ସତସଙ୍ଗ ମନ୍ଦିର ବୌଦ୍ଧରେ ଭକ୍ତି ସଙ୍ଗୀତ ପରିବେଷଣ

👇समाचार सुनने के लिए यहां क्लिक करें

ତା,୦୭/୦୯/୨୦୨୫ରିଖ, ରବିବାର ଦିନ ବୌଦ୍ଧ ଜିଲ୍ଲା ସତସଙ୍ଗ ମନ୍ଦିର,ବୌଦ୍ଧର ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ୧୩୮ ତମ ପୁଣ୍ୟ ଆବିର୍ଭାବ ମାସ ଭାଦ୍ରବ ପରିକ୍ରମା ବିଶେଷ କାର୍ଯ୍ୟକ୍ରମ ସମସ୍ତ ନୀତିକାନ୍ତି କୁ ନେଇ ବହୁ ଆଡମ୍ବର ସହକାରେ ପାଳିତ ହେଉଛି। ଚଳିତ ମାସର ପ୍ରଥମ ରବିବାସରୀୟ ଜିଲ୍ଲାସ୍ତରୀୟ ସତସଙ୍ଗ କାର୍ଯ୍ୟକ୍ରମ ତତ୍ତ୍ଵାବଧାରକ ଶ୍ରୀସୁବ୍ରମନ୍ୟମ୍ ସାହୁଙ୍କ ତତ୍ତ୍ଵାବଧାନରେ ବଡ଼ ଧୁମଧାମ ରେ ପାଳିତ ହୋଇଯାଇଅଛି। ଏସ ପି ଆର ଶ୍ରୀ ପ୍ରକାଶଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଏଡିଜେ ଶ୍ରୀଯୁକ୍ତ ଗୁପ୍ତେଶ୍ରର ମିଶ୍ର,ଏଡିଜେ ଶ୍ରୀଯୁକ୍ତ ତ୍ରିଲୋଚନ ପାତ୍ର,ଯାଜକ ଶ୍ରୀଯୁକ୍ତ ବିଜୟ କୁମାର ମହାକୁଳ ଙ୍କ ବିଶେଷ ଯୋଗଦାନ ରହିଥିଲା।ଭଜନ କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଭ୍ରାତା ଗୁରୁଭଗ୍ନୀଙ୍କ ଭଜନ ଗାୟନ ସହିତ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳ,ଓଡ଼ିଶାର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର,ରଚନାକାର,ବିଶିଷ୍ଟ ଭଜନ ଗାୟକ,ଆକାଶବାଣୀ,ଦୂରଦର୍ଶନ କଳାକାର,ସାହିତ୍ୟିକ,ଉତ୍ତମ ଉଦ୍ଘୋଷକ,କଳା ସମର୍ପଣ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ନିଜସ୍ୱ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ ଭାବଭକ୍ତିଭରା ହିନ୍ଦୀ ଭଜନ, “ଦୟାକରୋ ମେରେ ଗୁରୁଦେବା ମେରେ ଠାକୁର୍ ଜୀ” ଏବଂ ଓଡ଼ିଆ ଭଜନ ‘କୁଞ୍ଜକାନନଚାରୀ”ଦୁଇଗୋଟି ଭଜନ ପରିବେଷଣ କରି ସମସ୍ତଙ୍କୁ ବିଭୋର କରିଥିଲେ। ତବଲା ବାଦନ କରିଥିଲେ ପ୍ରସିଦ୍ଧ ତବଲା ବାଦକ ଶ୍ରୀ ଶଙ୍କର୍ଷଣ ସାହୁ,କଟକ। କାର୍ଯ୍ୟକ୍ରମ ରେ ଯାଜନ କରିଥିଲେ ଫୁଲବାଣୀ,କନ୍ଧମାଳ ସତସଙ୍ଗ ମନ୍ଦିର ର ପ୍ରସିଦ୍ଧ ଯାଜକ ଶ୍ରୀ ଲକ୍ଷ୍ମୀଧର ସାହୁ।ଉକ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା।ଅନୁଷ୍ଠାନ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ବେଣୁଧର ଘଡ଼େଇ,ଶ୍ରୀଯୁକ୍ତ ଭୀକାରୀ ନାୟକ,ଶ୍ରୀଯୁକ୍ତ ବିଦ୍ୟାଧର ସାହୁ,ଏସ ପି ଆର୍ ଶ୍ରୀଯୁକ୍ତ ପବିତ୍ରମୋହନ ମିଶ୍ର,ଗୁରୁଭାଇ ଶ୍ରୀଯୁକ୍ତ ଶେଷଦେବ ରଣା,ମନ୍ଦିର ପୂଜାରୀ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର,ଶ୍ରୀଯୁକ୍ତ ଜୀବନ ଶତପଥୀ,ଶ୍ରୀଯୁକ୍ତ ପ୍ରକାଶ ଖମାରୀ,ଶ୍ରୀଯୁକ୍ତ ହେମନ୍ତ ଧରୁଆ,ଶ୍ରୀଯୁକ୍ତ ଲବକୁମାର ସାହୁ, ଶ୍ରୀଯୁକ୍ତ ସମରେଶ ମିଶ୍ର,ଭଉଣୀ ଶ୍ରୀମତୀ ମୀନାକ୍ଷୀ ପଣ୍ଡା,ଶ୍ରୀମତୀ ଶ୍ରୀୟାରାଣୀ ରଥ,ଶ୍ରୀମତୀ କଲ୍ୟାଣୀ ମିଶ୍ର,ମନ୍ଦିର ପରିଚାଳନା ଦାୟିତ୍ଵ ନିର୍ବାହ କରୁଥିବା ଶ୍ରୀଯୁକ୍ତ ସାର ପ୍ରଧାନ ଆଦି ସମସ୍ତ ଙ୍କ ବିଶେଷ ସହଯୋଗ ଏବଂ ସୁମିଷ୍ଟ ପ୍ରସାଦ ସେବନ ସହିତ ଉକ୍ତ ଦିବସର ଦିବ୍ୟ କାର୍ଯ୍ୟକ୍ରମ ଟି ଭକ୍ତିମୟ ପରିବେଶ ସହିତ ସମାପନ ହୋଇଥିଲା।

SBP TV
Author: SBP TV

Leave a Comment