ଦାଦନ ଯନ୍ତ୍ରଣା: ଗୋଆରେ ଯୁବତୀଙ୍କ ମୃତ୍ୟୁ

👇समाचार सुनने के लिए यहां क्लिक करें

ଦାରିଙ୍ଗବାଡି/ଫୁଲବାଣୀ, ୧୧/୧୦/୨୪: କନ୍ଧମାଳରେ ପୁଣି ଦାଦନ ଦନ ଯନ୍ତ୍ରଣା। କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଇଥିବା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ଝିଞ୍ଜିରିଗୁଡ଼ା କୁଟୁଲାରୀଗାଁ ବାଘପଦା ଗାଁର ମୁଟୁଡୁ ପାଟମାଝିଙ୍କ ଝିଅ ଅର୍ଜନା ପାଟମଝି (୧୯) ଙ୍କ ଗୋଆ ମେଡ଼ିକାଲ କଲେଜ୍‌ ହସ୍ପିଟାଲ, ବମ୍ବୋଲିମରେ ଗୁରୁବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅର୍ଜନାଙ୍କ ଅସୁସ୍ଥତା ଖବର ପାଇ ଗୁରୁବାର ଦାଦା ପାଉଲ ପାଟମାଝା ଓ ଭିଣୋଇ ଇସାକା ମାଝି ଉକ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ । ଅର୍ଜନାଙ୍କ ମୃତ ଖବରରେ ପରିବାର ବର୍ଗଙ୍କ ସହିତ ବାଘପଦା ଗାଁରେ ସୋକର ଛାୟା ଖେଳିଯାଇଛି। ସେ ଚଳିତ ମାସ ୨ତାରିଖରେ ନିଜ ଗାଁରୁ ଗୋଆ ଅଭିମୁଖେ ଯାଇଥିଲେ । ଗୋଆରୁ ତାଙ୍କ ମୃତଦେହ ନିଜ ଗାଁ ମାଟିକୁ ଫେରାଇ ଆଣି ଆଣିବାକୁ ପରିବାର ସକ୍ଷମ ନଥିବାରୁ ସରପଞ୍ଚ ଚାନ୍ଦିନୀ ନ୍ଦିନୀ ପ୍ରଧାନଙ୍କ ମାଧ୍ୟମରେ ବିଡିଓ ଗଦାଧର ପାତ୍ର, ଜିଲାପାଳ ଅମ୍ରିତ ଅମ୍ରି ଋତୁରାଜ, କନ୍ଧମାଳ ସାଂସଦ ସୁକୁନ୍ତ ପାଣିଗ୍ରାହୀଙ୍କୁ ଫୋନ ଓ ୱାଟସୋପ ମାଧ୍ୟମରେ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ଅର୍ଜନା ଦଶମ ଶ୍ରେଣୀ ପାସ ପରେ ଘରର ଆର୍ଥିକ ସ୍ଥିତି ଯୋଗୁଁ କଲେଜରେ ଆଉ ନାମ ଲେଖାଇ ପାରିନଥିଲେ । ନିଜେ ରୋଜଗାର କରି କଲେଜ ପଢିବା ଉଦ୍ଦେଶ୍ୟରେ ସେ ଗୋଆ କାମ କରିବାକୁ ଯାଇ ଯାଇଥିବା ଗାଁ ଲୋକଙ୍କ ଠାରୁ ଜଣାପଡିଛି।

SBP TV
Author: SBP TV

Leave a Comment

ଅଧିକ ପଢ

Buzz Open / Ai Website / Ai Tool