ଗଜଲକ୍ଷ୍ମୀ ପୂଜା ଅବସରରେ କଂସ ଦରବାର ମହୋତ୍ସବ

👇समाचार सुनने के लिए यहां क्लिक करें

କନ୍ଧମାଳ, ଫୁଲବାଣୀ,୧୩/୧୦/୨୦୧୪ :ଗଜଲକ୍ଷ୍ମୀ ପୂଜା ଅବରସରରେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ଆଡ଼ମ୍ବର ସହିତ ପାଳନ ହେଉଥିବା ବେଳେ କୁମ୍ଭାରପଡ଼ା ଠାରେ ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବର ସହିତ ପାଳିତ ହେଉଛି । ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୁମ୍ଭାରପଡ଼ା ଠାରେ ଆୟୋଜନ କରାଯାଇଛି କଂସ ଦରବାର ମହୋତ୍ସବ । ଆସନ୍ତା୧୭ ତାରଖରୁ ଆରମ୍ଭ ହୋଇ ଏହି ଯାତ୍ରା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ କଂସ ଦରବାର ତାହା ସହିତ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପୂଜା ଓ ଯାତ୍ରାକୁ ଉତ୍ସାହ ସହ ପାଳନ କରିବା ପାଇଁ ଗ୍ରାମ କମିଟି ସଭାପତି ଶ୍ରୀବଚ୍ଛ ବେହେରା, ଉପସଭାପତି ହୃଷିକେଶ ବେହେରା, ସଂପାଦକ ଦୀପକ ବେହେରା, ପୂଜା କମିଟି ସଭାପତି ମାନସ କୁମାର ବେହେରା ସମ୍ପାଦକ ସୁଜିତ କୁମାର ବେହେରା, ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ସୁନୀଲ କୁମାର ବେହେରା, ଆସିମ କୁମାର ନାୟକ, ସରୋଜ ଦିଗାଲ, ବିପୁନ ବେହେରା, ବିଷ୍ଣୁ ସାହାଣୀ, ସମିର କୁମାର ବେହେରା ଏବଂ ଲାଲ ବାହାଦୂର ଶାସ୍ତ୍ରୀ କ୍ଳବ ର୍ ସମସ୍ତ ସଭ୍ୟ

ଏବଂ କୁମ୍ଭାରପଡ଼ା ଗ୍ରାମ୍ୟ କମିଟିର ମିଳିତ ଆୟୋଜନରେ ଏହି ଯାତ୍ରା ଧୁମଧାମରେ ପାଳନ ଯିବ ବୋଲି ମତାମତ ଦେଇଛନ୍ତି

SBP TV
Author: SBP TV

Leave a Comment