ମହାରଣା,ଶିକ୍ଷୟିତ୍ରୀ ଶ୍ରୀମତୀ କାତ୍ୟାୟିନୀ ପାଢ଼ୀ,ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଗୋପାଳ ଅମାତ,ଶିକ୍ଷକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମି ନାୟକ ଆଦି ଶିକ୍ଷକ-ଶିକ୍ଷୟିତ୍ରୀ ବିଚାରକ ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ ପରିଚାଳନା କରଥିଲେ ଅନୁଷ୍ଠାନ ର ବରିଷ୍ଠ ଆଚାର୍ଯ୍ୟ ତଥା ସାହିତ୍ୟିକ,କବି ଶ୍ରୀ ନରେନ୍ଦ୍ର ମହାକୁଳ। ଶେଷରେ ଧନ୍ୟବାଦ ଅର୍ପଣପୂର୍ବକ ଅନୁଷ୍ଠାନ ର ଅନ୍ୟତମ ବରିଷ୍ଠ ଆଚାର୍ଯ୍ୟ ତଥା ସଂସ୍କୃତ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ ପୁରୋହିତ,ବରିଷ୍ଠ ଆଚାର୍ଯ୍ୟ ତଥା ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଶଶାଙ୍କଶେଖର ଶାସିନୀ,ଆଚାର୍ଯ୍ୟ ଶ୍ରୀଯୁକ୍ତ ସଞ୍ଜୟ ପତଙ୍ଗ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଲେଖ କୁମାର ବେଜୀ,ଅରୁଣ ପଟ୍ଟନାୟକ, କୁମୁଦିନୀ ସାହୁ ଆଦି ସମସ୍ତ ଙ୍କ ସହାୟତା ରେ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।








