ଚକାପାଦ,କନ୍ଧମାଳତା,୦୯,୧୦/୦୯/୨୦୨୫ ରିଖ ଦୁଇ ଦିନ ଧରି କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା,୨୦୨୫-୨୦୨୬ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳ ରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ର ସଭାପତି ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଏବଂ ସମସ୍ତ ଅତିଥି ଙ୍କ କରକମଳ ରେ ଉତ୍କଳ ର ମଉଡ଼ମଣି ଶ୍ରୀ ଜଗନ୍ନାଥ ଙ୍କ ଚରଣ ରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ କ୍ରୀଡ଼ା ଉତ୍ସବ ର ଶୁଭାରମ୍ଭ ହୋଇଥିଲା।ଉଦ୍ଘାଟନୀ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ର୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା,ମୁଖ୍ୟବକ୍ତା ପ୍ରାକ୍ତନ ଅତିରିକ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ରଙ୍କନିଧି ବେହେରା,ସମ୍ମାନିତ ଅତିଥି ଏସ୍ଆଇ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ,ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମବିହାରୀ ବେହେରା ଯୋଗଦେଇଥିଲେ। ଶୈବପୀଠ,ଲାଇନପଡ଼ାର ବରଡ଼ା ବାଲୁଙ୍କେଶ୍ୱର ମନ୍ଦିର ରୁ ମଶାଲ ଆସି କ୍ରୀଡ଼ାଙ୍ଗନ ରେ ମଶାଲ ପ୍ରବେଶପୂର୍ବକ ଅତିଥି ପରିଚୟ ସହିତ ସମସ୍ତ ଅତିଥି ଙ୍କ ଦ୍ଵାରା କ୍ରୀଡ଼ା ଧ୍ୱଜ ଉତ୍ତୋଳନ ହୋଇଥିଲା। ପରେ ପରେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଏଥିରେ ଚକାପାଦ ବ୍ଲକ୍ ର ଲାଇନପଡ଼ା,ପସରା,ଶଙ୍କରାଖୋଲ,ଘୁଡ଼ୁକାପଦର ଚାରୋଟି ଜୋନ୍ ର ୨୪୭ ଜଣ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଖେଳ ମଧ୍ୟରେ କବାଡ଼ି,ଖୋ-ଖୋ,ଫୁଟବଲ୍,କ୍ରିକେଟ,ଉଚ୍ଚ ଡିଆଁ,ଲମ୍ବ ଡିଆଁ,ଦୌଡ,ବେଡ଼୍ ମିଣ୍ଟନ୍,ଲୁହାଗୋଳା ଫିଙ୍ଗା,ଥାଳିଆ ଫିଙ୍ଗା,ଯୋଗ ଆଦି ସମସ୍ତ ପ୍ରତିଯୋଗିତାରେ ଦୃଢ଼ତା ର ସହିତ କ୍ରୀଡ଼ାବିତମାନେ ଭାଗନେଇ କୃତକାର୍ଯ୍ୟ ହୋଇଥିଲେ।ଦ୍ୱିତୀୟ ଦିବସ ଉଦଯାପନୀ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ପ୍ରତିନିଧି ତଥା ଶିକ୍ଷା,ସ୍ବାସ୍ଥ୍ୟ ଓ କ୍ରୀଡ଼ା ବିଭାଗ ଦାୟିତ୍ଵ ନିର୍ବାହ କରୁଥିବା ଶ୍ରୀଯୁକ୍ତ ମାନସରଞ୍ଜନ ବେହେରା,ମୁଖ୍ୟବକ୍ତା ଭାବେ ଚକାପାଦ ବ୍ଲକ୍ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଗଣେଶ ପ୍ରଧାନ,ସମ୍ମାନିତ ଅତିଥି ଭାବେ ଚକାପାଦ ବ୍ଲକ୍ ର ଏବିଇଓ ଶ୍ରୀଯୁକ୍ତ ଗୁରୁଜୀଲାଲ ପ୍ରଧାନ,ବିଦ୍ୟାଳୟ ର ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପ୍ରଧାନ,ପଞ୍ଚସଖା ଶିକ୍ଷାସେତୁ ସଭାପତି ଶ୍ର୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ବେହେରା, ଶଙ୍କରାଖୋଲ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ସାହା,ଚକାପାଦ ବ୍ଲକ୍ ସେକ୍ରେଟାରୀ ଶ୍ରୀଯୁକ୍ତ ଦିବାକର ବେହେରା,ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଆଦି ଯୋଗ ଦେଇଥିଲେ। ଉକ୍ତ ଉଦଯାପନୀ କାର୍ଯ୍ୟକ୍ରମ ରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ ଅତିଥି ପରିଚୟ ସହିତ ବିଦ୍ୟାଳୟ ର ଛାତ୍ର-ଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ ସୁମଧୁର କ୍ରୀଡ଼ା ସମ୍ପର୍କିତ ଉଦଯାପନୀ ସଙ୍ଗୀତ ଗାନ କରାଯାଇଥିଲା।ପରେ ପରେ ଅତିଥି ଙ୍କ ସମ୍ମୁଖ ରେ ଗେଷ୍ଟ ଇଭେଣ୍ଟ୍ ରେ ବିଦ୍ୟାଳୟ ର ଛାତ୍ର-ଛାତ୍ରୀ ଙ୍କ ଦ୍ଵାରା ଯୋଗାଭ୍ୟାସ ର ବିଭିନ୍ନ ଆସନ କୁ ନେଇ ଯୋଗ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ୧୬୫ ଜଣ କୃତୀ ପ୍ରତିଯୋଗୀଙ୍କୁ ସମସ୍ତ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଜିଲ୍ଲାସ୍ତର କୁ ମନୋନୀତ କରାଯାଇଥିଲା।ଦୁଇ ଦିନବ୍ୟାପୀ କ୍ରୀଡ଼ା ଉତ୍ସବ ର ସ୍ୱାଗତ ଭାଷଣ,ଅତିଥି ପରିଚୟ ତଥା ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ। କ୍ରୀଡ଼ା ପରିଚାଳନା କରିଥିଲେ ବରିଷ୍ଠ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ସାହା, ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର କହଁର,ବରିଷ୍ଠ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ବାପୁଜୀ ଦିଗାଳ,ବ୍ଲକ୍ ସେକ୍ରେଟାରୀ ଶ୍ରୀଯୁକ୍ତ ଦିବାକର ବେହେରା ଆଦି।କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟ ରେ ସମସ୍ତ ଅତିଥି ଙ୍କ ଦ୍ଵାରା କ୍ରୀଡ଼ା ଧ୍ୱଜାବତରଣ, ମଶାଲ ନିର୍ବାପନ,କ୍ରୀଡ଼ାଧ୍ୱଜ ସଭାପତି ଙ୍କ ହସ୍ତ ରେ ଅର୍ପଣ କରି ଧନ୍ୟବାଦ ଅର୍ପଣପୂର୍ବକ ସମସ୍ତ ଙ୍କ ବିଶେଷ ସହଯୋଗ ରେ କ୍ରୀଡ଼ା ଉତ୍ସବ ଟି ସଫଳତାପୂର୍ବକ ସମାପନ ହୋଇଥିଲା।








