ଫୁଲବାଣୀ : ଶିଶୁ ଦିବସ ପାଳନ ଅବସରରେ, ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ, କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସମ୍ମିଳନୀ ଗୃହ ଠାରେ ଫୁଲବାଣୀ ବ୍ଲକ, ଖଜୁରୀପଡା ବ୍ଲକ ଓ ଫିରିଙ୍ଗିଆ ବ୍ଲକ ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ସପ୍ତମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ତା:୨୩/୧୧/୨୦୨୫ ରିଖରେ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରତିଯୋଗିତା ବାଲିଗୁଡା, ଜି.ଉଦୟଗିରି, ଦାରିଙ୍ଗିବାଡି, ତୁମୁଡ଼ିବନ୍ଧ ଓ କୋଟଗଡ ତାଲୁକ ସ୍ତରୀୟ କୋର୍ଟ ପରିସରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସଚେତନତା ପ୍ରସାର, ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ଏବଂ ଶିଶୁ ଅଧିକାରକୁ ପ୍ରୋତ୍ସାହିତ କରିବା ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଏକ ମାଧ୍ୟମ ଅଟେ ।
ଏହି ପ୍ରତିଯୋଗିତାରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତା, ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀଯୁକ୍ତ ରାଜେଶ ଦାଶ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି, ରେଜିସ୍ଟ୍ରାର, ସିଭିଲ କୋର୍ଟ, ଫୁଲବାଣୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ଜେ.ଏମ୍.ଏଫ.ସି ଶ୍ରୀଯୁକ୍ତ ବଦ୍ରିନାଥ ବିଶ୍ବାଳ, ପ୍ରୋବେସନର ସିଭିଲ ଜଜ ଅରୁଣିମା ପତି, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ ଦେବବ୍ରତ ପ୍ରଧାନ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ ନିରୋଦ କୁମାର ପାତ୍ର, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ କେ. ଲକ୍ଷ୍ମୀ ନାରାୟଣ ଦୋରା ଓ ଶୁଭାଙ୍ଗୀ ହାରିତସ୍ୟ ଉପସ୍ଥିତ ରହି ଚିତ୍ରାଙ୍କନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲା କୋର୍ଟ ଫୁଲବାଣୀର କର୍ମଚାରୀ, ପାରା ଲିଗାଲ ସ୍ଵେଚ୍ଛାସେବି/ ନ୍ୟାୟ ମିତ୍ର ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀର କର୍ମଚାରୀ ଉପସ୍ଥିତ ରହି ଏହି ପ୍ରତିଯୋଗୀତାଙ୍କୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।







