ପ୍ରସିଦ୍ଧ ଭଜନ ଗାୟକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଙ୍କ କଟକ ଠାରେ ଭକ୍ତି ସଙ୍ଗୀତ ପରିବେଷଣ।
ତା,୦୮/୧୨/୨୦୨୫ରିଖ ରେ
ଗଣକବି ବୈଷ୍ଣବ ପାଣି ଙ୍କ ମହାନ ଶିଷ୍ୟ ପ୍ରସିଦ୍ଧ ସଙ୍ଗୀତ ଗୁରୁ ଖ୍ୟାତନାମ ପାଣି ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ସ୍ୱର୍ଗତ ଗଙ୍ଗାଧର ସାହୁ,ବନଗୁରିଆ,କୋଠପଦା,ମାହାଙ୍ଗା,କଟକ
ପ୍ରଥମ ଶ୍ରାଦ୍ଧ ବାର୍ଷିକ,୨୦୨୫ ସ୍ମୂତି ଉତ୍ସବ ସ୍ମୃତିସଭା ରେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅଖିଳେଶପଦ ମହାନ୍ତି,କଟକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ପାଣି ସାହିତ୍ୟ ଗବେଷକ ସାହିତ୍ୟିକ,ଗୀତିକାର ତଥା ଆକାଶବାଣୀ ଓ ଦୂରଦର୍ଶନ କଳାକାର ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମହାନ୍ତି,କଟକ, ମୁଖ୍ୟବକ୍ତା ରୂପେ ସରକାରୀ କୋଠପଦା ଉଚ୍ଚ ବିଦ୍ୟାଳୟ,କୋଠପଦା,ମାହାଙ୍ଗା,କଟକ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋରଚନ୍ଦ୍ର ଦାସ ଯୋଗଦେଇଥିଲେ।ସମ୍ମାନିତ ଅତିଥି ରୂପେ ଗଣକବି ବୈଷ୍ଣବ ପାଣି ଙ୍କ ଅଣନାତି ମହାନ ସାହିତ୍ୟିକ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଆଚାର୍ଯ୍ୟ,କୋଠପଦା,କଟକ, ବରିଷ୍ଠ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଲେଖଚନ୍ଦ୍ର ଦାସ,କଟକ,ବିଶିଷ୍ଟ ସମାଜସେବୀ ତଥା ସାହିତ୍ୟିକ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର,କଟକ,ପ୍ରସିଦ୍ଧ ରାଜନେତା,ସରପଞ୍ଚ ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ
ପ୍ରଶାନ୍ତ କର,ମୂଳବସନ୍ତ,କଟକ,ସୁଦୂର ବୌଦ୍ଧ,ଫୁଲବାଣୀ ରୁ ଆସିଥିବା ହିନ୍ଦୀ ଶିକ୍ଷକ ତଥା ପ୍ରସିଦ୍ଧ ଭଜନ ଗାୟକ,ସଙ୍ଗୀତକାର,ଗୀତିକାର,ସାହିତ୍ୟିକ,ପ୍ରସିଦ୍ଧ ତବଲା ବାଦକ,ଉତ୍ତମ ଉଦ୍ଘୋଷକ,ଆକାଶବାଣୀ- ଦୂରଦର୍ଶନ କଳାକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ, ବରିଷ୍ଠ ଗାୟକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ନାରାୟଣ କର,କଟକ ଆଦି ବିଶେଷ ଅତିଥିଙ୍କ କରକମଳରେ ସ୍ୱର୍ଗତ ଗଙ୍ଗାଧର ସାହୁ ଙ୍କ ପ୍ରତିମୂର୍ତ୍ତି ରେ ଦୀପପ୍ରଜ୍ଜ୍ୱଳନପୂର୍ବକ ମାଲ୍ୟାର୍ପଣ କରିଥିଲେ।
ସ୍ମୂତି ସଭାରେ ମୁଖ୍ୟଅତିଥି ଙ୍କ ସମେତ ସମସ୍ତ ଅତିଥି ଙ୍କ ଠାରୁ ସ୍ୱର୍ଗତ ଗଙ୍ଗାଧର ସାହୁ ଙ୍କ ଜୀବନାଦର୍ଶ,କଳାତ୍ମକ ମନୋଭାବ,ମାନବତା ଏବଂ ଈଶ୍ଵର ଙ୍କ ପ୍ରଦତ୍ତ କଳାକାର ଜୀବନରେ ତ୍ୟାଗପୂତ ଜୀବନ ଶୈଳୀ ସମ୍ପର୍କରେ ଅନେକ ଅନୁଭବ କଥା ଶୁଣିବାକୁ ମିଳିଥିଲା। କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଶେଷ ପର୍ଯ୍ୟାୟ ରେ ପ୍ରସିଦ୍ଧ ଶାସ୍ତ୍ରୀୟ ଭଜନ ଗାୟକ ତଥା ସଙ୍ଗୀତକାର,ଗୀତିକାର ଶ୍ରୀଲକ୍ଷ୍ମୀନାରାୟଣ ପୁରୋହିତ ଭକ୍ତିଭାବଭରା,ଦରଦଭରା କଣ୍ଠ ରେ ଗରୁଶ୍ରୀ ଗଙ୍ଗାଧର ସାହୁ ଙ୍କ ପ୍ରିୟ ଭଜନ “କେଶବ କୁରୁ କରୁଣା ଦିନେ କୁଞ୍ଜ କାନନଚାରୀ”, “ଜୟ ଜୟ ମାଧବ କୁଞ୍ଜବିହାରୀ”, “ମନ ଭଜରେ ରାମ କୃଷ୍ଣ ହରି କି”,ଆଦି ଅନେକ ଭଜନ ଗାୟନ କରି ସମସ୍ତ ଙ୍କୁ ବିଭୋର କରିଦେଇଥିଲେ। ଏହା ସହିତ ସ୍ଥାନୀୟ କଳାକାର ମଧ୍ୟ ଭଜନ ପରିବେଷଣ କରିଥିଲେ। ପ୍ରସିଦ୍ଧ ତବଲା ବାଦକ ଶ୍ରୀଯୁକ୍ତ ଶଙ୍କର୍ଷଣ ସାହୁ,କଟକ ତବଲା ବାଦନ କରିଥିଲେ।ସ୍ୱର୍ଗତ ଗୁରୁ ଶ୍ରୀ ଗଙ୍ଗାଧର ସାହୁ ଙ୍କ ଅନେକ ଶିଷ୍ୟ କଟକ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଏବଂ ଅଞ୍ଚଳବାସୀ ହଜାର ହଜାର ସଂଖ୍ୟା ରେ ଭଜନ ଶ୍ରବଣ ସହିତ ଭୋଜନ କରିଥିଲେ। ଗୁରୁଶ୍ରୀ ସାହୁଙ୍କ ସମସ୍ତ ପରିବାର ବର୍ଗ ସହିତ ଶ୍ରୀଯୁକ୍ତ ମକରା ସାହୁ,ପଟ୍ଟ ଶିଷ୍ୟ ଶ୍ରୀଯୁକ୍ତ ଗୋବିନ୍ଦ ସାହୁ,ଶ୍ରୀଯୁକ୍ତ ଗଣେଶ ବେହାରୀ,ଶ୍ରୀଯୁକ୍ତ ନୀର ବେହାରୀ,ଶ୍ରୀଯୁକ୍ତ ଗୌତମ ପୃଷ୍ଟି ଆଦି ସମସ୍ତଙ୍କ ବିଶେଷ ସହଯୋଗ ରେ ଗୁରୁଶ୍ରୀ ସାହୁଙ୍କ ଶ୍ରଦ୍ଧା ସହିତ ଶ୍ରାଦ୍ଧ ଏବଂ ସ୍ମୂତି ଉତ୍ସବ କାର୍ଯ୍ୟକ୍ରମ ଟି ବେଶ୍ ସଫଳତାପୂର୍ବକ ସମାପନ ହୋଇଥିଲା।







