ବି.ବି.ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ାରେ ବାର୍ଷିକ କ୍ରୀଡ଼ା

👇समाचार सुनने के लिए यहां क्लिक करें

ପିଏମଶ୍ରୀ ସରକାରୀ ବି.ବି.ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ାରେ ବାର୍ଷିକ କ୍ରୀଡ଼ା ଓ ପିଏମ୍ ଶ୍ରୀ ଉତ୍ସବ ବଡ଼ ଧୁମଧାମ ରେ ପାଳିତ।ଚକାପାଦ,ଲାଇନପଡ଼ା,କନ୍ଧମାଳ,ଓଡ଼ିଶା ତା,୧୮,୧୯,୨୦/ଡିସେମ୍ବର/୨୦୨୫ରିଖ ତିନି ଦିନ ଧରି ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ାରେ ଚଳିତ ଶିକ୍ଷାବର୍ଷ,୨୦୨୫-୨୬ର ବାର୍ଷିକକ୍ରୀଡ଼ା ଓ ପିଏମ୍ ଶ୍ରୀ ଉତ୍ସବ,୨୦୨୫ ବହ୍ଵାଡ଼ମ୍ବର ସହିତ ପାଳିତ ହୋଇଯାଇଅଛି। କାର୍ଯକ୍ରମ ର ସଭାପତି ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ,ମୁଖ୍ୟବକ୍ତା ଭାବେ ଚକାପାଦ ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୃଦୟରଞ୍ଜନ ସାହୁ,ସମ୍ମାନିତ ଅତିଥି ଭାବେ ଚକାପାଦ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର,ଚକାପାଦ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରଞ୍ଚନା ନାୟକ,ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୋମନାଥ ବେହେରା,ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସର୍ବେଶ୍ୱର କହଁର,
ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସୁମନ୍ତ ମଲ୍ଲିକ,ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ମାନସରଞ୍ଜନ ବେହେରା,ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଶ୍ବିନୀକୁମାର ପ୍ରଧାନ,ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଉଦୟନାଥ ଭୋଇ,ଶ୍ରୀଯୁକ୍ତ ସରୋଜ କୁମାର ସାହୁ,ଶ୍ରୀଯୁକ୍ତ ଗୋପବନ୍ଧୁ ଦାସ ଆଦି ଅତିଥି ଯୋଗଦାନ କରିଥିଲେ। ସମସ୍ତ ଅତିଥି ଙ୍କ କରକମଳ ରେ ଉତ୍କଳ ର ମଉଡ଼ମଣି ଶ୍ରୀ ଜଗନ୍ନାଥ ଙ୍କ ଚରଣ ରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ ଛାତ୍ର-ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାୟନ କରାଯାଇଥିଲା। କାର୍ଯ୍ୟକ୍ରମ ର ସଭାପତି ଶ୍ର୍ରୀଯୁକ୍ତ ସାହାଣୀ ସାର୍ ପିଏମ୍ ଶ୍ରୀ ଉତ୍ସବର ଲକ୍ଷ୍ୟ ଉଦ୍ଦେଶ୍ଯ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ବିଡିଓ ସାର୍ ଶ୍ରୀଯୁକ୍ତ ସାହୁ ସାର୍ ଛାତ୍ର-ଛାତ୍ରୀ ଙ୍କୁ ଛାତ୍ର ଜୀବନ ର ଅନେକ ଭବିଷ୍ଯତ ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କହଁର ଛାତ୍ର-ଛାତ୍ରୀଙ୍କ ନିମନ୍ତେ ବହୁ ଶିକ୍ଷଣୀୟ କଥା କହିଯାଇଥିଲେ।ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନାୟକ ଶୈକ୍ଷିକ, ନୈତିକ ଭାବଧାରା ଉପରେ ଛାତ୍ର-ଛାତ୍ରୀ ଙ୍କୁ ଅନେକ ବାର୍ତ୍ତା ପ୍ରଦାନ କରିଥିଲେ।ପରେ ପରେ ସମସ୍ତ ଅତିଥି ଙ୍କ ଦ୍ୱାରା ବିଦ୍ୟାଳୟ ର ବିଦ୍ୟାଳୟ ସ୍ତରୀୟ,ବ୍ଲକ୍ ସ୍ତରୀୟ,ଜିଲ୍ଲା ସ୍ତରୀୟ,ରାଜ୍ୟସ୍ତରୀୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନେକ ଛାତ୍ର -ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।ଏହା ପରେ ବିଦ୍ୟାଳୟ ର ଛାତ୍ର -ଛାତ୍ରୀ ଏବଂ ପୁରାତନ ଛାତ୍ର -ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ଷୁଦ୍ର ନାଟକ “ମା’ ଖୋଜେ ମମତା” ବିଦ୍ୟାଳୟ ର ମେଟ୍ରନ ଦିଦି ଶ୍ରୀମତୀ ପ୍ରତିମା ମଲ୍ଲିକ ଙ୍କ ନିର୍ଦ୍ଦେଶନା ରେ ଛାତ୍ର-ଛାତ୍ରୀ ଙ୍କ ଦ୍ୱାରା ପରିବେଷିତ ନାଟକ ଅନେକ ପ୍ରଶଂସା ସାଉଁଟି ଥିଲା।ଏହାସହିତ ଅନେକ ସଙ୍ଗୀତ- ନୃତ୍ୟ କାର୍ଯ୍ୟକ୍ରମ ସହିତ ଛାତ୍ର-ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଷ୍ଟଲ୍ ଅତ୍ୟନ୍ତ ମନଲୋଭା ହୋଇଥିଲା। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସଭାକାର୍ଯ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ଭାବରେ ମଞ୍ଚ ପରିଚାଳନା କରିଥିଲେ।
ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା,ଶ୍ରୀଯୁକ୍ତ ସୁଶୀଲ କୁମାର ପାରାସେଠ,ଶ୍ରୀଯୁକ୍ତ ସୁଶୀଲ କୁମାର କହଁର,ଶ୍ରୀତରଣୀ ହରିପାଲ୍,ଶ୍ରୀ ଅନନ୍ତ ମହାକୁଳ,ଶ୍ରୀମତୀ ମାନିନୀ ପ୍ରଧାନ,ଶ୍ରୀମତୀ ବାସନ୍ତି ପ୍ରଧାନ,ଶ୍ରୀ ବିଶ୍ୱଜିତ ଦାଶ,ଶ୍ରୀଯୁକ୍ତ ଚକାଡୋଳା ନାୟକ,ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,ଶ୍ରୀମତୀ ସୁମିତ୍ରା ପ୍ରଧାନ,ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ,ଶ୍ରୀବିଶ୍ବାମିତ୍ର ଭୋଇ,ଶ୍ରୀପ୍ରମୋଦ ବେହେରା ଆଦି ସମସ୍ତଙ୍କ ସହଯୋଗ ସହିତ ଧନ୍ଯବାଦ ଅର୍ପଣପୂର୍ବକ ଶେଷରେ ସୁମିଷ୍ଟ ଭୋଜନ ସହିତ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment